ARTICLE AD BOX
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳଭବନସ୍ଥିତ ସମ୍ମିଳନୀ କକ୍ଷରେ ଆଜି (ମଙ୍ଗଳବାର) ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟର ଆର୍ଥିକ ପରିଚାଳନା, ବ୍ୟୟ ଅଗ୍ରଗତି, କର୍ମଚାରୀ ସାମାଜିକ ସୁରକ୍ଷା, ନ୍ୟାୟିକ ଆଦେଶର ଅନୁପାଳନ ଓ ଶୀଘ୍ର କାର୍ଯ୍ୟକାରିତା ଏବଂ ନୟାଗଡ଼ ଜିଲ୍ଲାର ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିଲା। ଉନ୍ନୟନ କମିସନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଂଜନ କୁମାର ସିଂ ଙ୍କ ସମେତ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ , ପ୍ରମୁଖ ଶାସନ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।
Nayagarh: ନୟାଗଡ଼: ସବୁ ଦଳର ସ୍ଥିତି ଗୋଳମାଳିଆ; ବିଜେପିରେ ବଢ଼ୁଛି କନ୍ଦଳ, ଛିଡ଼ୁଛି ବିଜେଡି, କଂଗ୍ରେସ ସ୍ଥିର
ବୈଠକରେ ଗତମାସରୁ ଅଦ୍ୟାବଧି ରାଜ୍ୟର ବିଭିନ୍ନ କ୍ଷେତ୍ରରେ ହାସଲ ହୋଇଥିବା ପ୍ରମୁଖ ସଫଳତା ଓ ଅଗ୍ରଗତି ସମ୍ପର୍କରେ ଶ୍ରୀମତୀ ଗର୍ଗ ସଚିବସ୍ତରୀୟ ବୈଠକରେ ଆଲୋକପାତ କରିଥିଲେ । ପର୍ଯ୍ୟଟନ, ଶିଳ୍ପ ଓ ନିବେଶ, ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ, ଦକ୍ଷତା ବିକାଶ, ନିଯୁକ୍ତି, କୃଷି ଓ ଶିକ୍ଷା କ୍ଷେତ୍ରରେ ସଫଳତା ସଂପର୍କରେ ଆଲୋଚନା କରି ଆଗାମୀ ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ ।
ସଦ୍ୟ ଆୟୋଜିତ ଓଡ଼ିଶା ଟ୍ରାଭେଲ୍ ବଜାରରେ ବିପୁଳ ନିବେଶ ଆଗ୍ରହ, ୟୁଏଇ ଗସ୍ତ ସମୟରେ ୨ ଲକ୍ଷ କୋଟିରୁ ଅଧିକ ପ୍ରସ୍ତାବିତ ନିବେଶ, ଉଚ୍ଚ କ୍ଷମତା ସଂପନ୍ନ କମିଟିରେ ୨୭ଟି ବୃହତ୍ ଶିଳ୍ପ ପ୍ରକଳ୍ପର ଅନୁମୋଦନ, ପରିବେଶ ସୁରକ୍ଷା ଓ ବୃକ୍ଷରୋପଣରେ ଉଲ୍ଲେଖନୀୟ ସଫଳତା, ୧୧୦୦ରୁ ଅଧିକ ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ ଏବଂ ୪୧ ଲକ୍ଷରୁ ଅଧିକ କୃଷକଙ୍କୁ ସିଏମ୍କିଷାନ ଯୋଜନାରେ ୮୩୩ କୋଟିରୁ ଅଧିକ ସହାୟତା ପ୍ରଦାନ ଭଳି ପଦକ୍ଷେପ ରାଜ୍ୟର ବିକାଶ ଯାତ୍ରାକୁ ଆହୁରି ସୁଦୃଢ଼ କରିଛି ବୋଲି ମୁଖ୍ୟ ଶାସନ ସଚିବ କରିଥିଲେ ବୈଠକରେ ନୟାଗଡ଼ ଜିଲ୍ଲାପାଳ ମଧୁସ୍ମିତା ରଥ ଆଭାସୀ ମାଧ୍ୟମରେ ଯୋଗଦେଇ ନୟାଗଡ଼ ଜିଲ୍ଲାକୁ ସମୃଦ୍ଧ କରିବା ଲକ୍ଷ୍ୟରେ ବିକାଶ ପଥେ ନୟାଗଡ଼ ସମ୍ପର୍କିତ ଏକ ଉପସ୍ଥାପନାରେ ୨୫ଟି ପ୍ରମୁଖ ପ୍ରକଳ୍ପ କାର୍ଯ୍ୟକାରିତା ନେଇ କାର୍ଯ୍ୟପନ୍ଥା(ରୋଡ୍ ମ୍ୟାପ୍) ଉପସ୍ଥାପନ କରିଥିଲେ।
ଶିଳ୍ପବିହୀନ ନୟାଗଡ଼ ଜିଲ୍ଲାରେ ଖଣି ସନ୍ଧାନ: ତୁମାଣ୍ତିରେ ଭରପୁର ଗ୍ରାଫାଇଟ୍
ଖୋର୍ଦ୍ଧା-ନୟାଗଡ଼ ଜାତୀୟ ରାଜପଥର ଉନ୍ନତିକରଣ, ଖୋର୍ଦ୍ଧା-ବଲାଙ୍ଗୀର ରେଳପଥର ସମ୍ପୂର୍ଣ୍ଣ କରାଯିବା ସହିତ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଉପରେ ଆଳୋଚନା କରିଥିଲେ। ଦଶପଲ୍ଲା ଓ ଖଣ୍ଡପଡ଼ାରେ ବିଦ୍ୟୁତ ଗ୍ରିଡ୍ ଉପକେନ୍ଦ୍ର, ନୟାଗଡ଼ରେ ହୋମିଓପାଥି ମହାବିଦ୍ୟାଳୟ, ଦଶପଲ୍ଲାରେ ଚିକିତ୍ସା କେନ୍ଦ୍ର ଓ ରଣପୁରରେ ହକି ଷ୍ଟାଡିୟମ ଭଳି ପ୍ରକଳ୍ପ ମାଧ୍ୟମରେ ସ୍ୱାସ୍ଥ୍ୟ, ଶିକ୍ଷା ଓ କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବମାନେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ନେଇ ସେମାନଙ୍କର ପରାମର୍ଶ ଦେଇଥିଲେ । ନ୍ୟାୟାଳୟର ରାୟ ଓ ଅବମାନନା ମାମଲା ଉପରେ ଆଇନ୍ ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା।

51 minutes ago
1


