Unity in Diversity: ତୋରଣ ଦେବ ‘ଭିନ୍ନତାରେ ଏକତା’ର ବାର୍ତ୍ତା

1 day ago 2
ARTICLE AD BOX

ଅଗ୍ରପୂଜ୍ୟ ଗଜାନନଙ୍କ ଧରାବତରଣରୁ ଆରମ୍ଭ ହୋଇଛି ପାର୍ବଣ ଋତୁ। ଓଁକାରର ପ୍ରଣବ ଧ୍ବନି, ନଦୀପଠାରେ ଧବଳ କାଶତଣ୍ଡୀର ଶୋଭା ମା’ଙ୍କ ଆଗମନର ବାର୍ତ୍ତା ଦେଲାଣି। ମାଆଙ୍କୁ ସ୍ବାଗତ କରିବା ପାଇଁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବିଭିନ୍ନ ପୂଜାମଣ୍ଡପର ସାଜସଜ୍ଜା ଓ ପ୍ରସ୍ତୁତିକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।

SIR: ‘ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା’

ଚନ୍ଦ୍ରଶେଖରପୁର: ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର ଓନର୍ସ ଆସୋସିଏସନ ଚଳିତବର୍ଷ ରୌପ୍ୟ ଜୟନ୍ତୀ ପାଳନ କରୁଛି। ତେଣୁ ଡିଷ୍ଟ୍ରିକ୍ଟ ସେଣ୍ଟର କଲୋନିରେ ଦୁର୍ଗାପୂଜାକୁ ଆଡ଼ମ୍ବରପୂର୍ଣ୍ଣ, ଶୃଙ୍ଖଳିତ ଓ ସାମାଜିକ ବାର୍ତ୍ତାଭିତ୍ତିକ ପାଳନ କରିବାକୁ ନିଷ୍ପତ୍ତି ହୋଇଛି। ପୂଜା ମାଧ୍ୟମରେ ‘ସର୍ବଧର୍ମ ସମନ୍ୱୟ, ଭାଇଚାରା, ପରିବେଶ ସୁରକ୍ଷା, ସେବା ଓ ସ୍ୱଚ୍ଛତା’ ବାର୍ତ୍ତା ସମାଜକୁ ପ୍ରଦାନ କରାଯିବ। ସର୍ବଧର୍ମ ସମନ୍ୱୟ ପୂଜାର ମୁଖ୍ୟ ଆକର୍ଷଣ ପାଲଟିବ। ହିନ୍ଦୁ, ମୁସଲିମ୍‌ ଓ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ଲୋକେ ମିଳିତ ଭାବେ ପୂଜାରେ ସାମିଲ ହୋଇ ପୂଜା କରିବେ। ସ୍ଥାୟୀ ପୂଜା ମଣ୍ଡପରେ ମା’ ଦୂର୍ଗାଙ୍କ ପୂଜା ସହ ଏଠାରେ ଅବସ୍ଥିତ ଅଷ୍ଟଭୁଜା ପୀଠଦେବୀଙ୍କ ନିତ୍ୟ ପୂଜା ମଧ୍ୟ ଅନୁଷ୍ଠିତ ହୋଇଥାଏ। ସେହି ଅନୁଯାୟୀ ଏଥର ମଧ୍ୟ ପରମ୍ପରା ଅନୁଯାୟୀ ସେକ୍‌ ସାହାଜାନ୍‌ଙ୍କ ଘରୁ ଶୁଭ କଳସ ବାହାରିବା ପରେ ପୂଜାର ଶୁଭାରମ୍ଭ ହେବ। ତାଙ୍କ ଘରେ ନୈଷ୍ଠିକ ବ୍ରାହ୍ମଣମାନେ ରହି ମା’ଙ୍କ ପୂଜାର୍ଚ୍ଚନା କରିବେ।

ରୌପ୍ୟ ଜୟନ୍ତୀ ବର୍ଷକୁ ଅଧିକ ସ୍ମରଣୀୟ କରିବାକୁ ପ୍ରାୟ ୬୦ ଫୁଟ୍ ଉଚ୍ଚ ଓ ୫୦ ଫୁଟ୍ ପ୍ରସ୍ଥର ତୋରଣ ନିର୍ମାଣ ହେବ। ଯେଉଁଥିରେ ହିନ୍ଦୁ, ମୁସଲିମ୍ ଓ ଖ୍ରୀଷ୍ଟିଆନ୍ ଧର୍ମର ପ୍ରତୀକଗୁଡ଼ିକୁ ସମନ୍ୱିତ ଭାବେ ସ୍ଥାନ ଦେଇ ‘ଭିନ୍ନତାରେ ଏକତା’ର ବାର୍ତ୍ତା ପ୍ରଦର୍ଶିତ ହେବ। ମା’ ଦୂର୍ଗାଙ୍କ ମୂର୍ତ୍ତିର ଉଚ୍ଚତା ପ୍ରାୟ ୧୫ ଫୁଟ୍ ରହିବ। କେନ୍ଦ୍ରାପଡ଼ାର ମୂର୍ତ୍ତିଶିଳ୍ପୀ ପ୍ରଫୁଲ୍ଲ କୁମାର ବେହେରା ମୂର୍ତ୍ତି ନିର୍ମାଣ କରୁଛନ୍ତି। ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ମୂର୍ତ୍ତିରେ ରାସାୟନିକ ରଙ୍ଗ ବ୍ୟବହାର ହେବନାହିଁ। ତୋରଣ ଓ ଆଲୋକସଜ୍ଜାର ଦାୟିତ୍ୱ ଭୁବନେଶ୍ୱରର ଗୋଲେଖ ଚନ୍ଦ୍ର ରାଉତଙ୍କୁ ଦିଆଯାଇଛି। ପୂଜା ମଣ୍ଡପରେ ପ୍ଲାଷ୍ଟିକ୍ ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ ହୋଇଛି। ଷଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ମଣ୍ଡପ ଓ ଏହାର ଚତୁଃପାର୍ଶ୍ୱରେ ପ୍ରତିଦିନ ସଫେଇ ଓ ବିଶୋଧନ କରାଯିବ। ପରିବେଶ ସୁରକ୍ଷାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ସଂଘ ପକ୍ଷରୁ କଲୋନିର ପ୍ରତ୍ୟେକ ଘରେ ଚାରା ବଣ୍ଟନ କରାଯିବ। 

SIR: ‘ବିହାର, ପଶ୍ଚିମବଙ୍ଗର ଏସଆଇଆର ନିଷ୍ପତ୍ତି ସର୍ବସମ୍ମତିକ୍ରମେ ନିଆଯାଇଥିଲା’

ସମସ୍ତଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା
ଅଷ୍ଟମୀ ମଧ୍ୟାହ୍ନରେ ସମସ୍ତ ଭକ୍ତଙ୍କ ପାଇଁ ଦହି-ପଖାଳ ସେବନର ବ୍ୟବସ୍ଥା ରହିବ। ସପ୍ତମୀରୁ ଦଶମୀ ପର୍ଯ୍ୟନ୍ତ ମଧ୍ୟାହ୍ନ ଓ ରାତିରେ ଭକ୍ତଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯିବ। ଏଥିସହ କଲୋନିର ପ୍ରତ୍ୟେକ ଘରକୁ ଶୁଖିଲା ଭୋଗ ବଣ୍ଟନ କରାଯିବ। ପୂଜା ଶେଷ ହେବା ପରେ ସମଗ୍ର ପୂଜାର ଆୟ-ବ୍ୟୟର ହିସାବ ପୁସ୍ତକ ଆକାରରେ ପ୍ରକାଶ କରାଯାଇ କଲୋନିର ପ୍ରତ୍ୟେକ ଘରେ ବଣ୍ଟନ ହେବ। ପୂଜା ପୂର୍ବରୁ ଡିଷ୍ଟ୍ରିକ୍ଟ ସେଣ୍ଟର ପ୍ରକଳ୍ପ ଅନ୍ତର୍ଗତ ଖରାପ ହୋଇଥିବା ରାସ୍ତାଗୁଡ଼ିକର ମରାମତି ଓ ଉନ୍ନତୀକରଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ପ୍ରଶାସନକୁ ନିବେଦନ କରାଯାଉଛି।
-ଦାମୋଦର ପ୍ରଧାନୀ, ସଭାପତି

ସୁରକ୍ଷା ଓ ଶୃଙ୍ଖଳିତ ଭସାଣି
ପୂଜା ସମୟରେ ପୁଲିସ ସହିତ ଘରୋଇ ସୁରକ୍ଷା କର୍ମୀ ମୁତୟନ ହେବେ। ମଣ୍ଡପ ପରିସରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା ଏବଂ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା ରହିବ। ଭସାଣି ଦିନ ଉତ୍ତର ଭୁବନେଶ୍ୱର ଭସାଣି ସମିତି ଆନୁକୂଲ୍ୟରେ ସ୍ଥାନୀୟ କ୍ଲବ୍‌ ଟାଉନ ପଡ଼ିଆରେ ଅନୁଷ୍ଠିତ ଭସାଣି ଉତ୍ସବରେ ଯୋଗଦେଇ ମା’ଙ୍କୁ ମେଲାଣି ଦିଆଯିବ। ପାରମ୍ପରିକ ବାଦ୍ୟ ସହ ଶୃଙ୍ଖଳିତ ଶୋଭାଯାତ୍ରାରେ ମେଢ଼ କଲୋନି ପରିକ୍ରମା କରି କ୍ଲବ୍‌ ଟାଉନ ପଡ଼ିଆକୁ ଯିବ। ପୂଜା ମଣ୍ଡପ ପରିସର ଓ ସମ୍ମୁଖ ରାସ୍ତା, ଖରାପ ଲାଇଟ୍‌ର ମରାମତି ସହ ନୂତନ ଲାଇଟ୍‌ ଲଗାଇବା ଏବଂ ଭସାଣି ପାଇଁ ଗଛର ଅନାବଶ୍ୟକ ଡାଳ କାଟିବା ପାଇଁ ଅନୁରୋଧ କରାଯାଇଛି।
-ସରୋଜକାନ୍ତ ମଲ୍ଲିକ, ସାଧାରଣ ସମ୍ପାଦକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.