Aradhana mishra mona: ଅଜୟ ରାୟଙ୍କ ସ୍ଥାନରେ ଆରାଧନା, ୟୁପି କଂଗ୍ରେସରେ ନୂଆ ଅଧ୍ୟାୟ

42 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସଂଗଠନରେ ବଡ଼ ପରିବର୍ତ୍ତନ କରିଛି। ଦଳ ଅଜୟ ରାୟଙ୍କ ସ୍ଥାନରେ ଆରାଧନା ମିଶ୍ର ଓରଫ ‘ମୋନା’ଙ୍କୁ ଉତ୍ତରପ୍ରଦେଶ କଂଗ୍ରେସ କମିଟିର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛି। ଏହି ନିଷ୍ପତ୍ତି ପରେ ରାଜ୍ୟ ରାଜନୀତିରେ ଆରାଧନା ମିଶ୍ରଙ୍କୁ ନେଇ ଚର୍ଚ୍ଚା ବଢ଼ିଛି। ଆରାଧନା ମିଶ୍ର କଂଗ୍ରେସର ବରିଷ୍ଠ ନେତା ଓ ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀଙ୍କ ଝିଅ। ପ୍ରମୋଦ ତିୱାରୀ ଉତ୍ତରପ୍ରଦେଶର ରାମପୁର ଖାସ ଆସନରୁ ଲଗାତାର ୯ ଥର ବିଧାୟକ ହୋଇ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ।

Congress: କଂଗ୍ରେସରେ ପୁଣିଥରେ ଯୋଗ ଦେବା ପାଇଁ ମମତାଙ୍କୁ ନିମନ୍ତ୍ରଣ କଲେ ଅଧୀର

ସେହି ରାଜନୈତିକ ପରମ୍ପରାକୁ ଆଗକୁ ବଢ଼ାଇ ଆରାଧନା ମଧ୍ୟ ରାଜନୀତିରେ ନିଜର ସ୍ୱତନ୍ତ୍ର ପରିଚୟ ଗଢ଼ିଛନ୍ତି।  ଇଲାହାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଶିକ୍ଷା ହାସଲ କରିଥିବା ଆରାଧନା ପ୍ରଥମେ ସାମାଜିକ କାର୍ଯ୍ୟ ଓ ଏନଜିଓ କ୍ଷେତ୍ରରେ ସକ୍ରିୟ ଥିଲେ। ୨୦୧୪ ମସିହାରେ ରାମପୁର ଖାସ ଉପନିର୍ବାଚନ ଜିତି ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ। ଏହାପରେ ୨୦୧୭ ଓ ୨୦୨୨ ନିର୍ବାଚନରେ ମଧ୍ୟ ବିଜୟୀ ହୋଇ ଲଗାତାର ତିନି ଥର ବିଧାୟକ ହେବାର ସଫଳତା ହାସଲ କରିଛନ୍ତି। ଦଳୀୟ ସଂଗଠନରେ ମଧ୍ୟ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ୨୦୧୯ରୁ ସେ ଉତ୍ତରପ୍ରଦେଶ ବିଧାନସଭାରେ କଂଗ୍ରେସ ବିଧାୟକ ଦଳର ନେତୃତ୍ୱ ନେଉଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ଭାବେ ମଧ୍ୟ ସେ ପରିଚିତ। ‘ଲଡ଼କି ହୁଁ, ଲଡ଼ ସକତି ହୁଁ’ ଅଭିଯାନରେ ମଧ୍ୟ ସେ ସକ୍ରିୟ ଭୂମିକା ନିଭାଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.