ARTICLE AD BOX
ଭୁବନେଶ୍ୱର: ଜଳ ସଂରକ୍ଷଣ, ନିରାପଦ ପାନୀୟ ଜଳର ବ୍ୟବହାର ଏବଂ ଜଳବାହିତ ରୋଗର ପ୍ରତିରୋଧ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟରେ ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ‘ସୁଜଳ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅଭିଯାନର ଉଦ୍ଘାଟନ କରିଛନ୍ତି। ଅକ୍ଟୋବର ୨ରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ଅଭିଯାନ ଚାଲିବ।
Smart Bazaar: ସ୍ମାର୍ଟ ବଜାରର ତ୍ୟୋହାର ରେଡି ସେଲ୍
‘ଜଳ ସଂରକ୍ଷଣ: ଆଜିର ଆବଶ୍ୟକତା, ଭବିଷ୍ୟତ ପିଢ଼ିର ଭାଗ୍ୟ’ ବାର୍ତ୍ତାକୁ ଆଧାର କରି ଏହି ଅଭିଯାନ ମାଧ୍ୟମରେ ଜଳର ସୁବିନିଯୋଗ ଓ ସଂରକ୍ଷଣ ପାଇଁ ନାଗରିକମାନଙ୍କୁ ଉତ୍ସାହିତ କରାଯିବ। ଦୂଷିତ ଜଳ ବ୍ୟବହାର ଦ୍ୱାରା ରୋଗ ହେବାର ଆଶଙ୍କା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯିବ। ଜଳ ସଂରକ୍ଷଣକୁ ଦୈନନ୍ଦିନ ଜୀବନର ଏକ ଅଭ୍ୟାସରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ କେତେକ ସରଳ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ନଥିବା ସମୟରେ ଟ୍ୟାପ୍ ବନ୍ଦ ରଖିବା, ଜଳ ଯୋଗାଣ ପାଇପ୍ରେ ଲିକେଜ୍ ହେଲେ ତୁରନ୍ତ ମରାମତି କରିବା ଏବଂ ନଦୀ, ପୋଖରୀ, ନଳକୂପ ଆଦି ଜଳଉତ୍ସ ନିକଟରେ ଆବର୍ଜନା ନ ପକାଇବା ଏହି ପଦକ୍ଷେପଗୁଡ଼ିକର ଅନ୍ତର୍ଭୁକ୍ତ ରହିଛି।
Health budget: ଯେଉଁଠି ହସ୍ପିଟାଲ ନାହିଁ, ସେଠାରେ ରକ୍ଷଣାବେକ୍ଷଣ ପାଇଁ ଦିଆଗଲା ୧୪.୬୨ ଲକ୍ଷ ଟଙ୍କା
ଜଳଯୋଗାଣ ସମ୍ପର୍କିତ ସମସ୍ୟା ଓ ଅଭିଯୋଗର ସମାଧାନ ପାଇଁ ନାଗରିକମାନେ ବିଭାଗର ନିଶୁଳ୍କ ହେଲ୍ପଲାଇନ୍ ନମ୍ବର ୧୫୫୩୫୯ ଏବଂ ୧୮୦୦-୧୨୧୬-୮୩୩ ରେ ଯୋଗାଯୋଗ କରିପାରିବେ। ଏହି ଅବସରରେ ଏକାମ୍ର ବିଧାୟକ ବାବୁ ସିଂ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍ବୋଧନ ଦେଇଥିଲେ। ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ ସଂଗଠନର ଇଞ୍ଜିନିୟର-ଇନ୍-ଚିଫ୍ ବିଳାସ ବେହେରା ଓ ୱାଟ୍କୋର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

42 minutes ago
2


