ARTICLE AD BOX
ମୋହନା: ଗାଁକୁ ରାସ୍ତା ନ ଥିବାରୁ ଶାଢ଼ିରେ ଝୁଲା କରି ଚୌକିରେ ବସାଇ ଗର୍ଭବତୀଙ୍କୁ ୬ କିଲୋମିଟର ବୋହି ଗ୍ରାମବାସୀ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିଲେ। ଗଜପତିଜିଲ୍ଲା ମୋହନା ବ୍ଲକ ଖାରିଗୁଡ଼ା ପଞ୍ଚାୟତର ମୋହନଗୁଡ଼ା ଗ୍ରାମରୁ ଏହି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି। କାଦୁଅ ଓ ପଥୁରିଆ ରାସ୍ତାରେ ମହିଳାଙ୍କୁ ଅଣାଯିବା ପରେ ସେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସନ୍ତାନ ପ୍ରସବ କରିଥିବା ସୂଚନା ମିଳିଛି।
Gyanesh Kumar controversy: ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ କରୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ
/filters:format(webp)/sambad/media/media_files/2026/09/28/fsfhfhsfhssfh-2026-09-28-02-39-27.jpg)
ମୋହନଗୁଡ଼ାର ମାଳତୀ ମାଝୀଙ୍କୁ ଆଜି ସକାଳେ ପ୍ରସବ ବେଦନା ହେବାରୁ ପରିବାରବର୍ଗ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସହ ଯୋଗାଯୋଗ କରିଥିଲେ। ହେଲେ ମାଟି ଓ ପଥୁରିଆ ରାସ୍ତା ସହ ବାଟରେ ନାଳ ପଡ଼ୁଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇ ନପାରି ୬ କିଲୋମିଟର ଦୂରରେ ଅଟକିଯାଇଥିଲା। ଫଳରେ ଗ୍ରାମବାସୀ ମାଳତୀଙ୍କୁ ଏକ ପ୍ଲାଷ୍ଟିକ୍ ଚୌକିରେ ବସାଇବା ସହ ଶାଢ଼ିରେ ଦୋଳା କରିଥିଲେ। ପ୍ରସବ ବେଦନାରେ ସେ ଛଟପଟ ହେଉଥିବା ବେଳେ କଚ୍ଚାରାସ୍ତାରେ କଷ୍ଟେମଷ୍ଟେ ବୋହି ବଣ୍ଡାଗୁଡ଼ା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ।
Narendra Modi: ସର୍ଜିକାଲ୍ ଷ୍ଟ୍ରାଇକ୍ ଆତଙ୍କବାଦ ବିରୋଧରେ ଏକ ସାହସିକ ଉଦାହରଣ: ପ୍ରଧାନମନ୍ତ୍ରୀ
ବର୍ଷା ଯୋଗୁଁ ରାସ୍ତାର ସ୍ଥିତି ଆହୁରି ଦୟନୀୟ ହୋଇଯାଇଥିଲା। ପରେ ତାଙ୍କୁ ଆମ୍ବୁଲାନ୍ସରେ ଆଣି ମୋହନା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଉଭୟ ମାଆ ଓ ଶିଶୁ ବର୍ତ୍ତମାନ ସୁସ୍ଥ ଅଛନ୍ତି। ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ପହଞ୍ଚିପାରୁନି। ବର୍ଷାଦିନେ ସ୍ଥିତି ଆହୁରି ଦୟନୀୟ ହୋଇପଡ଼ୁଛି। ମୋହନାଗୁଡ଼ାକୁ ତୁରନ୍ତ ସବୁଦିନିଆ ରାସ୍ତା ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

45 minutes ago
1

