ARTICLE AD BOX
ଦିଲ୍ଲୀରେ ଏବେ ଏକ ଅଜବ ଧରଣର ‘ନିର୍ବାଚନ’ ଚାଲିଛି। ଏଠାରେ ପ୍ରାର୍ଥୀ ରାଜନେତା ନୁହନ୍ତି, ପ୍ରାର୍ଥୀ ହେଉଛନ୍ତି ୬୪ଟି ପୃଥୁଳ କୁକୁର। ‘ଫ୍ୟାଟ୍ ଡଗ୍ସ ଅଫ୍ ଦିଲ୍ଲୀ’ ନାମକ ଇନଷ୍ଟାଗ୍ରାମ୍ ପେଜ୍ ପକ୍ଷରୁ ଆୟୋଜିତ ଏହି ଅନ୍ଲାଇନ୍ ପ୍ରତିଯୋଗିତାରେ ଭୋଟ୍ ଦେଇ ଲୋକମାନେ ଦିଲ୍ଲୀର ସବୁଠାରୁ ସୁନ୍ଦର କୁକୁର ବାଛୁଛନ୍ତି। ଆଲାସ୍କାର ପ୍ରସିଦ୍ଧ ‘ଫ୍ୟାଟ୍ ବିଅର୍ ଵିକ୍’ ଦ୍ବାରା ଅନୁପ୍ରାଣିତ ହୋଇ ଏହି ପ୍ରତିଯୋଗିତା ଆରମ୍ଭ ହୋଇଛି। ସେୁପ୍ଟେମ୍ବର ୨୪ରୁ ୨୯ ପର୍ଯ୍ୟନ୍ତ ଛଅଟି ପର୍ଯ୍ୟାୟରେ ଚାଲୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ଥରକରେ ଦୁଇଟି ଲେଖାଏଁ କୁକୁର ମଧ୍ୟରେ ଭୋଟିଂ ହେଉଛି। ଫାଇନାଲ୍ ମୁକାବିଲା ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ହୋଇ ବିଜେତା କୁକୁରକୁ ପୁରସ୍କୃତ କରାଯିବ।
Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର
ଏହି ପ୍ରତିଯୋଗୀମାନଙ୍କ ନାମ ମଧ୍ୟ ବେଶ୍ ମଜାଦାର- ରୋହିଣୀର ‘କୁତ୍ତା ସିଂହ’, ଲାଜପତ ନଗରର ‘ଭୋଣ୍ଡୁ କି ବର୍ଫି’, କମଳା ନଗରର ‘ଚଙ୍କର୍ସ’ ଆଦି। ବର୍ତ୍ତମାନ ହଜ୍ ଖାସ୍ର ଏସ୍ଡିଏ ମାର୍କେଟର ‘ଗୋଲା ଓରଫ୍ କେଲାବ ଓରଫ୍ ରାଜପାଲ ସିଂହ’ ଚର୍ଚ୍ଚାରେ ରହିଛି। କୁକୁରମାନଙ୍କ ସମର୍ଥକମାନେ ମଧ୍ୟ ପଛରେ ନାହାନ୍ତି। ସୋସିଆଲ୍ ମିଡିଆରେ ସେମାେନ ନିଜ ପ୍ରିୟ କୁକୁର ପାଇଁ ପୋଷ୍ଟର ଲଢ଼େଇ ଓ ପ୍ରଚାର କରୁଛନ୍ତି। ଏପରିକି କିଛି ବ୍ରାଣ୍ଡ୍ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ବ୍ଲିଙ୍କିଟ୍ ‘କୁତ୍ତା ସିଂହ’କୁ ସମର୍ଥନ କରି ବିଜେତାଙ୍କ ପାଇଁ ମାଗଣା ଖାଦ୍ୟର ଘୋଷଣା କରିଛି। ଏକ ମଜାଦାର ସୋସିଆଲ୍ ମିଡିଆ ଅଭିଯାନ ଭାବେ ଆରମ୍ଭ ହୋଇଥିବା ଏହି କୁକୁର ନିର୍ବାଚନ ଏବେ ଅନ୍ଲାଇନ୍ ଦୁନିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
Narendra Modi: ସର୍ଜିକାଲ୍ ଷ୍ଟ୍ରାଇକ୍ ଆତଙ୍କବାଦ ବିରୋଧରେ ଏକ ସାହସିକ ଉଦାହରଣ: ପ୍ରଧାନମନ୍ତ୍ରୀ

33 minutes ago
1

