SOP: ଆଧାରରେ ନାମ ସଂଶୋଧନ ଲାଗି ନୂଆ ଏସ୍‌ଓପି

51 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଆଧାରରେ ନାମ ସଂଶୋଧନ ଲାଗି ଭାରତୀୟ ସ୍ବତନ୍ତ୍ର ପରିଚୟପତ୍ର କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ଏକ ସଂଶୋଧିତ ମାନକ କାର୍ଯ୍ୟ ପ୍ରଣାଳୀ (ଏସ୍‌ଓପି) ଜାରି କରିଛି। ୨୦୨୬ ସେପ୍ଟେମ୍ବର ୧୮ରୁ ନୂଆ ଏସ୍‌ଓପି କାର୍ଯ୍ୟକାରୀ କରାଯାଇଛି। ‌ଛୋଟକାଟିଆ ବନାନ ସଂ‌ଶୋଧନ, ଡାଟା ଏଣ୍ଟ୍ରିଜନିତ ତ୍ରୁଟି, ବିବାହ ଓ ଛାଡ଼ପତ୍ର ପରେ ସାଙ୍ଗିଆ ପରିବର୍ତ୍ତନ ଠାରୁ ଆରମ୍ଭ କରି ନାମ ପରିବର୍ତ୍ତନ ଭଳି ବଡ଼ଧରଣର ସଂଶୋଧନ ବ୍ୟବସ୍ଥା ଏଥିରେ ରହିଛି। 

ଛୋଟ ସଂଶୋଧନ ପାଇଁ ଅଳ୍ପ ଦସ୍ତାବିଜ ଆବଶ୍ୟକ ଥିବାବେଳେ ନାମ ପରିବର୍ତ୍ତନ ପାଇଁ କେବଳ ଗେଜେଟ୍‌ ବିଜ୍ଞପ୍ତିକୁ ହିଁ ପ୍ରମାଣଭାବେ ଗ୍ରହଣ କରାଯିବ। ଏଥିସହିତ ପରିଚୟପତ୍ର ସଂକ୍ରାନ୍ତ ଅନ୍ୟାନ୍ୟ ଦସ୍ତାବିଜ ମଧ୍ୟ ମଗାଯିବ। ଜାଲିଆତି ରୋକିବା ପାଇଁ ଦାଖଲ କରାଯାଉଥିବା ଦସ୍ତାବିଜ ଆଦିକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯିବ। 

Nepal Travel: ନେପାଳ ଯାତ୍ରା ହେବ ସହଜ: ଏନଆଇଡିକୁ ପରିଚୟପତ୍ର ଭାବେ ଗ୍ରହଣ କରିବାକୁ ଭାରତକୁ ଅନୁରୋଧ

Read Entire Article
LEFT SIDEBAR AD

Hidden in mobile, Best for skyscrapers.