Naveen: ଓଡ଼ିଶା ପାଇଁ ଚୁପ୍‌, ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ: ନବୀନ

48 minutes ago 1
ARTICLE AD BOX

ଭୁବନେଶ୍ୱର: ଓଡ଼ିଶା ଏବେ ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ସରକାର କହୁଛନ୍ତି ଲୋକଙ୍କ ସରକାର। କିନ୍ତୁ ଲୋକଙ୍କ କଥା ଶୁଣିବାକୁ କେହି ନାହିଁ। ପିଲାଙ୍କ ପାଠ ବହି ନାହିଁ। ବୁଢ଼ାବୁଢ଼ୀଙ୍କ ପେନସନ ନାହିଁ। ଚାଷୀ ହଇରାଣ। ମା’ମାନେ ହଇରାଣ। ଆଇନଶୃଙ୍ଖଳା ବୋଲି କିଛି ନାହିଁ। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡିର ବାର୍ଷିକ ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରିବା ଅବସରରେ ରାଜ୍ୟ ସରକାରଙ୍କୁ ଏମିତି ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। 

ଏକାମ୍ରରୁ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ
ସବୁ କାମରେ ସରକାର ଫେଲ୍‌

ଏକାମ୍ର ନିର୍ବାଚନମଣ୍ଡଳୀର ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ବିମାନବନ୍ଦର ନିକଟସ୍ଥ ରାଜା ପଡ଼ିଆରେ ଶ୍ରୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ସରକାରଙ୍କ ବିଫଳତା ଓ କୁପରିଚାଳନା ଉପରେ ସେ କହିଥିଲେ, ଏ ସରକାର ଗୋଟିଏ ବି ରଥଯାତ୍ରା  ଠିକ ଭାବରେ ପରିଚାଳନା କରି ପାରିଲେନି। ବନ୍ୟା ରିଲିଫରେ କୁପରିଚାଳନା, ଧାନ ସଂଗ୍ରହରେ କୁପରିଚାଳନା, ନିଯୁକ୍ତି ପରୀକ୍ଷା କୁପରିଚାଳନା, ଅର୍ଥ ବ୍ୟବସ୍ଥାରେ କୁପରିଚାଳନା। ସବୁ କାମରେ ଏ ସରକାର ଫେଲ୍‌। ଲୋକ କହୁଛନ୍ତି ଯେ ବୋଧେ ଓଡ଼ିଶା ବିଜେପି ସରକାର କୁପରିଚାଳନାରେ ବିଶେଷ ଦକ୍ଷତା ହାସଲ କରିଛି। କେନ୍ଦ୍ର ସରକାର ଖଣି ଉପରୁ ଓଡ଼ିଶାବାସୀଙ୍କ ଅଧିକାର ନେଇଗଲେ। ଓଡ଼ିଶା ସରକାର ଚୁପ୍‌। କୋଡ଼ିଏ ବିଜେପି  ସାଂସଦ ଓଡ଼ିଶାବାସୀଙ୍କ ପାଇଁ ଚୁପ୍‌। କିନ୍ତୁ ଖଣି ମାଲିକଙ୍କ ପାଇଁ ଲଢ଼ିବାକୁ ପ୍ରସ୍ତୁତ। ପିଲାଙ୍କ ପଢ଼ା ବହି କଥା ନ କହିବା ଭଲ। ହଜାର ହଜାର ଭୁଲ। କିନ୍ତୁ ଉତ୍ତରଦାୟିତ୍ୱ ନେବାକୁ ସରକାର ନାରାଜ ବୋଲି କ୍ଷୋଭ ପ୍ରକାଶ କରିଥିଲେ।

Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍‌

ସେ ଆହୁରି କହିଥିଲେ, ରାଜ୍ୟରେ ରାଜସ୍ୱ ସଂଗ୍ରହ କମୁଛି। ବଜେଟ୍‌ ବ୍ୟୟବରାଦ ଖର୍ଚ୍ଚ ହୋଇ ପାରୁନି। କିଛି କାମ ହେଉନାହିଁ। କିନ୍ତୁ ଋଣ ଭାର ବଢ଼ି ଚାଲିଛି। ଟଙ୍କା ଯାଉଛି କୁଆଡେ? ବିଜେଡି ତା’ର ଭଲ କାମ ପାଇଁ ସବୁବେଳେ ଲୋକଙ୍କ ହୃଦୟରେ ଅଛି ଓ ରହିଥିବ। ବିଜେଡି ବିଜୁ ବାବୁଙ୍କ ଆଦର୍ଶରେ ଓଡ଼ିଶା ପାଇଁ ଲଢ଼ି ଆସିଛି ଓ ଆଗାମୀ ଦିନରେ ଲଢ଼େଇକୁ ଆହୁରି ଜୋରଦାର କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଜଣାଇଥିଲେ। 

Zoo: ବନ୍ୟପ୍ରାଣୀଙ୍କ ସେଫ୍‌ ଜୋନ୍‌ ପାପାଡାହାଣ୍ଡି ମୃଗ ବିହାର

ବିଜେଡିର ଭୁବନେଶ୍ୱର ଜିଲ୍ଲା ସଭାପତି ତଥା‌ ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର,  ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ ଓ ମନ୍ମଥ ରାଉତରାୟ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ମଞ୍ଜୁଳା କହଁର ଧନ୍ୟବାଦ ଅର୍ପଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.