13 Students Fall Ill ଲୌହ ବଟିକା ଖାଇ ୧୩ ଛାତ୍ରଛାତ୍ରୀ ଅସୁସ୍ଥ

57 minutes ago 1
ARTICLE AD BOX

ଆନନ୍ଦପୁର:କେନ୍ଦୁଝର ଆନନ୍ଦପୁର ଶାଳପଡା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଇରନ ବଟିକା ଖାଇବା ପରେ ଅସୁସ୍ଥ ହୋଇ ପଡିଛନ୍ତି l ଚିକିତ୍ସା ପରେ ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିଥିବା ଜଣାଯାଇଛି। 

Real-life Iron Man: ଅସଲ ଜୀବନର ଆଇରନ୍‌ ମ୍ୟାନ୍‌

ସୂଚନା ଅନୁସାରେ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀଙ୍କୁ ଆଇରନ ବଟିକା ପ୍ରଦାନ କରାଯାଇଥିଲା। ଆଜି (ସୋମବାର) ମଧ୍ୟାହ୍ନ ଭୋଜନ ପରେ ଛାତ୍ରଛାତ୍ରୀ ମାନେ ବଟିକା ଖାଇଥିଲେ l ତେବେ ସନ୍ଧ୍ୟାରେ ୧୩ଜଣ ଛାତ୍ରଛାତ୍ରୀଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିଲା l ସମସ୍ତଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ୱାର୍ଡରେ ଚିକିତ୍ସା ଚାଲିଛି l ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିପଦମୁକ୍ତ ଥିବାନେଇ ବିଦ୍ୟାଳୟର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ବେହେରା କହିଛନ୍ତି l

Read Entire Article
LEFT SIDEBAR AD

Hidden in mobile, Best for skyscrapers.