ARTICLE AD BOX
ନିଶିନ: ଗତ ସଂସ୍କରଣ ବିଜେତା ଭାରତୀୟ ପୁରୁଷ କ୍ରିକେଟ୍ ଦଳ ଚଳିତ ଏସୀୟ କ୍ରୀଡ଼ାରେ ସୋମବାର ଆଫ୍ଗାନିସ୍ତାନ ବିପକ୍ଷରେ କ୍ବାର୍ଟରଫାଇନାଲ୍ ଖେଳି ଅଭିଯାନ ଆରମ୍ଭ କରିବ। ୨୦୨୨ ଏସୀୟ କ୍ରୀଡ଼ା ଫାଇନାଲ୍ରେ ଏହି ଦୁଇ ଦଳ ମୁହାଁମୁହିଁ ହୋଇଥିଲେ। ଦ୍ବିତୀୟ ପାଳି ସମ୍ଭବ ନହେବାରୁ ଭାରତ ଉଚ୍ଚ ମାନ୍ୟତା ଦଳ ହୋଇଥିବାରୁ ସ୍ବର୍ଣ୍ଣ ପଦକ ଜିତିଥିଲା। ଚଳିତ ପ୍ରତିଯୋଗିତାରେ ଆଫ୍ଗାନିସ୍ତାନ ଗ୍ରୁପ୍-ଏ’ରେ ଜାପାନକୁ ହରାଇଥିଲା ବେଳେ ନେପାଳଠୁ ହାରି ୨ ପଏଣ୍ଟ୍ ସହ ଟେବୁଲର ଦ୍ବିତୀୟ ସ୍ଥାନରେ ରହି କ୍ବାର୍ଟରଫାଇନାଲ୍ରେ ପହଞ୍ଚିଛି। ଅନ୍ୟପକ୍ଷରେ ଶ୍ରେୟସ ଆୟରଙ୍କ ଦଳ ମାନ୍ୟତା ଅନୁଯାୟୀ ସିଧାସଳଖ କ୍ବାର୍ଟରଫାଇନାଲ୍କୁ ଯୋଗ୍ୟତା ଅର୍ଜନ କରିଛି। ଏହି ମ୍ୟାଚ୍ ପୂର୍ବାହ୍ନ ୧୦ଟା ୩୦ରୁ ଆରମ୍ଭ ହେବ। ବର୍ଷା ହେବାର ପୂର୍ବାନୁମାନ ଥିବାରୁ ଏକ ସଂପୂର୍ଣ୍ଣ ମ୍ୟାଚ୍ ଖେଳାଯିବା ନେଇ ଆଶଙ୍କା ରହିଛି।
ଉତ୍ତରା ଛକରେ ସିରିଜ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ୬୨ ଯାତ୍ରୀ
ଏହି ମ୍ୟାଚ୍ ପୂର୍ବରୁ ଭାରତ ଆୟୋଜକ ଜାପାନ ବିପକ୍ଷରେ ଖେଳି ଏଠାକାର ପରିବେଶକୁ ଆକଳନ କରି ନେଇଛି। ତେଣୁ ସୋମବାର ଆଫ୍ଗାନିସ୍ତାନର ଦୃଢ଼ ସ୍ପିନ୍ ବାହିନୀ ବିପକ୍ଷରେ ଭାରତୀୟ ବ୍ୟାଟର୍ ଚମକିଲେ ଦଳ ସହଜରେ ସେମିଫାଇନାଲ୍ ସ୍ଥାନ ନିଶ୍ଚିତ କରିନେବ। ଉଭୟ ପୂର୍ବରୁ ୧୨ ଥର ଖେଳି ଥିବାବେଳେ ଭାରତ ୧୧ ଥର ଜିତିଛି ଓ ଗୋଟିଏ ଫଳଶୂନ୍ୟ ରହିଛି। ପିଚ୍ ଓ ପରିସ୍ଥିତି ସୋମବାର ନିଶିନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ ପାଣିପାଗ ବିଭାଗ କରିଛି। ଫଳରେ ଏହି ମ୍ୟାଚ୍ ବାତିଲ ହୋଇପାରେ। ବାତିଲ ହେଲେ ଆଇସିସି ଟ୍ବେଣ୍ଟି-୨୦ ମାନ୍ୟତା ଆଧାରରେ ଭାରତ ଉଚ୍ଚରେ ଥିବାରୁ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବ। ଶୁକ୍ରବାର ଏହି ପଡ଼ିଆରେ ଖେଳାଯାଇଥିବା ଶେଷ ଦୁଇଟି ମ୍ୟାଚ୍ ମଧ୍ୟ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ସମ୍ଭାବ୍ୟ ଭାରତୀୟ ଏକାଦଶ: ଅଭିଷେକ ଶର୍ମା, ସଞ୍ଜୁ ସାମ୍ସନ୍ (ୱିକେଟ୍କିପର), ଈଶାନ କିଶନ, ଶ୍ରେୟସ ଆୟର (ଅଧିନାୟକ), ତିଳକ ବର୍ମା, ଅକ୍ଷର ପଟେଲ, ଶିବମ ଦୁବେ, ୱାସିଂଟନ ସୁନ୍ଦର, ରବି ବିଷ୍ଣୋଇ, ୟଶ୍ ଠାକୁର/ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍ରା।
Neglect: ସର୍ବୋଚ୍ଚ ଶିଖରରେ ଥିବା ୩ ଜୁଆଙ୍ଗ ଗାଁରେ ଜଳ ପ୍ରଳୟ; ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ

37 minutes ago
1

