Weather: ମୌସୁମୀ ବର୍ଷା ବିଳମ୍ବ ଯୋଗୁ ପଞ୍ଚମ ଶୁଷ୍କ ଜୁନ୍‌ ରେକର୍ଡ କଲା ଭାରତ

11 hours ago 1
ARTICLE AD BOX

ମୁମ୍ବାଇ: ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଭାରତ ଏହାର ସବୁଠାରୁ ଶୁଷ୍କ ଜୁନ୍‌ ରେକର୍ଡ କରିଛି ଏବଂ ୧୯୦୧ ମସିହାରେ ତଥ୍ୟ ରଖାଯିବା ପରଠାରୁ ଏହା ପଞ୍ଚମ ଶୁଷ୍କ ଜୁନ୍‌। ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ ମୌସୁମୀ ବର୍ଷା ଦୀର୍ଘକାଳୀନ ହାରାହାରିଠାରୁ ୩୯.୮ ପ୍ରତିଶତ କମ୍‌ ରହିଛି। ବାର୍ଷିକ ମୌସୁମୀ ବର୍ଷା ବିଳମ୍ବ ଜନିତ କାରଣ ପାଇଁ ବର୍ଷାଭାବ କାରଣରୁ ଧାନ, ମକା, କଟନ, ସୋୟାବିନ୍‌ ଭଳି ଗ୍ରୀଷ୍ମକାଳୀନ ଫସଲ ଲଗାଇବା ବିଳମ୍ବ ହୋଇଛି।

ବର୍ଷାଭାବ କାରଣରୁ ଉତ୍ତର ଭାରତର କିଛି ଅଂଶରେ ଅତି ଅସାଧାରଣ ଭାବେ ଗରମ ହେଉଛି ଏବଂ କିଛି ଅଞ୍ଚଳରେ ତାପମାତ୍ରା ୪୨ ଡିଗ୍ରି ଅତିକ୍ରମ କରିଯାଇଛି। ପାଣିପଗା ବିଭାଗ ତଥ୍ୟ ଅନୁଯାୟୀ ଭାରତ ଜୁନ୍‌ରେ ସ୍ବାଭାବିକ ୧୬୩.୩ ମିମି ବର୍ଷା ତୁଳନାରେ ୯୯.୫ ମିମି ବର୍ଷା ଜଳ ଗ୍ରହଣ କରିଛି। ମୌସୁମୀ ବର୍ଷା ଦକ୍ଷିଣ ରାଜ୍ୟ କେରଳରେ ୩ ଦିନ ବିଳମ୍ବରେ ପହଞ୍ଚିଥିଲା ଏବଂ ପଶ୍ଚିମ କୃଷି ଅଞ୍ଚଳ ଗୁଡ଼ିକରେ ପହଞ୍ଚିବାପାଇଁ ଆଉ ୨ ସପ୍ତାହ ଲାଗି ଯାଇଥିଲା।

Weather: ଉତ୍ତର ଭାରତ ପାଇଁ ପାଣିପାଗ ବିଭାଗର ଚେତାବନୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.