ଆୟ ବହିର୍ଭୂତ ସମ୍ପତ୍ତି ଠୁଳ: ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ୬ ଠିକଣାରେ ଚଢ଼ଉ

44 minutes ago 1
ARTICLE AD BOX

ମାଲକାନଗିରି: ସୀମିତ ସରକାରୀ ଦରମାରେ ବିପୁଳ ସମ୍ପତ୍ତି ଠୁଳ କରିଛନ୍ତି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଶିଶିର କୁମାର ଦାଶ। ଭିଜିଲାନ୍ସର ୬ଟି ଟିମ୍‌ ଏକକାଳୀନ ତାଙ୍କର ୬ଟି ଠିକଣାରେ ଚଢ଼ଉ କରିଛନ୍ତି। ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାଶ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସକୁ କୌଣସି ସୂତ୍ରରୁ ସୂଚନା ମିଳିଥିଲା। ସମ୍ପତ୍ତି ଯାଞ୍ଚ ପାଇଁ ବ୍ରହ୍ମପୁର ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତରେ ଆବେଦନ କରାଯାଇଥିଲା। ବିଚାରପତି ସର୍ଚ୍ଚ ୱାରେଣ୍ଟ ଜାରି କରିବା ପରେ ରବିବାର ସକାଳୁ ଭୁବନେଶ୍ବର, ବ୍ରହ୍ମପୁର, ଗଞ୍ଜାମ ଓ ମାଲକାନଗିରିରେ ଏକାଧିକ ଟିମ୍‌ ତଲାସୀ ଆରମ୍ଭ କରିଥିଲେ। ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ୫ଜଣ ଡିଏସ୍‌ପି, ୫ଜଣ ଇନ୍‌ସପେକ୍ଟର ଚଢ଼ଉ କରିଥିଲେ।

Gyanesh Kumar controversy: ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ କରୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ

୨ କୋଠା, ୬ ମୂଲ୍ୟବାନ ପ୍ଲଟ୍‌, କାର୍‌ ଠାବ

ଭୁବନେଶ୍ବର ବରମୁଣ୍ଡାରେ ୪ ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରରେ ୨ ମହଲା କୋଠା, ଗଞ୍ଜାମ ଜିଲ୍ଲା ବାସୁଦେବପୁର (ଗୋବରା) ସ୍ଥିତ ଘର, ବ୍ରହ୍ମପୁର ଗଜପତିନଗର ସ୍ଥିତ ପୈତୃକ ଘର, ମାଲକାନଗିରିସ୍ଥିତ ଭଡ଼ାଘର ଏବଂ ମାଲକାନଗିରି ଡିଆର୍‌ଡିଏ କାର୍ଯ୍ୟାଳୟ ସ୍ଥିତ ଚାମ୍ବରରେ ଭିଜିଲାନ୍ସ ଟିମ୍‌ ତନ୍ନ ତନ୍ନ କରି ଯାଞ୍ଚ କରିଛନ୍ତି। ଘର ଓ କାର୍ଯ୍ୟାଳୟରୁ ଜମିଜମା ଦସ୍ତାବିଜ, ବ୍ୟାଙ୍କ ଓ ଡାକଘର ଜମା, ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ କାରବାର ସଂପର୍କିତ କାଗଜପତ୍ର ମିଳିଛି। ଶିଶିର ଓ ତାଙ୍କ ପରିବାର ସଦସ୍ୟଙ୍କ ନାମରେ ଦୁଇଟି ବହୁତଳ କୋଠା ରହିଛି। ଭୁବନେଶ୍ୱର ବରମୁଣ୍ଡାରେ ୬୭୬୦ ବର୍ଗଫୁଟର ୪ ମହଲା କୋଠା, ବ୍ରହ୍ମପୁର ନୀଳାଚଳ ନଗରରେ ୨୫୦୦ ବର୍ଗଫୁଟର ୨ ମହଲା କୋଠା ଚିହ୍ନଟ ହୋଇଛି। ସେହିପରି ବ୍ରହ୍ମପୁରରେ ୩ଟି, ପୁରୀରେ ଗୋଟିଏ, ଖୋର୍ଦ୍ଧାରେ ଗୋଟିଏ ଏବଂ ଗଞ୍ଜାମ ଗୋବରା ଅଞ୍ଚଳରେ ଗୋଟିଏ ମୂଲ୍ୟବାନ ପ୍ଲଟ୍‌ ଠାବ ହୋଇଥିବା ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି। ଏହାବ୍ୟତୀତ ଗୋଟିଏ ହୁଣ୍ଡାଇ ଆଇ-୧୦ କାର୍ ସହ ୩ଟି ଦୁଇଚକିଆ ଗାଡ଼ି ଠାବ ହୋଇଛି। ଚଢ଼ଉ ଜାରି ରହିଥିବାରୁ ସମ୍ପତ୍ତିର ପରିମାଣ ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଯାଞ୍ଚ ସରିବା ପରେ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Neglect: ୧୬ କୋଟି ବ୍ୟୟରେ ନିର୍ମିତ କଳିଙ୍ଗା ଅନ୍ଧାରକୋଟ ପ୍ରଶସ୍ତୀକରଣ ରାସ୍ତା କାମ ୪୦ମାସ ବିତିଲା; କଣ୍ଟ ଥିଲା ୧ ବର୍ଷ

Read Entire Article
LEFT SIDEBAR AD

Hidden in mobile, Best for skyscrapers.