UPI: ପ୍ରତ୍ୟେକ ୟୁପିଆଇ ନେଣଦେଣରୁ ସରକାରଙ୍କୁ କେତେ ମିଳେ? ଜାଣନ୍ତୁ ପୂରା ହିସାବ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: Unified Payments Interface (UPI) ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। ତେବେ ଗୋଟିଏ ୟୁପିଆଇ ନେଣଦେଣରୁ କେନ୍ଦ୍ର ସରକାରଙ୍କୁ କେତେ ଟଙ୍କା ରାଜସ୍ୱ ମିଳିଥାଏ, ତାହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ନ୍ୟାସନାଲ ପେମେଣ୍ଟସ କୋର୍ପୋରେସନ ଅଫ୍ ଇଣ୍ଡିଆ (NPCI) ଓ ସରକାରୀ ନିୟମାନୁସାରେ, ୟୁପିଆଇ ନେଣଦେଣରୁ ସରକାରଙ୍କୁ ସିଧାସଳଖ ଗୋଟିଏ ହେଲେ ବି ଟଙ୍କା ମିଳିନଥାଏ। ସରକାର ଏଥିରୁ କୌଣସି ଟ୍ୟାକ୍ସ, ଫି' କିମ୍ବା ରାଜସ୍ୱ ପାଆନ୍ତି ନାହିଁ।

ଆହୁରି ପଢନ୍ତୁ :Modern Education: ବଦଳୁଛି ଶ୍ରେଣୀଗୃହ, ବଢ଼ୁଛି ଶିକ୍ଷକଙ୍କ ଚାପ, ପାଠପଢ଼ା ସହ ଅଭିଭାବକଙ୍କ ଚାପ

MDR ଶୁଳ୍କ ଓ ଏହାର ଭାଗବଣ୍ଟା
ବ୍ୟବସାୟୀଙ୍କଠାରୁ ଆଦାୟ କରାଯାଉଥିବା Merchant Discount Rate (MDR) କୌଣସି ଟ୍ୟାକ୍ସ କିମ୍ବା ସରଚାର୍ଜ ନୁହେଁ। ଏହା ଡିଜିଟାଲ୍ ସେବା ପ୍ରଦାନ କରୁଥିବା ବ୍ୟାଙ୍କ ଓ ଫିନଟେକ୍ କମ୍ପାନୀଗୁଡ଼ିକର ପରିଚାଳନା ଖର୍ଚ୍ଚ ଭାବେ ନିଆଯାଇଥାଏ।

ଆହୁରି ପଢନ୍ତୁ :Minor Molestation Case ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଫେରାର୍‌

ଏହି ଆଦାୟ ହେଉଥିବା MDR ଅର୍ଥ ନିମ୍ନଲିଖିତ ଭାବେ ଭାଗ କରାଯାଏ:

୪୦% – ଗ୍ରାହକଙ୍କ ବ୍ୟାଙ୍କ (ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା କାଟିଥାଏ)
୩୦% – ପେମେଣ୍ଟ ଗେଟୱେ
୨୦% – ୟୁପିଆଇ ସେବା ପ୍ରଦାନକାରୀ ମୋବାଇଲ୍ ଆପ୍ (ଯେପରିକି Google Pay, PhonePe ଆଦି)
୧୦% – ୟୁପିଆଇ ଆପ୍‌ର ସ୍ପୋନ୍ସର ବ୍ୟାଙ୍କ

ଆହୁରି ପଢନ୍ତୁ :electricity accident ୧୨ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ

ବ୍ୟବସାୟୀଙ୍କ ପାଇଁ ନିୟମ
ଛୋଟ ବ୍ୟାପାରୀଙ୍କୁ ଛାଡ଼: ମାସିକ ୧ ଲକ୍ଷ ଟଙ୍କାରୁ କମ୍ କାରବାର କରୁଥିବା ଛୋଟ ଦୋକାନୀଙ୍କ ପାଇଁ ଏମଡିଆର ଶୁଳ୍କ ସମ୍ପୂର୍ଣ୍ଣ ମାଗଣା ରହିଛି। ସେହିପରି ମାସିକ ୧ ଲକ୍ଷ ଟଙ୍କାରୁ ଅଧିକ କାରବାର କରୁଥିବା ବ୍ୟବସାୟୀଙ୍କ କ୍ଷେତ୍ରରେ ୨,୦୦୦ ଟଙ୍କାରୁ ଅଧିକ ନେଣଦେଣ ଉପରେ ୦.୪% ଏମଡିଆର ଏବଂ ଜିଏସଟି ଲାଗୁ ହୁଏ। ୭୫,୦୦୦ ଟଙ୍କା କିମ୍ବା ତା'ଠାରୁ ଅଧିକର ଗୋଟିଏ ନେଣଦେଣ କ୍ଷେତ୍ରରେ ସର୍ବାଧିକ ଏମଡିଆର ୩୦୦ ଟଙ୍କା (+ ଜିଏସଟି) ସ୍ଥିର କରାଯାଇଛି।

ଆହୁରି ପଢନ୍ତୁ :Amla In Mann Ki Baat: ଅଁଳାର ଗୁଣ ଗାଇଲେ ମୋଦୀ

ଜରୁରୀ ସେବା ପାଇଁ ଫ୍ଲାଟ୍ ଫି’
ପେଟ୍ରୋଲ ପମ୍ପ, ରେଳ ଟିକେଟ, ୟୁଟିଲିଟି ବିଲ୍, ଟେଲିକମ୍, ବୀମା ଏବଂ ଶିକ୍ଷାନୁଷ୍ଠାନ ଭଳି ଜରୁରୀ ସେବା ପାଇଁ ୨,୦୦୦ ଟଙ୍କାରୁ ଅଧିକ କାରବାର ଉପରେ ପ୍ରତିଶତ ବଦଳରେ ମାତ୍ର ୫ ଟଙ୍କାର ନିର୍ଦ୍ଦିଷ୍ଟ ଫ୍ଲାଟ୍ ଫି’ ଧାର୍ଯ୍ୟ କରାଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.