ARTICLE AD BOX
ତିରୁଅନନ୍ତପୁରମ୍: ସ୍ବାଧୀନତା ଦିବସରେ କେରଳ ସରକାରଙ୍କ ସରକାରୀ ସମାରୋହରେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯାଇ ନ ଥିବାରୁ ବିବାଦ ତୀବ୍ର ହୋଇଛି। ଏହାକୁ ନେଇ ବିଜେପି ଶାସକ କଂଗ୍ରେସ ନେତୃତ୍ବାଧୀନ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍ (ୟୁଡିଏଫ୍) ସରକାରଙ୍କୁ କଡ଼ା ସମାଲୋଚନା କରିଛି। ‘ବନ୍ଦେ ମାତରମ୍’କୁ ସରକାରୀ କାର୍ଯ୍ୟକ୍ରମରୁ ବାଦ୍ ଦେବା ସମ୍ବିଧାନ ପ୍ରତି ଅପମାନ ବୋଲି ଦଳ କହିବା ସହ ଏହା ବିରୋଧରେ ଆଇନଗତ ଓ ରାଜନୈତିକ ଲଢ଼େଇ କରିବାକୁ ଚେତାବନୀ ଦେଇଛି।
ବିଜେପି ନେତା ସୋନ ଜର୍ଜ ମୁଖ୍ୟମନ୍ତ୍ରୀ ଭିଡି ସତୀଶନଙ୍କୁ ଟାର୍ଗେଟ୍ କରି ଅଭିଯୋଗ କରିଛନ୍ତି ଯେ, କଟ୍ଟରପନ୍ଥୀ ଗୋଷ୍ଠୀଙ୍କ ଚାପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଗତ ଏକ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କର ଜମାତ୍-ଇ-ଇସ୍ଲାମି ଓ ‘ଭାରତ ବିରୋଧୀ ଶକ୍ତି’ ସହ ଗୁପ୍ତ ଓ ପ୍ରକାଶ୍ୟ ସମ୍ପର୍କ ରହିଥିବା ସେ ଅଭିଯୋଗ କରିଛନ୍ତି।
କେରଳର ସାଧାରଣ ଶିକ୍ଷା ବିଭାଗ ‘ବନ୍ଦେ ମାତରମ୍’ ଗାନକୁ ଇଚ୍ଛାଧୀନ କରି ନିର୍ଦ୍ଦେଶ ଜାରି କରିଥିବାରୁ ସୋନ ଜର୍ଜ ଏହାକୁ ମଧ୍ୟ ବିରୋଧ କରିଛନ୍ତି। ଏଭଳି ନିର୍ଦ୍ଦେଶ ଯଦି କୌଣସି ଅଧିକାରୀ ଜାରି କରିଥାନ୍ତି, ତେବେ ତାଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଶନିବାର କେରଳର ୧୫ ହଜାର ସ୍ଥାନରେ ବିଜେପି କର୍ମୀମାନେ ଜାତୀୟ ପତାକା ଉତ୍ତୋଳନ ସହ ‘ବନ୍ଦେ ମାତରମ୍’ ଗାନ କରିଥିବା ସେ ଦାବି କରିଛନ୍ତି।
ଆହୁରି ପଢନ୍ତୁ: LPG: ବିଶୋଧନାଗାର ପିଛା ଟାର୍ଗେଟ୍ ଧାର୍ଯ୍ୟ; ଦିନକୁ ଉତ୍ପାଦନ କରିବେ ୬୩,୮୧୦ ଟନ୍ ଏଲ୍ପିଜି
ବିଜେପି ନେତା ପିକେ କୃଷ୍ଣଦାସ ମଧ୍ୟ କେରଳ ସରକାରଙ୍କୁ ସମାଲୋଚନା କରିଛନ୍ତି। ‘ବନ୍ଦେ ମାତରମ୍’କୁ ବାଦ୍ ଦେଇ ୟୁଡିଏଫ୍ ସରକାର ସ୍ବାଧୀନତା ଦିବସର ମର୍ଯ୍ୟାଦା ନଷ୍ଟ କରିଛି ବୋଲି ସେ ଅଭିଯୋଗ କରିଛନ୍ତି। ବିଜେପିର କେରଳ ରାଜ୍ୟ ସଭାପତି ରାଜୀବ ଚନ୍ଦ୍ରଶେଖର ମଧ୍ୟ ସୋସିଆଲ ମିଡିଆ ପୋଷ୍ଟ୍ରେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ସରକାରୀ ସମାରୋହରେ ‘ବନ୍ଦେ ମାତରମ୍’ର ଗୋଟିଏ ଧାଡ଼ି ମଧ୍ୟ ଗାନ କରାଯାଇନଥିଲା। ଏହି ବିବାଦ ଅଗଷ୍ଟ ୧୫ର ସରକାରୀ ସ୍ବାଧୀନତା ଦିବସ ସମାରୋହକୁ ନେଇ ହୋଇଥିବା ବେଳେ ବିଜେପି ଏହାକୁ ଏବେ ରାଜନୈତିକ ପ୍ରସଙ୍ଗ କରିଛି। ଅନ୍ୟପକ୍ଷରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ସରକାରଙ୍କ ପକ୍ଷରୁ ଏହି ରିପୋର୍ଟରେ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ।

48 minutes ago
2


