Venezuala: ଭାରତୀୟ ନାବିକଙ୍କ ମୃତଦେହ ଭେନେଜୁଏଲାରୁ ଫେରିଲା; ମୃତଦେହରେ ମସ୍ତିଷ୍କ, ହୃତପିଣ୍ଡ ଓ ଫୁସ୍‌ଫୁସ୍‌ ଗାଏବ୍‌

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଚଳିତ ବର୍ଷ ମେ ମାସରେ ଭେନେଜୁଏଲାରେ ଡ୍ୟୁଟିରେ ଥିବା ସମୟରେ ଜଣେ ଭାରତୀୟ ନାବିକଙ୍କର ମୃତ୍ୟୁ ଘଟିଥିବାବେଳେ ମାସକ ପରେ ତାଙ୍କ ମୃତଦେହ ଭାରତ ଫେରିଥିଲା। ତେବେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ମୃତଦେହ ପ୍ରାୟ ଏକ ମାସ ପରେ ଭାରତରେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦରୁ ଜଣାପଡିଛି ଯେ, ମୃତଦେହରେ ମସ୍ତିଷ୍କ, ଯକୃତ ଓ ହୃତପିଣ୍ଡ ପରି ଅନେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ନଥିଲା। ଏହାକୁ ନେଇ ନାବିକମାନଙ୍କ ସଙ୍ଗଠନ ଫେଡେରେସନ ଅଫ୍ ସିଫେରର୍ସ ୟୁନିଅନ୍ସ ଅଫ୍ ଇଣ୍ଡିଆ (ଏଫଏସ୍‌ୟୁଆଇ) ଆଶ୍ଚର୍ଯ୍ୟ ପ୍ରକାଶ କରିଛି |। ଶବ ବ୍ୟବଚ୍ଛେଦ ରିପୋର୍ଟ କିମ୍ବା ଭେନେଜୁଏଲାର କର୍ତ୍ତୃପକ୍ଷଙ୍କ ବିନା ସୂଚନାରେ ମୃତଦେହ ପରିବହନ ଉପରେ ପ୍ରଶ୍ନ ଉଠାଯାଇଛି। ଏହି ଘଟଣାର ସବିଶେଷ ତଦନ୍ତ କରାଯାଉ ବୋଲି ସଂଘ ଦାବି କରିଛି। ମୃତ ନାବିକ ରାକେଶ ଚୌହ୍ବାନଙ୍କ ଘର ଉତ୍ତର ପ୍ରଦେଶର ଦେଓରିଆରେ ହୋଇଥିବାବେଳେ ସେ ପତ୍ନୀ, ଛଅମାସର ପୁଅ, ବାପା ଓ ଭାଇ ସହିତ ମୁମ୍ବାଇରେ ରହୁଥିଲେ।

ଆହୁରି ପଢନ୍ତୁ: ModiSharif: ମୋଦୀ-ସରିଫ୍‌ଙ୍କୁ ଚିଠି ଲେଖିଲେ ଭାରତ-ପାକିସ୍ତାନର ୧୧୭ ଜଣ ପ୍ରମୁଖ ବ୍ୟକ୍ତି

ରାକେଶ ନଭେମ୍ବର ୨୦୨୫ରେ ମର୍ଚ୍ଚାଣ୍ଟ ନେଭିରେ ଯୋଗ ଦେଇଥିଲେ ଓ ଭେନେଜୁଏଲାରେ ଜଣେ ମେରାଇନ୍ ଫିଟର ଭାବରେ କାମ କରୁଥିଲେ। ମେ ୭ ତାରିଖରେ ତାଙ୍କ ବାପା ରାମଦେବ ଚୌହାନଙ୍କୁ ତାଙ୍କ ପୁଅ କାମ କରୁଥିବା କମ୍ପାନୀରୁ ଏକ ଫୋନ୍ କଲ୍‌ ଆସିଥିଲା ଓ କୁହାଯାଇଥିଲା ଯେ, ୩୩ ବର୍ଷୀୟ ରାକେଶ ଜାହାଜରେ ଖସି ପଡ଼ି ଗୁରୁତର ଭାବେ ଆହତ ହୋଇଛନ୍ତି। ପରଦିନ ରାକେଶଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା। କମ୍ପାନି ଅଭିଯୋଗ କରିଥିଲା ଯେ, ମୁଣ୍ଡ ବୁଲାଇବା ଯୋଗୁଁ ରାକେଶ ପଡ଼ିଯାଇ ଗୁରୁତର ଆଘାତ ପାଇଥିଲେ ଓ ଚିକିତ୍ସା ସମୟରେ ହୃଦଘାତ୍‌ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ମୃତଦେହ ଭାରତରେ ପହଞ୍ଚିବା ପରେ ରାକେଶଙ୍କ ଶରୀରର ଅନେକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ନଥିବାରୁ ପରିବାର ଲୋକ ସନ୍ଦେହ ପ୍ରକାଶ କରିଛନ୍ତି।

ଆହୁରି ପଢନ୍ତୁ: Odisha High Court : ସୁଲେଇପାଟ ଲୁହା ପଥର ଖଣି ଲିଜ ଅବଧି ବୃଦ୍ଧି ପ୍ରସଂଗ, ଆବେଦନ ଖାରଜ କଲେ ହାଇକୋର୍ଟ

ତାଙ୍କ ପରିବାର ଲୋକଙ୍କ ଅନୁମତି ବିନା କେମିତି ଏତେ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ରାକେଶଙ୍କ ଶରୀରରୁ ବାହାର କରାଗଲା। ମୃତଦେହ ହସ୍ତାନ୍ତର ବେଳେ ଭୁଲ୍‌ ନାଁରେ ରସିଦ ଦିଆଯାଇଥିଲା। ରାକେଶ ଯେଉଁ ଜାହାଜରେ କାମ କରିବାକୁ ଚୁକ୍ତି କରିଥିଲେ ଓ ତାଙ୍କୁ ଯେଉଁ ଜାହାଜରେ ନିୟୋଜିତ କରାଯାଇଥିଲା ତାହା ସମାନ ନଥିବାରୁ ପରିବାର ଓ ସଂଘ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଛି। ରାକେଶଙ୍କ ପତ୍ନୀ ରଞ୍ଜନା ଚୌରସିଆ ଭେନେଜୁଏଲାସ୍ଥିତ ଭାରତୀୟ ଦୂତାବାସ ସହିତ ସମ୍ପର୍କରେ ଅଛନ୍ତି ଓ ଜାହାଜ କମ୍ପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଫଏସ୍‌ୟୁଆଇ ମଧ୍ୟ ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହିତ ରାକେଶଙ୍କ ପରିବାର ପାଇଁ କ୍ଷତିପୂରଣ ଦାବି କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.