Three Separate Bike Accidents ମୟୂରଭଞ୍ଜରେ ତିନି ପୃଥକ ବାଇକ ଦୁର୍ଘଟଣା, ବୃଦ୍ଧା ମୃତ, ପୁଲିସ କର୍ମଚାରୀଙ୍କ ସମେତ ୬ ଗୁରୁତର

32 minutes ago 1
ARTICLE AD BOX

ବେତନଟୀ/ ମୟୂରଭଞ୍ଜ: ବୈଶିଙ୍ଗା ଥାନା ଅଧୀନ ଜାତୀୟ ରାଜପଥ ଓ ବୈଶିଙ୍ଗା-ମାଣତ୍ରୀ ରାଜ୍ୟ ରାଜପଥରେ ଘଟିଛି ଦୁଇଟି ପୃଥକ ବାଇକ୍ ଦୁର୍ଘଟଣା। ଏଥିରେ ପୁଲିସ କର୍ମଚାରୀଙ୍କ ସମେତ ମୋଟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ଭର୍ତ୍ତି କରାଯିବା ପରେ ଗୁରୁତର ଅବସ୍ଥାରେ ବାଲେଶ୍ୱର ଓ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Bike accident ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ, ୪ ଗୁରୁତର

ସୂଚନା ଅନୁଯାୟୀ, ବୈଶିଙ୍ଗା ଅଞ୍ଚଳରେ କାର୍ଯ୍ୟରତ ବିହାରର ଖଗରିଆ ଅଞ୍ଚଳର ପ୍ରଭାକର ସିଂଙ୍କ ପୁଅ ସୋହନ କୁମାର ସିଂ ଜାତୀୟ ରାଜପଥର ହୋଣ୍ଡା ସୋରୁମ୍ ସମ୍ମୁଖରେ ରାସ୍ତା ପାର ହେଉଥିବା ବେଳେ ବାଲେଶ୍ୱରରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଏକ ବୁଲେଟ୍(ଓଡି-୨୨-ଏସ୍-୫୯୫୦) ତାଙ୍କୁ ଧକ୍କା ଦେଇଥିଲା। ବୁଲେଟ ଚାଳକ ଭଦ୍ରକ ଅଞ୍ଚଳର ପୁଲିସ କର୍ମଚାରୀ ଅଜିତ କୁମାର ବାରିକ ମଧ୍ୟ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି। ସୋହନଙ୍କ ଦୁଇ ଗୋଡ଼ରେ ଗୁରୁତର ଆଘାତ ଲାଗିଥିବା ବେଳେ ଅଜିତଙ୍କ ଗୋଡ଼ରେ ମଧ୍ୟ ଆଘାତ ଲାଗିଛି। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ସୋହନ ଓ ଅଜିତଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।

bike accident ବାଇକ୍ ଦୁର୍ଘଟଣାରେ ୩ ମୃତ

ଅନ୍ୟପଟେ, ବୈଶିଙ୍ଗା-ମାଣତ୍ରୀ ରାସ୍ତାର ମୋହନପୁର ଛକ ନିକଟରେ ଅନ୍ୟ ଏକ ବାଇକ୍ ଦୁର୍ଘଟଣାରେ ଚନ୍ଦ୍ରକାନ୍ତ ପ୍ରଧାନ ଓ ବେଣୁଧର ବେହେରା ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ମଧ୍ୟ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନା ନିଆଯାଇଥିବା ବେଳେ ପରେ ଉନ୍ନତ ଚିକିତ୍ସା ପାଇଁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।
ମୟୂରଭଞ୍ଜ ବେତନଟୀ ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥର ତାରାକୋଟି ଛକରେ ଏକ  ଦ୍ରୁତଗାମୀ ବାଇକ୍ ଧକ୍କାରେ ଜଣେ ପଥଚାରୀ ବୃଦ୍ଧାଙ୍କ ମୃତ୍ୟୁ। ମୃତକ ସ୍ଥାନୀୟ ଅଞ୍ଚଳର ମଙ୍ଗଳ ସିଂଙ୍କ ସ୍ତ୍ରୀ ସୁନି ସିଂ, ବୟସ ୫୫ ବର୍ଷ। ଦୁର୍ଘଟଣାରେ ବାଇକ୍‌ରେ ଥିବା ବାଲେଶ୍ୱର ଜିଲ୍ଲାର ଦୁଇ ଯୁବକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଖବର ପାଇ ବେତନଟୀ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବାଇକ୍‌କୁ ଜବତ କରିବା ସହ ମୃତଦେହ ଉଦ୍ଧାର କରିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.