ARTICLE AD BOX
ବେଜିଂ/ୱାସିଂଟନ: ପଶ୍ଚିମ ଏସିଆରେ ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଚୀନ୍ ବୈଜ୍ଞାନିକମାନେ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି। ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସେସ୍ (ସିଏଏସ)ର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରେ ଦାବି କରାଯାଇଛି ଯେ, ଆମେରିକୀୟ ସାମରିକ ଘାଟି ଉପରେ ଇରାନ ଆକ୍ରମଣ ଯୋଗୁଁ ହୋଇଥିବା କ୍ଷତି ଆମେରିକା ଦ୍ୱାରା ରିପୋର୍ଟ କରାଯାଇଥିବା କ୍ଷୟକ୍ଷତି ତୁଳନାରେ ବହୁ ଅଧିକ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ବିଶ୍ୱଠାରୁ ସତ୍ୟ ଲୁଚାଇ ରଖିଥିବା ରିପୋର୍ଟରେ ଦାବି କରାଯାଇଛି। ସାଟେଲାଇଟ୍ ଚିତ୍ର ବିଶ୍ଳେଷଣ ଉପରେ ଆଧାରିତ ଏହି ଗବେଷଣା ଦର୍ଶାଉଛି ଯେ ୱାସିଂଟନ୍ ନିଜର କ୍ଷତିକୁ ଜାଣିଶୁଣି କମ୍ କରି ଆକଳନ କରିଛି,ଅନ୍ୟପକ୍ଷରେ ଇରାନ ଏହାର ସଫଳତାକୁ ଅତିରଞ୍ଜିତ କରିଛି।
ରିପୋର୍ଟ ‘ଦି ଇନୋଭେସନ୍’ରେ ପ୍ରକାଶିତ
ଏହି ଅଧ୍ୟୟନ ରିପୋର୍ଟ ଜୁଲାଇ ୭ ତାରିଖରେ ପିଅର-ସମୀକ୍ଷିତ ପତ୍ରିକା ‘ଦି ଇନୋଭେସନ୍’ରେ ପ୍ରକାଶିତ ହୋଇଥିଲା। ଗବେଷଣା ଦଳ ୟୁରୋପୀୟ ସଂଘର ସେଣ୍ଟିନେଲ୍-୨ ସାଟେଲାଇଟ୍ ରୁ ପ୍ରାପ୍ତ ୧୦ ମିଟର ରିଜୋଲ୍ୟୁସନ୍ ପ୍ରତିଛବିଗୁଡ଼ିକୁ ନିକଟରୁ ଅଧ୍ୟୟନ କରିଥିଲେ। ବୈଜ୍ଞାନିକମାନେ ଫେବ୍ରୁଆରି ୨୮ ରୁ ଏପ୍ରିଲ ୯ ମଧ୍ୟରେ ହୋଇଥିବା ଆକ୍ରମଣ ପୂର୍ବରୁ ଏବଂ ପରେ ପରିସ୍ଥିତି ବିଶ୍ଳେଷଣ କରି ଜାଣିପାରିଛନ୍ତି ଯେ, ପ୍ରାୟ ୨୧୭,୯୦୦ ବର୍ଗ ମିଟର ଅଞ୍ଚଳ ଯୁଦ୍ଧ ଯୋଗୁଁ ପ୍ରଭାବିତ ହୋଇଛି। ରିପୋର୍ଟ ଅନୁଯାୟୀ, କୁଏତର ଅଲି ଅଲ୍ ସାଲେମ୍ ବାୟୁସେନା ଘାଟି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ସେଠାରେ ୨୦ଟି ଷ୍ଟ୍ରାଇକ୍ ପଏଣ୍ଟ ରେକର୍ଡ କରାଯାଇଛି।
ଚୀନ୍ ବୈଜ୍ଞାନିକଙ୍କ ଅନୁଯାୟୀ, ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଅଲ୍ ଧାଫ୍ରା ବାୟୁସେନା ଘାଟିରେ ମଧ୍ୟ ଏକ ବଡ଼ ଆକ୍ରମଣ ହୋଇଥିଲା। ଏମକ୍ୟୁ-୯ ରିପର ଡ୍ରୋନ୍ ଏବଂ ୟୁ-୨ ଗୁପ୍ତଚର ବିମାନ ଥିବା ହ୍ୟାଙ୍ଗରଗୁଡ଼ିକ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏହା ବ୍ୟତୀତ, ବାହାରିନରେ ଅବସ୍ଥିତ ଆମେରିକା ନୌସେନାର ପଞ୍ଚମ ନୌସେନା ଏବଂ ଆମେରିକା ନୌସେନା କେନ୍ଦ୍ରୀୟ କମାଣ୍ଡର ମୁଖ୍ୟାଳୟ ମଧ୍ୟ କ୍ଷୟକ୍ଷତିର ସମ୍ମୁଖୀନ ହୋଇଛି। ରିପୋର୍ଟରୁ ଜଣାପଡିଛି ଯେ, ଆକ୍ରମଣ ଦୁଇଟି ପର୍ଯ୍ୟାୟରେ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଦିନରେ ୫୮ ହଜାର ବର୍ଗ ମିଟର ଅଞ୍ଚଳକୁ ଟାର୍ଗେଟ କରାଯାଇଥିଲା। ସେହିପରି ମାର୍ଚ୍ଚ ୧୫ ପାଖାପାଖି ହୋଇଥିବା ଦ୍ୱିତୀୟ ପର୍ଯ୍ୟାୟରେ ଅତିରିକ୍ତ ୫୦ ହଜାର ବର୍ଗ ମିଟର ପ୍ରଭାବିତ ହୋଇଥିଲା।
Railway Station: ଭାରତର ଏମିତି ଏକ ରେଳ ଷ୍ଟେସନ୍, ଯାହାର କୌଣସି ନାମ ନାହିଁ!
ବୈଜ୍ଞାନିକମାନଙ୍କ ଅନୁସାରେ ଏହି ଆକ୍ରମଣଗୁଡ଼ିକ ଆମେରିକାର ବାୟୁ ପ୍ରତିରକ୍ଷା ପ୍ରଣାଳୀର ଦୁର୍ବଳତାକୁ ପ୍ରକାଶ କରିଛି, କାରଣ ଏହି ପ୍ରଣାଳୀ ଶୀଘ୍ର ନିଜର କ୍ଷମତା ପୁନଃପ୍ରାପ୍ତ କରିପାରି ନଥିଲା। ଅଧ୍ୟୟନରେ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ, ଏପ୍ରିଲ ୪ ତାରିଖରେ ଆମେରିକା କିଛି ବାଣିଜ୍ୟିକ ସାଟେଲାଇଟ୍ କମ୍ପାନି ଉପରେ ‘ସଟର କଣ୍ଟ୍ରୋଲ’ ଲାଗୁ କରିଥିଲା। ଏହା ଯୁଦ୍ଧ କ୍ଷେତ୍ରର ଉଚ୍ଚ-ରିଜୋଲ୍ୟୁସନ୍ ଚିତ୍ରଗୁଡ଼ିକୁ ସାଧାରଣ ଲୋକଙ୍କ ନିକଟରେ ପ୍ରକାଶିତ ହେବାରୁ ରୋକିବା ପାଇଁ କରାଯାଇଥିଲା, ଯାହା ଦ୍ଵାରା ସଠିକ୍ କ୍ଷତି ଆକଳନକୁ ରୋକାଯାଇପାରିବ। ବୈଜ୍ଞାନିକମାନଙ୍କ ଅନୁସାରେ ପ୍ରକୃତ କ୍ଷତି ରିପୋର୍ଟ କରାଯାଇଥିବା ପରିମାଣ ଠାରୁ ବହୁଗୁଣା ଅଧିକ ହୋଇପାରେ, କାରଣ ୧୦-ମିଟର ରିଜୋଲ୍ୟୁସନ୍ ଚିତ୍ରଗୁଡ଼ିକରେ କ୍ଷତି ଠିକ୍ ଭାବେ ଦୃଶ୍ୟମାନ ହେଉନାହିଁ।

1 hour ago
1


