Wastewater Management Master Plan: ବର୍ଜ୍ୟଜଳ ପରିଚାଳନା ମାଷ୍ଟରପ୍ଲାନ୍‌ ଚିଠା ଉନ୍ମୋଚିତ: ଜଳବନ୍ଦି ସମସ୍ୟା ୨୦୫୦କୁ ଲକ୍ଷ୍ୟ କରି ପ୍ରସ୍ତୁତ ହୋଇଛି ରୂ‌ପରେଖ

1 hour ago 1
ARTICLE AD BOX

ଭୁବନେଶ୍ବର: କର୍ପୋରେସନ୍‌ ବୈଠକରେ ବର୍ଜ୍ୟଜଳ ଡ୍ରେନେଜ୍‌ ମାଷ୍ଟରପ୍ଲାନ୍‌ର ଚିଠା ଉନ୍ମୋଚିତ ହୋଇଛି। ୨୦୫୦ ମସିହା ପର୍ଯ୍ୟନ୍ତ ଜଳବନ୍ଦି ସମସ୍ୟା ଓ ବର୍ଜ୍ୟଜଳ ନିଷ୍କାସନକୁ ଆଖି ଆଗରେ ଏହି ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରାଯାଇଛି। ବିଶେଷ କରି ଦୟାନଦୀଠାରୁ ଗଙ୍ଗୁଆ ନାଳ ପର୍ଯ୍ୟନ୍ତ ବର୍ଷା ଓ ବର୍ଜ୍ୟଜଳ ପ୍ରବାହ କ୍ଷମତା, ଗଡ଼ାଣି ଅଞ୍ଚଳ ଆଦିର ସର୍ଭେ କରାଯାଇଛି। ଏହି ସର୍ଭେ ପାଇଁ ୨୦୨୫ ଫେବ୍ରୁ୍ଆରି ୧୮ରେ ଆଇଆଇଟି ରୁର୍‌କୀ ସହ ବିଏମ୍‌ସି ଚୁକ୍ତିପତ୍ର ସ୍ବାକ୍ଷର କରିଥିଲା। ଆଇଆଇଟି ରୁର୍‌କୀକୁ ଭୁବନେଶ୍ୱର ସହର ପାଇଁ ଏକ ବିସ୍ତୃତ ବର୍ଜ୍ୟଜଳ ପରିଚାଳନା ପ୍ଲାନ୍‌ ଓ ଡିପିଆର ପ୍ରସ୍ତୁତିରେ ବୈଷୟିକ ପରାମର୍ଶଦାତା ଭାବେ ନିୟୋଜନ କରାଯାଇଥିଲା। କେବଳ ନାଳ ନିର୍ମାଣ ନୁହେଁ, ବରଂ ସମଗ୍ର ଭୁବନେଶ୍ବରକୁ ଏକ ସମନ୍ବିତ ସହରାଞ୍ଚଳ ଜଳ ବିଭାଜିକା ବ୍ୟବସ୍ଥାକୁ ନଜରରେ ରଖି ବୈଜ୍ଞାନିକ ଉପାୟରେ ଓ ଦୀର୍ଘମିଆଦି ସୂତ୍ରରେ ବର୍ଜ୍ୟଜଳ ପରିଚାଳନା ରୂପରେଖ ପ୍ରସ୍ତୁତ କରିବା ଏହାର ଲକ୍ଷ୍ୟ ଥିଲା।

Independence Day Live: ପଲ୍ଲୀରୁ ଦିଲ୍ଲୀ ଯାଏଁ... ଏଠାରେ ପଢ଼ନ୍ତୁ ସ୍ୱାଧୀନତା ଦିବସର ପ୍ରତିଟି ଅପ୍‌ଡେଟ୍

ଏହି ସର୍ଭେରେ ବିଏମ୍‌ସିର ପ୍ରାୟ ୨୫୬ ବର୍ଗ କିଲୋମିଟର ଅଞ୍ଚଳକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଯେଉଁଥିରେ ପ୍ରାକୃତିକ ନାଳ ସହ ଶାଖା ନାଳ, ଜଳ ଉତ୍ସ, କଲଭର୍ଟ, ସାଇଫନ୍‌, ନିଷ୍କାସନ ଅଞ୍ଚଳକୁ ସଂଯୁକ୍ତ କରି ବିସ୍ତୃତ ଡ୍ରେନେଜ୍‌ ନେଟ୍‌ୱର୍କ ଅଧ୍ୟୟନ କରାଯାଇଛି। ଜିଆଇଏସ୍‌, ଡିଇଏମ୍‌, ଡ୍ରୋନ୍‌ ସର୍ଭେ, ଡିଜିପିଏସ୍‌, ଷ୍ଟେସନ୍‌ ସର୍ଭେ, ବର୍ଷା ପରିମାଣ, ହାଇଡ୍ରୋଲୋଜିକାଲ୍‌ ଓ ହାଇଡ୍ରଲିକ୍‌ ମଡେଲିଂ ଭଳି ଅତ୍ୟାଧୁନିକ ଇଂଜିନିୟରିଂ ଟୁଲ୍‌ ବ୍ୟବହାର କରାଯାଇଥିଲା। ନାଳର ଜଳଧାରଣ କ୍ଷମତା, ବର୍ଜ୍ୟଜଳ ନିଷ୍କାସନର ଦିଗ ଓ ସ୍ରୋତର ପ୍ରଖରତା, ବନ୍ୟାପ୍ରବଣ ଅଞ୍ଚଳକୁ ଚିହ୍ନଟ କରାଯାଇଥିଲା। ଯଦ୍ବାରା ବର୍ଜ୍ୟଜଳ ନିଷ୍କାସନ ସୁଗମ ହେବା ସହ ଆଉ ଜଳବନ୍ଦି ସମସ୍ୟା ଦେଖାଦେବନି ବୋଲି ସିଟି ଇଂଜିନିୟର ଇଂ. ପ୍ରଫୁଲ୍ଲ କୁମାର ରଇତ ସୂଚନା ଦେଇଛନ୍ତି। ଚୂଡ଼ାନ୍ତ ପ୍ଲାନ୍‌ ଅନୁମୋଦନ ପରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ଇଂ. ରଇତ କହିଛନ୍ତି।

ଖୁବ୍‌ଶୀଘ୍ର ମିଶିବ ପଞ୍ଚାୟତ
ବିଏମ୍‌ସି ଚତୁଃପାର୍ଶ୍ୱରେ ଅନେକ ପଞ୍ଚାୟତ ରହିଛି, ଯେଉଁମାନେ ସହର ପାଖରେ ରହିଥିଲେ ମଧ୍ୟ ଅନେକ ସହରୀ ସୁବିଧା ପାଉନାହାଁନ୍ତି। ଏସବୁ ପଞ୍ଚାୟତକୁ ବିଏମ୍‌ସିରେ ମିଶ୍ରଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବ୍‌ଶୀଘ୍ର ଏସବୁ ବିଏମ୍‌ସିରେ ମିଶିବ। ସେହି ଅନୁସାରେ ଏହି ପଞ୍ଚାୟତଗୁଡ଼ିକ ପାଇଁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ପରିମଳ ସଂପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ମେହେରପଲ୍ଲୀଠାରେ ଓଦା ବର୍ଜ୍ୟରୁ ବାୟୋ ଗ୍ୟାସ୍ ଉତ୍ପାଦନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି। ଖୁବ୍‌ଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ। ସେଭଳି ଭୁଆଶୁଣି ବାୟୋମାଇନିଂଠାରେ ବର୍ଜ୍ୟରୁ ବିଜୁଳି ଉତ୍ପାଦନ ପ୍ରକଳ୍ପ ହେବାକୁ ଯାଉଛି। ଆଜି ଏହାର ସମୀକ୍ଷା କରାଯାଇଛି।

Earthquake: ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ, ସୁନାମି ଚେତାବନୀ ଜାରି

ବିଏମ୍‌ସି ପୋଖରୀରେ ହେବ ମାଛ ଚାଷ
ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଥିବା ବିଭିନ୍ନ ପୋଖରୀକୁ ମାଛ ଚାଷ ପାଇଁ ନିଲାମ ଦିଆଯିବ। ଯଦ୍ବାରା ନିଲାମଧାରୀମାନେ ପୋଖରୀରେ ମାଛ ଚାଷ କରିବା ସହ ପୋଖରୀ ଓ ଏହାର ଚତୁଃପାର୍ଶ୍ବ ପରିଷ୍କାର ପରିଚ୍ଛନ୍ନତା ରକ୍ଷା କରିବେ। ତିନିବର୍ଷ ପାଇଁ ଏହି ନିଲାମ ଦିଆଯିବାକୁ ବୈଠକରେ ଆଲୋଚନା ହୋଇଛି। ନିଲାମ ସମୟରେ ସ୍ଥାନୀୟ ଗ୍ରାମ, ସାହି, କ୍ଲବ୍‌ ବା ସଂଗଠନକୁ ପ୍ରାଥମିକତା ଦିଆଯିବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.