ARTICLE AD BOX
ନୂଆଦିଲ୍ଲୀ: ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍ଟିଏ) ପକ୍ଷରୁ ଚଳିତ ବର୍ଷ ଜୁନ୍ ୨୨ରୁ ଜୁନ୍ ୩୦ ମଧ୍ୟରେ ହୋଇଥିବା ୟୁଜିସି-ନେଟ୍ ପରୀକ୍ଷାରେ ଇଂଲିଶ, କମର୍ସ ଓ ସୋସିଓଲୋଜି ପ୍ରଶ୍ନପତ୍ରରେ ବହୁ ତ୍ରୁଟି ମିଳିବା ପରେ ଏହି ତିନୋଟି ବିଷୟ ପାଇଁ ପୁନଃପରୀକ୍ଷା କରିବାକୁ ଏନ୍ଟିଏ ରବିବାର ଘୋଷଣା କରିଛି। ୟୁଜିସି-ନେଟ୍ ପରୀକ୍ଷା ଦ୍ବାରା ସହାୟକ ଅଧ୍ୟାପକ ପଦବୀ ପୂରଣ ଓ ପିଏଚ୍ଡି ପାଇଁ ନାମଲେଖା ହୋଇଥାଏ। ମେ ୩ ତାରିଖରେ ଏନ୍ଟିଏ ପକ୍ଷରୁ ହୋଇଥିବା ନିଟ୍-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ପରୀକ୍ଷା ବାତିଲ ହୋଇଥିଲା। ଦ୍ବିତୀୟ ଥର ଏନ୍ଟିଏ ଦ୍ବାରା ହୋଇଥିବା ଏପରି ଏକ ପ୍ରମୁଖ ପରୀକ୍ଷା ବାତିଲ ହୋଇଛି।
ଏନ୍ଟିଏ କହିଛି ଯେ, ଇଂଲିଶ, କମର୍ସ ଓ ସୋସିଓଲୋଜି ପ୍ରଶ୍ନପତ୍ରରେ ତ୍ରୁଟି ନେଇ ଅନେକ ଅଭିଯୋଗ ପାଇବା ପରେ ଏକ କମିଟି ଗଠନ କରାଯାଇଥିଲା। କମିଟି ଜାଣିପାରିଛି ଯେ, ତିନୋଟି ବିଷୟରେ ବହୁ ତଥ୍ୟଗତ, ଟାଇପୋଗ୍ରାଫିକାଲ୍, ଅନୁବାଦ ଓ ବ୍ୟାକରଣଗତ ତ୍ରୁଟି ରହିଥିଲା।
NEET: କିପରି ହେଉଥିଲା ନିଟ୍ ପ୍ରଶ୍ନପତ୍ର ଲିକ୍ ?
କମିଟି ସୁପାରିସ କରିଛି ଯେ, ଏକ ନିରପେକ୍ଷ ଓ ତ୍ରୁଟିମୁକ୍ତ ପରୀକ୍ଷା ଆୟୋଜନ ପାଇଁ, ଏହି ତିନୋଟି ବିଷୟ ପୁନଃ ପରୀକ୍ଷା କରାଯିବା ଉଚିତ। ସେପ୍ଟେମ୍ବର ୯ ତାରିଖ ସକାଳ ୯ଟାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଇଂଲିଶ୍ ପରୀକ୍ଷା। ଏହାପରେ ଅପରାହ୍ଣ ୩ଟାରୁ ୬ଟା ପର୍ଯ୍ୟନ୍ତ କମର୍ସ ଓ ସେପ୍ଟେମ୍ବର ୧୦ ତାରିଖ ସକାଳ ୯ଟା ମଧ୍ୟାହ୍ନ ପର୍ଯ୍ୟନ୍ତ ସୋସେିଓଲୋଜି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଏନ୍ଟିଏ ପକ୍ଷରୁ କୁହାଯାଇଛି। ଏଥିପାଇଁ ପରୀକ୍ଷାର୍ଥୀଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ ନାହିଁ।

1 hour ago
2


