Jewellery Trader Robbed ଗହଣା ବ୍ୟବସାୟୀଙ୍କୁ ମାଡ଼ ମାରି ଲୁଟ୍‌

52 minutes ago 1
ARTICLE AD BOX

କୁଆମରା (ନିମାଇଁ ପ୍ରସାଦ ଦାଶ): ଆଜି (ସୋମବାର) ପ୍ରାୟ ସନ୍ଧ୍ୟା ୭ ଟା ସମୟରେ ମୟୂରଭଞ୍ଜର କୁଆମରା ଠାରେ ଜଣେ ଗହଣା ବ୍ୟବସାୟୀଙ୍କୁ ମାଡ଼ ମାରି ଦୂର୍ବୁତ୍ତମାନେ ଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି। 

Gold Shop Robbery: ସୁନା ଦୋକାନରୁ ବଡ଼ ଧରଣର ଲୁଟ୍: ସଟର ତାଡ଼ି ସୁନା, ରୁପା ଓ ଟଙ୍କା ନେଇଗଲେ ଦୁର୍ବୃତ୍ତ

ସୂଚନାନୁସାରେ, ଖୁଣ୍ଟା ଥାନା ତଥା ଗୋପବନ୍ଧୁ ନଗର ବ୍ଲକ ସାଇଁକୁଳା ଗ୍ରାମର ରବୀନ୍ଦ୍ର ସାହୁ (୬୦) ପୂର୍ବ ଭଳି ଗହଣା ବ୍ୟବସାୟୀ ପୁରୁଣା ବାରିପଦା ସାପ୍ତାହିକ ହାଟକୁ ଗହଣା ନେଇ ବିକ୍ରି କରିବାକୁ ଆସିଥିଲେ। ହାଟରେ ବେପାର ଶେଷ କରି  ସେ ଘରକୁ ଫେରୁଥିବା ବେଳେ ଅପରାହ୍‌ଣରେ ଶିରାଥଳୀ - ସାଇଁକୁଳା ରାସ୍ତା ମଝିରେ ନିର୍ଜନ ସ୍ଥାନରେ ୬ ଜଣ ଦୁର୍ବୃତ୍ତ ଦୁଇଟି ପଲସରରେ ଆସି ତାଙ୍କୁ ବାଟ ଓଗାଳିବା ସହ ମାଡମାରିଥିଲେ। ହତ୍ୟା କରିଦେବାର ଭୟ ଦେଖାଇ ନିକଟରେ ଥିବା ଗହଣା ବାକ୍ସ ଛଡ଼ାଇ ଚମ୍ପଟ ମାରିଥିଲେ। ଏଥିରେ ଗହଣା ବ୍ୟବସାୟୀ ଶ୍ରୀ ସାହୁ ଆହତ ହୋଇଥିଲେ। ସମ୍ପ୍ରତି ସେ କୁଆମରା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। 

YouTuber: ରିଲ୍ସରେ ଅଳଙ୍କାର ଓ ଟଙ୍କା ଦେଖାଇବା ମହଙ୍ଗା ପଡ଼ିଲା; ୟୁଟ୍ୟୁବରଙ୍କ ଘରେ କଳାକନା ବୁଲାଇଲେ ଲୁଟେରା

ଖବର ପାଇ କୁଆମରା ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ଧାର ହୋଇ ଯାଇଥିବାରୁ ଶ୍ରୀ ସାହୁ କାହାରିକୁ ଚିହ୍ନଟ କରି ପାରି ନାହାଁନ୍ତି। ତେବେ ବାକ୍ସ ମଧ୍ୟରେ କେତେ ଓଜନର ସୁନା ଓ ରୁପା ଅଳଙ୍କାର ଥିଲା ସଠିକ ଜଣାପଡ଼ି ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.