Hanuman Vatika Land Dispute ହନୁମାନବାଟିକାକୁ ନେଇ ତେଜୁଛି ବିବାଦ, ଟ୍ରଷ୍ଟର ସ୍ପଷ୍ଟୀକରଣ, ବିଧାୟକଙ୍କ ପ୍ରତିବାଦ

15 minutes ago 1
ARTICLE AD BOX

ରାଉର‌କେଲା: ହନୁମାନବାଟିକାର ଜମିକୁ ନେଇ ଉପୁଜିଥିବା ବିବାଦ, ଥମିବାର ନାଁ ନେଉନି। ଏକ ଦଳୀୟ କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ହନୁମାନବାଟିକା ସରକାରୀ ଜମିକୁ ଅକ୍ତିକାର କରି ବେପାର କରୁଥିବାର ସଙ୍ଗିନ ଅଭିଯୋଗ ଆଣିଥିଲେ। ଏହାପରେ ଏ ପ୍ରସଙ୍ଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଆଜି (ମଙ୍ଗଳବାର) ଏନେଇ ଜୟ ହନୁମାନ ସମିତି ଚାରିଟେବୁଲ୍‌ ଟ୍ରଷ୍ଟ୍‌ ପକ୍ଷରୁ ବିଧାୟକଙ୍କ ଅଭିଯୋଗକୁ ଖଣ୍ଡନ କରାଯାଇଛି। ଅପରପକ୍ଷରେ ବିଧାୟକ ଶ୍ରୀ ନାୟକ ନିଜର ପୂର୍ବ ବିବୃତିକୁ ପୁଣିଥରେ ଦୋହରାଇଛନ୍ତି। 

Mega Project Reviewed ଏସ୍‌ସିବି ମେଡିକାଲ  ଓ ରାଉରକେଲା ହନୁମାନ ବାଟିକା ପ୍ରକଳ୍ପ ପୁନଃବିକାଶ ସମୀକ୍ଷା
ଆଜି, ଏନେଇ ହନୁମାନବାଟିକା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ୍‌ର ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ କହିଲେ, ହନୁମାନ ବାଟିକାକୁ ନେଇ ଯେଭଳି ମିଥ୍ୟା ଆରୋପ କରାଯାଉଛି, ତାହା ଅମୂଳକ ଓ ଭିତ୍ତିହୀନ। ଟ୍ରଷ୍ଟ୍‌ ହେଉଛି ଏକ ଅଣ-ଲାଭକାରୀ ସଂସ୍ଥା। ପ୍ରକୃତରେ ହନୁମାନ ବାଟିକାରୁ ମାସିକ ପାଖାପାଖି ୧ରୁ ଦେଢ଼ ଲକ୍ଷ ଆୟ ହେଉଥିବା ବେଳେ ପ୍ରାୟ ୨ରୁ ଅଢ଼େଇ ଲକ୍ଷ ବ୍ୟୟ ହେଉଛି। ବର୍ତ୍ତମାନ ଏଠାରେ ସଂପୂର୍ଣ୍ଣ ମାଗଣାରେ ୧୯ ଜଣ ହବିଷ୍ୟାଳୀ ରହୁଛନ୍ତି। ସେବା ମନୋଭାବ ନେଇ କାର୍ଯ୍ୟକରୁଥିବା ବେଳେ ଏଭଳି ଅଭିଯୋଗ ସଂପୂର୍ଣ୍ଣ ମନ୍ଦ ଉଦ୍ଦେଶ୍ୟମୂଳକ। 

ପାନପୋଷ ହକି ଛକ-ହନୁମାନ ବାଟିକା ସ୍ମାର୍ଟ ରାସ୍ତା; ନିର୍ମାଣ ସରିନି ଦବିଲାଣି ରାସ୍ତା
ତ୍ରିଶକ୍ତି ମନ୍ଦିରକୁ ବେଆଇନ ଭାବେ ଜମି ମାଗଣାରେ ଯୋଗାଇ ଦିଆଯିବା ଓ ଉକ୍ତ ସଂସ୍ଥା ବାଣିଜ୍ୟକ କାର୍ଯ୍ୟରେ ତାକୁ ବ୍ୟବହୃତ କରୁଥିବା ନେଇ ପ୍ରଶ୍ନ ହୋଇଥିଲା। ଜବାବରେ ଶ୍ରୀ ପଟ୍ଟନାୟକ କହି‌ଲେ, କୌଣସି ଟ୍ରଷ୍ଟ୍‌କୁ ଜମି ଦିଆଯାଇନାହିଁ କିମ୍ବା ମନ୍ଦିର ତିଆରିବା ପାଇଁ ଟଙ୍କା ଆଦାୟ କରାଯାଉନାହିଁ। ତ୍ରିଶକ୍ତି ମନ୍ଦିର ପରିଚାଳନା ସମିତି ନିୟମର ଉଲ୍ଲଂଘନକରି ବ୍ୟବସାୟିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହେବାପରେ କର୍ତ୍ତୃପକ୍ଷଙ୍କୁ ନୋଟିସ ଦିଆଯାଇଛି। ଉକ୍ତ ସଂସ୍ଥା ପକ୍ଷରୁ ଭଡ଼ା ବାବଦକୁ ମାସିକ ୧ ଲକ୍ଷ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ। ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟ୍‌ର ସଦସ୍ୟ ସଜ୍ଜନ ଖୈତାନ, ପ୍ରମୋଦ ନାତୁଲ୍ୟ ଉପସ୍ଥିତ ଥିଲେ।

ବ୍ୟବସାୟିକ କେନ୍ଦ୍ରରେ ପରିଣତ ହୋଇଛି ହନୁମାନବାଟିକା: ସାରଦା

ହନୁମାନ ବାଟିକା ପାଇଁ ବିଜୁ ବାବୁ ଜମି ଯୋଗାଇଥିଲେ ସତ, କିନ୍ତୁ ଆଜି ସେଠାରେ ଯାହ ଚାଲିଛି, ତାହା ହେବବୋଲି ବୋଧହୁଏ ଆକଳନ କରିପାରିନଥିଲେ। ବର୍ତ୍ତମାନ ହନୁମାନ ବାଟିକା ଏକ ବ୍ୟବସାୟିକ କେନ୍ଦ୍ରରେ ପରିଣତ ହେଲାଣି। ସେଠାରେ ବିଭିନ୍ନ ମାଧ୍ୟମରେ ବେପାର ଚାଲିଛି। ଯଦି ସତ୍‌ସାହସ ଅଛି, ତା’ହେଲେ ଟ୍ରଷ୍ଟ୍‌ର ନୀତିନିମୟ, ମାର୍ଗଦର୍ଶିକାକୁ ସାର୍ବଜନୀନ କରାଯାଉ। ଆଗାମୀ ଦିନରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ପ୍ରକୃତ ସତ୍ୟ ପଦାକୁ ଆଣିବୁ ବୋଲି କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.