Tribal youth attack: ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାର ତଦନ୍ତ, ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି

2 days ago 3
ARTICLE AD BOX

କୋଇଡ଼ା (ଅବିନାଶ ଶର୍ମା):ସୁନ୍ଦରଗଡ଼ଜିଲ୍ଲା କୋଇଡ଼ା ବ୍ଲକ କେବଳାଙ୍ଗ ଥାନା ଅନ୍ତର୍ଗତ ଝାରବେଡ଼ା ଗ୍ରାମର ଆଦିବାସୀ ଯୁବକ ପାତୁ ମୁଣ୍ଡାଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜନୈତିକ ତତ୍ପରତା ବଢ଼ିଛି। ଝାରବେଡ଼ା ଗ୍ରାମର ଆଦିବାସୀ ଯୁବକ ପାତୁ ମୁଣ୍ଡାଙ୍କୁ ଆକ୍ରମଣ ଘଟଣାକୁ ନେଇ ରାଜନୈତିକ ତତ୍ପରତା ବଢ଼ିଛି। ଘଟଣାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ସହ ପୀଡ଼ିତ ପରିବାରକୁ ଭେଟିବା ପାଇଁ ବିଜୁ ଜନତା ଦଳର ଏକ ଉଚ୍ଚସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ ଦଳ ଶନିବାର ଝାରବେଡ଼ାରେ ପହଞ୍ଚିଥିଲା।ବରିଷ୍ଠ ନେତା ସୁଦାମ ମାରାଣ୍ଡିଙ୍କ ନେତୃତ୍ୱରେ ଆସିଥିବା ପ୍ରତିନିଧି ଦଳ ପାତୁ ମୁଣ୍ଡା ଓ ତାଙ୍କ ପରିବାରବର୍ଗଙ୍କୁ ଭେଟି ଘଟଣା ସମ୍ପର୍କରେ ପଚାରି ବୁଝିବା ସହ ସମବେଦନା ଜଣାଇଥିଲେ। 

Screenshot 2026-11-14 161408

ଗୋରକ୍ଷକ ନାମରେ କିଛି ଯୁବକଙ୍କ ଦ୍ୱାରା ଆଦିବାସୀ ଯୁବକଙ୍କୁ ମାରାତ୍ମକ ଆକ୍ରମଣ କରାଯାଇଥିବା ଅଭିଯୋଗକୁ ଦଳ ଗୁରୁତ୍ୱର ସହ ନେଇଛି। ଏଭଳି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ଆଦିବାସୀଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ବିଜେଡି ପ୍ରତିନିଧି ଦଳ ଦାବି କରିଛି। ଏହି ଦଳରେ ଡାକ୍ତର ନିରଞ୍ଜନ ବିଶି, ସାରଦା ନାୟକ, ଯୋଗେଶ ସିଂ, ରୋହିତ ଜୋସେଫ ତିର୍କୀ, ଡାକ୍ତର ପ୍ରିୟବ୍ରତ ମାଝୀ ଓ ପ୍ରଦ୍ୟୁମ୍ନ ତ୍ରିପାଠୀଙ୍କ ସମେତ ଅନ୍ୟ ନେତାମାନେ ସାମିଲ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.