ARTICLE AD BOX
ନୂଆଦିଲ୍ଲୀ : ଜନଗଣନା ୨୦୨୭ ଏକ ପ୍ରହସନରେ ପରିଣତ ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ସୋସିଆଲ ମିଡିଆ ମଞ୍ଚ ଏକ୍ସରେ ଏକ ଗଣମାଧ୍ୟମ ରିପୋର୍ଟ ସେୟାର କରିଛନ୍ତି । ଏହି ରିପୋର୍ଟରେ ଦାବି କରାଯାଇଛି ଯେ, ଜନଗଣନା ପାଇଁ ଉଦ୍ଦିଷ୍ଟ ଆତ୍ମଗଣନା ପୋର୍ଟାଲରେ ଇସ୍କନ, ରାମକୃଷ୍ଣ ପରମହଂସ, ସନାତନ, ଶ୍ରୀରାମ, ଶ୍ରୀକୃଷ୍ଣ, ବାଲ୍ମୀକି, ରାମଦେବ, ସୁଫି, ଶିଆ, ସୁନ୍ନି, ମେଥୋଡିଷ୍ଟ ଓ ପେଣ୍ଟେକୋଷ୍ଟାଲ ଆଦିକୁ ୨୮୭ଟି ଅନ୍ୟ ଧର୍ମ ମଧ୍ୟରେ ସାମିଲ କରାଯାଇଥିଲା । ଏନେଇ ଗୃହ ମନ୍ତ୍ରାଳୟକୁ ପ୍ରଶ୍ନ କରାଯିବା ପରେ କୌଣସି ଉତ୍ତର ନ ଦେଇ ପୋର୍ଟାଲରୁ ଉକ୍ତ ତାଲିକା ହଟାଇ ଦିଆଯାଇଥିବା ଅଭିଯୋଗ ହୋଇଛି ।
Attack: ୟୁକ୍ରେନ୍ ଆକ୍ରମଣରେ ୩୦ ହଜାର କୋଟିରେ ନିର୍ମିତ କ୍ରିମିଆ ସେତୁର ବଡ଼ ଅଂଶ ଧ୍ୱଂସ
ଏହି ସୋସିଆଲ ମିଡିଆ ପୋଷ୍ଟରେ ଜୟରାମ ରମେଶ ଏହାକୁ ଅଜବ ଓ ଅବୋଧ୍ୟ ବୋଲି କହିଛନ୍ତି । ଅନୁସୂଚିତ ଜାତି ଓ ଜନଜାତି ବ୍ୟତୀତ ଅନ୍ୟ ଜାତିଗୁଡ଼ିକର ତଥ୍ୟ ସଂଗ୍ରହ ପାଇଁ ଡ୍ରପ୍ଡାଉନ୍ ମେନୁ ରହିବା କଥା । କିନ୍ତୁ ପୋର୍ଟାଲରେ ଏହି ବ୍ୟବସ୍ଥା ଉପଲବ୍ଧ ନାହିଁ ବୋଲି ସେ କହିଛନ୍ତି । ଏଭଳି ଅନେକ ତ୍ରୁଟି ଯୋଗୁଁ ଜନଗଣନା ୨୦୨୭ ଏକ ପ୍ରହସନରେ ପରିଣତ ହୋଇଛି ବୋଲି ରମେଶ ଅଭିଯୋଗ କରିଛନ୍ତି ।
ଏହା ପୂର୍ବରୁ ମଧ୍ୟ ଜନଗଣନା ୨୦୨୭ର ଉଦ୍ଦେଶ୍ୟ ଓ ତଥ୍ୟ ସଂଗ୍ରହ ପଦ୍ଧତିକୁ ନେଇ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଆସିଛି । ଜାତିଭିତ୍ତିକ ଜନଗଣନା ଠିକ୍ ଭାବେ ପରିଚାଳନା କରିବା ଲାଗି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଓ ରାହୁଲ ଗାନ୍ଧୀ ମିଳିତ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ ।

12 minutes ago
1


