Conclusion: ଉପଭୋଗ୍ୟ ପରିସମାପ୍ତି

41 minutes ago 3
ARTICLE AD BOX

ଅକ୍‌ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଭାବେ ସର୍ବତ୍ର ପ୍ରସିଦ୍ଧ। ତେବେ ସାମାଜିକ ଗଣମାଧ୍ୟମର ମିମ୍ ସଂସ୍କୃତି ସହ ପରିଚିତ ଚଳଚ୍ଚିତ୍ରପ୍ରେମୀଙ୍କୁ ପଚାରିଲେ ସେମାନେ କହିବେ ଯେ ଏହି ଦିନ ଘଟିଥିବା ଆଉ ଏକ ଉଲ୍ଲେଖନୀୟ ଘଟଣା ସେମାନଙ୍କର ମନେ ଅଛି। ତାହା ହେଲା- ବିଜୟ ସଲଗାଁଓକରଙ୍କ ପରିବାର କିପରି ପଞ୍ଜିମ୍‌କୁ ଯାଇ ସତ୍‌ସଙ୍ଗରେ ଯୋଗ ଦେଇଥିଲେ। ଏକ ଦଶନ୍ଧି ତଳେ ମୁକ୍ତିଲାଭ କରିଥିବା ‘ଦୃଶ୍ୟମ୍’ ଚଳଚ୍ଚିତ୍ରର ଏହି ସଂଳାପଟି କାହାଣୀ କଥନର ଏକ ଗୂଢ଼ ବାସ୍ତବତାକୁ ପ୍ରତିପାଦିତ କରିଥିଲା। ତାହା ହେଲା- କାହାଣୀ ମିଛ ନା ସତ ତାହା ପ୍ରକୃତରେ ଗୁରୁତ୍ବହୀନ; ତାକୁ କିଏ ଓ କେମିତି କହୁଛି ତାହା ହିଁ ଲୋକଙ୍କୁ ପ୍ରଭାବିତ କରିଥାଏ। ଉପନ୍ୟାସ ଓ କ୍ଷୁଦ୍ରଗଳ୍ପ ପରି ଚଳଚ୍ଚିତ୍ର କାହାଣୀ ଲେଖକମାନେ ମଧ୍ୟ ଏହି କଥାଟିକୁ ବେଶ୍‌ ଭଲ ଭାବେ ହୃଦୟଙ୍ଗମ କରିଥା’ନ୍ତି। 

Dr Ashutosh Mahapatra: ନୋବେଲ୍‌ ବିଜେତାଙ୍କ ସହ ଡ. ମହାପାତ୍ରଙ୍କ ଆଲୋଚନା

ତେବେ ଆତ୍ମସଚେତନତା ଯେ ସବୁବେଳେ ପରଦା ଉପରେ କୁହୁକ ସୃଷ୍ଟି କରିବ ତାହାର କୌଣସି ଗ୍ୟାରେଣ୍ଟି ନ ଥାଏ। ତେବେ ‘ଦୃଶ୍ୟମ୍’ ଚଳଚ୍ଚିତ୍ରର ତିନିଟିଯାକ ଭାଗରେ କାହାଣୀର ବିଶ୍ବସନୀୟତା ଓ ପ୍ରଭାବକୁ ଯେଉଁଭଳି ଉଜ୍ଜୀବିତ ରଖାଯାଇପାରିଛି ତାହା ଏକ ବିରଳ ହ୍ୟାଟ୍ରିକ୍ ବୋଲି କହିବା ଭୁଲ୍ ହେବ ନାହିଁ। ‘ଦୃଶ୍ୟମ୍: ଦି କନ୍‌କ୍ଲୁଜନ୍’ ଚଳଚ୍ଚିତ୍ର ଏଥିପାଇଁ ଅଧିକ ପ୍ରଶଂସନୀୟ ଯେ ଏହାକୁ ପୂର୍ବ ଦୁଇ ଭାଗ ଭଳି ମାଲୟାଲମ୍ ଚଳଚ୍ଚିତ୍ରର ଆକ୍ଷରିକ ରିମେକ୍‌ ଭାବରେ ପ୍ରସ୍ତୁତ କରାଯାଇନାହିଁ। ଏହାର କାହାଣୀ ସଂପୂର୍ଣ୍ଣ ମୌଳିକ। ଅର୍ଥାତ୍‌ ଏହାକୁ ଏକ ଖାଣ୍ଟି ବଲିଉଡ୍‌ ଚଳଚ୍ଚିତ୍ର ବୋଲି କହି ହେବ। ସେଥିପାଇଁ ଏହାର ନାମ ‘ଦୃଶ୍ୟମ୍ ୩’ ବଦଳରେ ‘ଦୃଶ୍ୟମ୍: ଦି କନ୍‌କ୍ଲୁଜନ୍’ ରଖାଯାଇଛି। 

Zoo: ବନ୍ୟପ୍ରାଣୀଙ୍କ ସେଫ୍‌ ଜୋନ୍‌ ପାପାଡାହାଣ୍ଡି ମୃଗ ବିହାର

ଏହି କାହାଣୀର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ବିଚକ୍ଷଣ ସଂଳାପ। ତା’ ସାଙ୍ଗକୁ ଚମତ୍କାର ଅଭିନୟ, ପରିପକ୍ବ ନିର୍ଦେଶନା ଓ ପରିପୂରକ ସଂଗୀତ ଯୋଗୁଁ ପରଦାରୁ ଧ୍ୟାନ ହଟାଇବାର ଅବସର ମିଳିଲା ନାହିଁ। ପୁଲିସ ଅଧିକାରୀ ଚରିତ୍ରରେ ଜୟଦୀପ ଅହଲାଵତ ଅଜୟ ଦେବଗନଙ୍କର ଜଣେ ଶକ୍ତିଶାଳୀ ପ୍ରତିପକ୍ଷ ଭାବେ ଉଭା ହୋଇଛନ୍ତି। ଯଦିଓ ଏହାର ଶେଷ ଦୃଶ୍ୟଗୁଡ଼ିକ ଆଶା ଅନୁଯାୟୀ ଉତ୍କଣ୍ଠାପୂର୍ଣ୍ଣ ନଥିଲା ତଥାପି ତାହା ସମସ୍ୟାଜନକ ନୁହେଁ। ଏହା ସୁନିଶ୍ଚିତ ଯେ ଚଳଚ୍ଚିତ୍ରଟି କୌଣସି ଦର୍ଶକଙ୍କୁ ନିରାଶ କରିବ ନାହିଁ।

ଦୃଶ୍ୟମ୍: ଦି କନ୍‌କ୍ଲୁଜନ୍
ନିର୍ଦେଶକ: ଅଭିଷେକ ପାଠକ
ମୁଖ୍ୟ ଚରିତ୍ରରେ: ଅଜୟ ଦେବଗନ, ଜୟଦୀପ ଅହଲାଵତ, ତବୁ, ଶ୍ରିୟା ଶରଣ, ପ୍ରକାଶ ରାଜ

Read Entire Article
LEFT SIDEBAR AD

Hidden in mobile, Best for skyscrapers.