ସୋନିଆଙ୍କ ଆତ୍ମଜୀବନୀ ପ୍ରକାଶକୁ ବିଜେପି କହିଲା ‘ସେଲ୍ଫ୍‌ ଗୋଲ୍‌’

13 minutes ago 1
ARTICLE AD BOX

ନୂଆଦିଲ୍ଲୀ : କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍‌ ଲଭ୍‌’ର ପ୍ରକାଶନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାଗ୍‌ଯୁଦ୍ଧ ତୀବ୍ର ହୋଇଛି । ଏହି ପୁସ୍ତକ ପ୍ରକାଶନକୁ ବିଜେପି ଏକ ‘ସେଲ୍ଫ୍‌ ଗୋଲ୍‌’ ବା ନିଜ ଗୋଡ଼ରେ କୁରାଢ଼ି ମାରିବା ସହ ତୁଳନା କରିଛି । ଏହା କଂଗ୍ରେସର ଅତୀତର ଭୁଲ୍‌ ଓ ବିବାଦୀୟ କାର୍ଯ୍ୟକଳାପକୁ ପୁଣି ସାମ୍ନାକୁ ଆଣିଛି ବୋଲି ଦଳର ଜାତୀୟ ମୁଖପାତ୍ର ସିଆର୍‌ କେଶବନ୍‌ ଅଭିଯୋଗ କରିଛନ୍ତି ।

ମଙ୍ଗଳବାର ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ କେଶବନ୍‌ କହିଛନ୍ତି, ଯୁବପିଢ଼ିଙ୍କ ଦୃଷ୍ଟିରୁ ସୋନିଆଙ୍କ ପୁସ୍ତକ ପ୍ରକାଶ ଏକ ବଡ଼ ରାଜନୈତିକ ଭୁଲ୍‌ । ଏହା କଂଗ୍ରେସର ଅତୀତର ଶାସନ ଓ ବିବାଦୀୟ ଘଟଣାଗୁଡ଼ିକୁ ପୁଣି ଚର୍ଚ୍ଚାକୁ ଆଣିଛି । ବିଶେଷକରି ୧୯୮୪ର ଶିଖ୍‌ ବିରୋଧୀ ହିଂସା ଏବଂ ୧୯୭୫ରେ ଲାଗୁ ହୋଇଥିବା ଜରୁରୀ ପରିସ୍ଥିତି ପ୍ରସଙ୍ଗ ଉଠାଇ ସେ କଂଗ୍ରେସକୁ ସମାଲୋଚନା କରିଛନ୍ତି । କେଶବନ୍‌ଙ୍କ ଅଭିଯୋଗ ଅନୁଯାୟୀ, ଏହି ପୁସ୍ତକ ନେହରୁ-ଗାନ୍ଧୀ ପରିବାର ଓ କଂଗ୍ରେସର ରାଜନୈତିକ ଦାୟିତ୍ୱକୁ ଆଢୁଆଳରେ ରଖିବା ସହ ସେମାନଙ୍କୁ ନିର୍ଦ୍ଦୋଷ ପ୍ରମାଣିତ କରିବାର ଉଦ୍ୟମ । ଏଥିରେ ଐତିହାସିକ ଘଟଣାଗୁଡ଼ିକୁ ନିଜ ସପକ୍ଷରେ ଉପସ୍ଥାପନ କରାଯାଇଛି ବୋଲି ସେ ଦାବି କରିଛନ୍ତି । ଆଗକୁ କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଏହି ସମୟରେ ପୁସ୍ତକ ପ୍ରକାଶ କରିବା ପଛରେ ରାଜନୈତିକ ଉଦ୍ଦେଶ୍ୟ ଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି ।

Attack: ୟୁକ୍ରେନ୍‌ ଆକ୍ରମଣରେ ୩୦ ହଜାର କୋଟିରେ ନିର୍ମିତ କ୍ରିମିଆ ସେତୁର ବଡ଼ ଅଂଶ ଧ୍ୱଂସ

ତେବେ ସୋନିଆଙ୍କ ପୁସ୍ତକରେ ଏହି ଘଟଣାଗୁଡ଼ିକ ସମ୍ପର୍କରେ ତାଙ୍କ ନିଜସ୍ୱ ମତ ରହିଛି । ୧୯୮୪ର ଶିଖ୍‌ ବିରୋଧୀ ହିଂସାକୁ ସେ ଏକ ଦୁଃଖଦ ଓ ଲଜ୍ଜାଜନକ ଅଧ୍ୟାୟ ବୋଲି ଅଭିହିତ କରିଛନ୍ତି । ହିଂସା ରୋକିବାରେ କେତେକ ସରକାରୀ ଅଧିକାରୀ ବିଫଳ ହୋଇଥିବା ଏବଂ ନ୍ୟାୟ ପ୍ରଦାନରେ ବିଳମ୍ବ ହୋଇଥିବା ସେ ସ୍ୱୀକାର କରିଛନ୍ତି । ତେବେ ସ୍ୱାମୀ ରାଜୀବ ଗାନ୍ଧୀଙ୍କ ବିରୋଧରେ ହିଂସାରେ ସମ୍ପୃକ୍ତି ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି । ସେହିପରି ଜରୁରୀ ପରିସ୍ଥିତି ସମୟରେ ତାଙ୍କ ଶାଶୂ ତଥା ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ରାଜନୈତିକ ପରିସ୍ଥିତି ଓ ମାନସିକ ଦ୍ୱନ୍ଦ୍ୱ ସମ୍ପର୍କରେ ମଧ୍ୟ ସେ ଲେଖିଛନ୍ତି ।

ନଭେମ୍ବର ୧୦ରେ ହାର୍ପରକଲିନ୍ସ ଇଣ୍ଡିଆ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ଔପଚାରିକ ଉନ୍ମୋଚନ ନୂଆଦିଲ୍ଲୀରେ ହୋଇଥିଲା । ସୋନିଆଙ୍କ ସହ ପୁଅ ରାହୁଲ ଗାନ୍ଧୀ ଓ ଝିଅ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଞ୍ଚରେ ଉପସ୍ଥିତ ଥିଲେ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସମେତ ବିରୋଧୀ ଇଣ୍ଡିମେଣ୍ଟର ଅନେକ ନେତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ପୁସ୍ତକକୁ ସୋନିଆ ନିଜ ପରିବାର ଓ ଜୀବନର ଅନୁଭୂତି ଆଧାରିତ ବ୍ୟକ୍ତିଗତ ସ୍ମୃତିଗ୍ରନ୍ଥ ବୋଲି କହିଛନ୍ତି । ଏହାର ରାଜନୈତିକ ବିଷୟବସ୍ତୁକୁ ନେଇ ବିଜେପିର ସମାଲୋଚନା ଏବେ ଦୁଇ ଦଳ ମଧ୍ୟରେ ନୂଆ ବିବାଦ ସୃଷ୍ଟି କରିଛି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.