UPSC: ୟୁପିଏସ୍‌ସି ପରି ପରୀକ୍ଷା ପାଇଁ ମାଗଣା ଅନ୍‌ଲାଇନ୍‌ କୋଚିଂ ଦେବେ ଉତ୍ତରାଖଣ୍ଡ ସରକାର

1 hour ago 4
ARTICLE AD BOX

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସରକାର ଖୁବ୍‌ଶୀଘ୍ର ମୁଖ୍ୟମନ୍ତ୍ରୀ ଯୁବ ଭବିଷ୍ୟ ନିର୍ମାଣ ଯୋଜନା-୨୦୨୬ ଆରମ୍ଭ କରିବେ। ଏହି ଯୋଜନା ଅଧୀନରେ ରାଜ୍ୟରେ ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଦ୍ବଦ୍ବିତାମୂଳକ ପରୀକ୍ଷା ପାଇଁ ମାଗଣା ଅନ୍‌ଲାଇନ୍‌ କୋଚିଂ ପାଇପାରିବେ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଏହି ଯୋଜନାକୁ ସ୍ବୀକୃତି ଦେଇଛନ୍ତି ଏବଂ ଖୁବ୍‌ଶୀଘ୍ର ଏହି ଯୋଜନା କାର୍ଯ୍ୟକାରୀ ହେବ।

ଆହୁରି ପଢନ୍ତୁ :AgriStack for Kharif Paddy ଖରିଫ୍‌ ପାଇଁ ଏଗ୍ରିଷ୍ଟାକ୍‌ ଜରିଆରେ ପଞ୍ଜୀକରଣ କଲେଣି ୮୫ହଜାର ଚାଷୀ

ଉତ୍ତରାଖଣ୍ଡରେ ବିଶ୍ବବିଦ୍ୟାଳୟ, ସରକାରୀ କଲେଜ ଓ ସରକାରୀ ସହାୟତାପ୍ରାପ୍ତ କଲେଜଗୁଡ଼ିକରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀମାନ ଏହି କୋଚିଂ ସୁବିଧାର ଲାଭ ପାଇପାରିବେ। ଯୋଜନା ଅଧୀନରେ ଛାତ୍ରଛାତ୍ରୀମାନେ ୟୁପିଏସ୍‌ସି ଦ୍ବାରା ପରିଚାଳିତ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଏବଂ ରାଜ୍ୟ ପବ୍ଲିକ୍‌ ସର୍ଭିସ୍ କମିସନ୍‌, ସିଡିଏସ୍‌, ବ୍ୟାଙ୍କିଂ, ରେଳବାଇ ଓ ଏସ୍ଏସ୍‌ସି ପରୀକ୍ଷା ପାଇଁ ମାଗଣା ଅନ୍‌ଲାଇନ୍‌ କୋଚିଂ ପାଇବେ। ସରକାର କହିଛନ୍ତି, ଅତି ଦୁର୍ଗମ ଓ ପାହାଡ଼ିଆ ଅଞ୍ଚଳର ଛାତ୍ରଛାତ୍ରୀ, ଯେଉଁମାନେ ଘରୋଇ କୋଚିଂ ସେଣ୍ଟରରେ ପାଠ ପଢ଼ିବା ପାଇଁ ଅସମର୍ଥ, ସେମାନଙ୍କ ପାଇଁ ଏହା ବେଶ୍‌ ସହାୟକ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.