Vivo Vision Discovery Edition: ଭାରତରେ ଭିଭୋର ନୂଆ ମିକ୍ସଡ୍ ରିଆଲିଟି ହେଡସେଟ୍, ଜାଣନ୍ତୁ ବିଶେଷତା...

53 minutes ago 1
ARTICLE AD BOX

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍‌ ବଜାରରେ ଲୋକପ୍ରିୟ ଭିଭୋ ଭାରତରେ ନିଜର ନୂଆ ଭିଜନ୍‌ ଡିସକଭରି ଏଡିସନ୍‌ ମିକ୍ସଡ୍ ରିଆଲିଟି ହେଡସେଟ୍‌ ପ୍ରଦର୍ଶନ କରିଛି। ମଙ୍ଗଳବାର ଆୟୋଜିତ ଭିଭୋ ନେକ୍ସଟ୍‌ କାର୍ଯ୍ୟକ୍ରମରେ ଏହାକୁ ପ୍ରଦର୍ଶନ କରାଯାଇଛି। ଏହି ଉପକରଣରେ ଭର୍ଚୁଆଲ୍‌ ରିଆଲିଟି ଓ ଅଗମେଣ୍ଟେଡ୍‌ ରିଆଲିଟିର ଅନୁଭୂତି ଏକାଠି ମିଳିବ।

ଶକ୍ତିଶାଳୀ ଚିପ୍‌ସେଟ୍‌

ଭିଜନ୍‌ ଡିସ୍‌କଭରି ଏଡିସନ୍‌ରେ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ଏକ୍ସଆର୍‌୨ ପ୍ଲସ୍‌ ଜେନ୍‌ ୨ ଚିପ୍‌ସେଟ୍‌ ବ୍ୟବହାର କରାଯାଇଛି। କମ୍ପାନି ଅନୁସାରେ, ପୂର୍ବ ପିଢ଼ିର ଚିପ୍‌ସେଟ୍‌ ତୁଳନାରେ ଏହା ୨.୫ ଗୁଣ ପର୍ଯ୍ୟନ୍ତ ଅଧିକ ଗ୍ରାଫିକ୍ସ ପ୍ରଦର୍ଶନ କରିପାରିବ। ସେହିପରି ଏହାର କୃତ୍ରିମ ବୁଦ୍ଧିମତ୍ତା କ୍ଷମତା ମଧ୍ୟ ୮ ଗୁଣ ପର୍ଯ୍ୟନ୍ତ ଅଧିକ ବୋଲି ଭିଭୋ କହିଛି।

ଆହୁରି ପଢ଼ନ୍ତୁ- Lawn Bowls 2026: ଓଡ଼ିଶା କ୍ରୀଡ଼ାରେ ଯୋଡ଼ି ହେବ ନୂଆ ଅଧ୍ୟାୟ; ଅକ୍ଟୋବର ୨୩ରୁ ଜାତୀୟ ଲନ୍‌ ବଲ୍‌ ପ୍ରତିଯୋଗିତା

ହାଇ ରିଜୋଲ୍ୟୁସନ୍‌ ଡିସ୍‌ପ୍ଲେ

ହେଡ୍‌ସେଟ୍‌ରେ ଦୁଇଟି ମାଇକ୍ରୋ-ଓଏଲ୍‌ଇଡି ଡିସ୍‌ପ୍ଲେ ଦିଆଯାଇଛି। ଏହା ୮କେ ରିଜୋଲ୍ୟୁସନ୍‌କୁ ସପୋର୍ଟ କରେ। ପ୍ରତ୍ୟେକ ସ୍କ୍ରିନ୍‌ର ରିଜୋଲ୍ୟୁସନ୍‌ ୩,୮୪୦ × ୩,୫୫୨ ପିକ୍ସେଲ୍‌। ଡିସ୍‌ପ୍ଲେଟି ଡିସିଆଇ-ପି୩ କଲର୍‌ ଗାମୁଟ୍‌ର ୯୪ ପ୍ରତିଶତ ଅଂଶକୁ କଭର୍‌ କରେ।
ଉପଭୋକ୍ତାଙ୍କ ସୁବିଧା ପାଇଁ ଏଥିରେ ପ୍ୟାଡେଡ୍‌ ହେଡ୍‌ବ୍ୟାଣ୍ଡ୍‌ ରହିଛି। ଭିନ୍ନ ଆକାରର ଲାଇଟ୍‌-ସିଲ୍‌ ଓ ଫୋମ୍‌ ପ୍ୟାଡିଂ ବିକଳ୍ପ ମଧ୍ୟ ରହିଛି।

ଆଖି ଓ ହାତର ଇସାରାରେ ନିୟନ୍ତ୍ରଣ

ଏହି ହେଡ୍‌ସେଟ୍‌ରେ କ୍ୟାମେରା ଓ ଡେପ୍‌ଥ ସେନ୍‌ସର୍‌ ସାହାଯ୍ୟରେ ଉପଭୋକ୍ତାଙ୍କ ଗତିବିଧି ବୁଝିବା ବ୍ୟବସ୍ଥା ରହିଛି। ଏହାର ଆଇ ଟ୍ରାକିଂ ବ୍ୟବସ୍ଥା ୧.୫ ଡିଗ୍ରୀ ପର୍ଯ୍ୟନ୍ତ ସଠିକତା ଦେଇପାରେ ବୋଲି ଭିଭୋ କହିଛି।
ଏଥିରେ ୧୭୫ ଡିଗ୍ରୀର ଭର୍ଟିକାଲ୍‌ ଟ୍ରାକିଂ ରେଞ୍ଜ୍‌ ରହିଛି। ଉପଭୋକ୍ତାମାନେ ହାତର ଇସାରା ଓ ଆଙ୍ଗୁଠିରେ ପିଞ୍ଚ୍‌ କରି ଭର୍ଚୁଆଲ୍‌ ମ୍ୟାଟେରିଆଲ୍‌ ସହ ଇଣ୍ଟରାକ୍ଟ କରିପାରିବେ। ଏଥିପାଇଁ କେବଳ ଫିଜିକାଲ୍‌ କଣ୍ଟ୍ରୋଲର୍‌ ଉପରେ ନିର୍ଭର କରିବାକୁ ପଡ଼ିବନାହିଁ।

ଆହୁରି ପଢ଼ନ୍ତୁ- Ganja seized ମାଲକାନଗିରିରୁ ୨୪୫ କିଲୋ ଗଞ୍ଜେଇ ଜବତ, ବିଜେଡି ନେତ୍ରୀଙ୍କ ସ୍ୱାମୀଙ୍କ ସମେତ ୨ ଗିରଫ

ସିନେମା ଭଳି ମିଳିବ ମନୋରଞ୍ଜନ

ଭିଜନ୍‌ ଡିସ୍‌କଭରି ଏଡିସନ୍‌ରେ ଭିଭୋର ଅରିଜିନ୍‌ଓଏସ୍‌ ଭିଜନ୍‌ ଅପରେଟିଂ ସିଷ୍ଟମ୍‌ ରହିଛି। ଏହାକୁ ବିଶେଷ ଭାବେ ମିକ୍ସଡ୍‌ ରିଆଲିଟି ପାଇଁ ପ୍ରସ୍ତୁତ କରାଯାଇଛି। ଏଥିରେ ଥିବା ଭିଭୋ ଭିଜନ୍‌ ସିନେମା ମୋଡ୍‌ ମାଧ୍ୟମରେ ପ୍ରାୟ ୧୨୦ ଫୁଟ୍‌ ସିନେମା ପରଦା ଭଳି ଏକ ଭର୍ଚୁଆଲ୍‌ ସ୍କ୍ରିନ୍‌ ତିଆରି କରାଯାଇପାରିବ। ଏହାରେ ସିନେମା ସହ ଲାଇଭ୍‌ କ୍ରୀଡ଼ା, ଇ-ସ୍ପୋର୍ଟ୍ସ, ଗେମିଂ ଓ ଅନ୍ୟାନ୍ୟ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖିହେବ।

ଏବେ ବଜାରରେ ମିଳିବ ନାହିଁ

ଭିଭୋ ଭିଜନ୍‌ ଡିସ୍‌କଭରି ଏଡିସନ୍‌କୁ ଏବେ ଭାରତରେ ବିକ୍ରି ପାଇଁ ଉପଲବ୍ଧ କରାଯାଇନାହିଁ। ତେବେ ଦେଶର ୧୦ଟି ସହରର ୧୫ଟି ଏକ୍ସପିରିଏନ୍ସ ଜୋନ୍‌ରେ ଲୋକେ ଏହି ହେଡ୍‌ସେଟ୍‌କୁ ନିଜେ ବ୍ୟବହାର କରି ଅନୁଭୂତି ନେଇପାରିବେ। ଏହି ସହରଗୁଡ଼ିକ ମଧ୍ୟରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଅହମଦାବାଦ, କୋଏମ୍ବାଟୁର, ଇନ୍ଦୋର, ପାଟନା, ନାଗପୁର ଓ ଦେହରାଦୁନ୍‌ ରହିଛି।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.