Vigilance: ଦୁଇ ଯନ୍ତ୍ରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

2 weeks ago 6
ARTICLE AD BOX

ଫୁଲବାଣୀ: କନ୍ଧମାଳଜିଲ୍ଲା କୋଟଗଡ଼ ବ୍ଲକ୍‌ ଧରାକୋଟ ପଞ୍ଚାୟତରେ ମନରେଗା ଯୋଜନାରେ ପୋଖରୀ ଖୋଳାରେ ମିଥ୍ୟା ବିଲ୍‌ କରି ୪୨ ଲକ୍ଷ ଟଙ୍କା ହେରଫେର ମାମଲାରେ ଭିଜିଲାନ୍ସ ଆଜି ଦୁଇଜଣ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାତ୍ର ଏବଂ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେହେରା। ଉଭୟ ଏହି ଦୁର୍ନୀତିର କିଙ୍ଗପିନ୍‌ ବୋଲି ଜଣାପଡ଼ିଛି। ମାତ୍ର ୭ ଲକ୍ଷ ୪୨ ହଜାର ଟଙ୍କାର କାମ କରି ଉଭୟ ୪୯ ଲକ୍ଷ ୮୪ ହଜାର ଟଙ୍କାର ମିଥ୍ୟା ବିଲ୍‌ କରିଥିବା ଭିଜିଲାନ୍ସ ହାତରେ ପ୍ରମାଣ ଲାଗିଥିଲା। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଡିଭିଜନ୍‌ ପକ୍ଷରୁ କେସ୍‌ ନମ୍ବର ୬/୨୦୨୬ରେ ଏକ ମାମଲା ରୁଜୁ ହୋଇଛି।

Anil's eight: ମଙ୍ଗଳ ଯାତ୍ରା ପାଇଁ ଅନିଲଙ୍କ ଆଠମାସିଆ ମହାକାଶ ଅଭିଯାନ

Other countries: ଅନ୍ୟ ଦେଶ ଭାରତରେ ସାଇତିଛନ୍ତି ସୁନା

ଧରାକୋଟ ପଞ୍ଚାୟତରେ ଏକ ପୋଖରୀ ଖୋଳା (ଅମୃତ ସରୋବର)କୁ ନେଇ ଦୁର୍ନୀତି ଅଭିଯୋଗ ପରେ କନ୍ଧମାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶମ୍ଭୁନାଥ ନନ୍ଦି ଏକ ବୈଷୟିକ ଟିମ୍‌ ସହିତ ନିଜେ ଯାଇ ଅନୁଧ୍ୟାନ କରିଥିଲେ।  ଶ୍ରୀ ନନ୍ଦିଙ୍କ ତଦନ୍ତ ରିପୋର୍ଟକୁ ଆଧାର କରି ଜିଲ୍ଲାପାଳ ବେଦ ଭୂଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ସହକାରୀ ଉନ୍ନୟନ ଅଧିକାରୀ କାଂଶୀରାମ ଦିଗାଲ ଓ ଧରାକୋଟ ପଞ୍ଚାୟତ ନିର୍ବାହୀ ଅଧିକାରୀ ସୂତନ୍ୟ ମହାକୁଡ଼ଙ୍କୁ ନିଲମ୍ବିତ କରିଥିଲେ। ଏହାସହିତ ବ୍ଲକର ସହକାରୀ ଯନ୍ତ୍ରୀ ପ୍ରଶାନ୍ତ ଓ କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସୁପାରିସ କରିଥିଲେ। ଏହାପରଠାରୁ ଉଭୟ ଫେରାର ହୋଇଯାଇଥିଲେ। ଆଜି ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.