Vande Mataram controversy: ‘ବନ୍ଦେ ମାତରମ୍’ ଅବମାନନା ଅଭିଯୋଗ: ସୋନିଆ ଗାନ୍ଧୀ ଓ କଂଗ୍ରେସକୁ ଘେରିଲେ ଅମିତ ଶାହ ଏବଂ ସୁମିତ୍ର ଚାଟାର୍ଜୀ

52 minutes ago 2
ARTICLE AD BOX

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ କଂଗ୍ରେସ ମୁଖ୍ୟାଳୟ (ଏଆଇସିସି)ରେ ଜାତୀୟ ସଂଗୀତ ‘ବନ୍ଦେ ମାତରମ୍’ ଗାନକୁ ମଝିରୁ ବନ୍ଦ କରିବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗକୁ ନେଇ ରାଜନୀତି ସରଗରମ ହୋଇଛି। ରବିବାର ଚିତ୍ତୋଡ଼ଗଡ଼ଠାରେ ଆୟୋଜିତ ଏକ ସାଧାରଣ ସଭାରେ ଉଦବୋଧନ ଦେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଉପରେ ବର୍ଷିବା ସହ ସୋନିଆ ଗାନ୍ଧୀ ଦେଶବାସୀ ଓ ସଂଗୀତର ରଚୟିତା ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ନିକଟରେ ହାତ ଯୋଡ଼ି କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି। ଭୋଟ-ବ୍ୟାଙ୍କ ରାଜନୀତି ଯୋଗୁଁ କଂଗ୍ରେସ ସ୍ବାଧୀନତା ସଂଗ୍ରାମର ମନ୍ତ୍ର ସାଜିଥିବା ଏହି ସଂଗୀତକୁ ଭୁଲିଯାଇଛି ବୋଲି ଶାହ ଅଭିଯୋଗ କରିଛନ୍ତି।

କ୍ଷମାପ୍ରାର୍ଥନା ପାଇଁ ଦାବି

ସେହିପରି ବଙ୍କିମଚନ୍ଦ୍ରଙ୍କ ପ୍ରତ୍ୟକ୍ଷ ବଂଶଧର ତଥା ନୈହାଟିର ବିଜେପି ବିଧାୟକ ସୁମିତ୍ର ଚାଟାର୍ଜୀ ମଧ୍ୟ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି ବିନା ସର୍ତ୍ତରେ କ୍ଷମାପ୍ରାର୍ଥନା ପାଇଁ ଦାବି କରିଛନ୍ତି। ଘଟଣାର ଏକ ଭିଡିଓରେ ସୋନିଆ ଗାନ୍ଧୀ ଓ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ‘ବନ୍ଦେ ମାତରମ୍’ ଗାନ ବନ୍ଦ କରିବାକୁ ଇଶାରା କରୁଥିବା ଦେଖାଯାଇଥିବା ବେଳେ, କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରି କେବଳ ଖଡଗେଙ୍କ ପାଇଁ ଚୌକି ମଗାଯାଉଥିଲା ବୋଲି ସଫାଇ ଦେଇଛି। ସୁମିତ୍ର ଏହାକୁ ୧୯୩୭ ମସିହାର ଐତିହାସିକ ଭୁଲର ପୁନରାବୃତ୍ତି ଏବଂ ଦେଶଭକ୍ତଙ୍କ ପ୍ରତି ଅପମାନ ବୋଲି ଦର୍ଶାଇଛନ୍ତି।

Bus Accident: ହଙ୍ଗେରୀ ହାଇୱେରେ ପୋଲାଣ୍ଡ ବସ୍ ଦୁର୍ଘଟଣାଗ୍ରସ୍ତ: ୧୨ ମୃତ, ୧୦ ଗୁରୁତର

Read Entire Article
LEFT SIDEBAR AD

Hidden in mobile, Best for skyscrapers.