ARTICLE AD BOX
ଡୁଙ୍ଗୁରିପାଲି: ଆଜି (ମଙ୍ଗଳବାର) ରାତି ପ୍ରାୟ ୮ଟାରେ ସୁବର୍ଣ୍ଣପୁରଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ଯୁବକୁ ଗୁଳିମାରି ହତ୍ୟା କରିଛନ୍ତି। ପୁଲିସ ପହଞ୍ଚି ଖାଲି ଖୋଖା ଜବତ କରିଛି। ତେବେ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ।
Murder: ପାର୍କିଂ ବିବାଦରୁ ହତ୍ୟାକାଣ୍ଡ: ପୂର୍ବତନ ଟେକ୍ ମହିନ୍ଦ୍ରା ଅଧିକାରୀଙ୍କୁ ଗୁଳି କରି ହତ୍ୟା, ସାମ୍ନାକୁ ଆସିଲା ସିସିଟିଭି ଦୃଶ୍ୟ
ସୂଚନାନୁସାରେ,ବ୍ରାହ୍ମଣୀପାଲି ଗାଁର ସୁଦାମ ନାଗ ନିଜର ମୋଟରସାଇକଲରେ ଗାଁକୁ ଫେରୁଥିଲେ। ସାଲେପାଲିରୁ ଅଇଁଳାସାରି ରାସ୍ତାର ପାଙ୍କେଲ ଛକଠାରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଗୁଳିମାଡ଼ କରିଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ୪ ରାଉଣ୍ଡ ଗୁଳି ଫୁଟିଥିଲା। ସୁବର୍ଣ୍ଣପୁର ଏସ୍ପି ନାରାୟଣ ନାୟକ, ଡୁଙ୍ଗୁରିପାଲି ଆଇଆଇସି ରୋଜାଲିନ ପଟେଲ୍ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିଥିଲେ। ଫରେନ୍ସିକ୍ ଦଳ ଘଟଣାସ୍ଥଳରୁ ଦୁଇଟି ଖୋଖା ଜବତ କରିଛି। ଦୁର୍ବୃତ୍ତମାନେ ମୁଣ୍ଡକୁ ଲକ୍ଷ୍ୟ କରି ଗୁଳିମାରିଛନ୍ତି ଏବଂ ଘଟଣାସ୍ଥଳରେ ହିଁ ସୁଦାମଙ୍କ ମୃତ୍ୟୁ ଘଟିଛି।

16 minutes ago
1


