Time-Bound Approval of Urban Building Plans ସମୟସୀମା ମଧ୍ୟରେ ମିଳିବ ସହରାଞ୍ଚଳରେ ଗୃହ ନିର୍ମାଣ ଅନୁମତି, ନଚେତ୍‌ ବିଭାଗୀୟ କାର୍ଯ୍ୟାନୁଷ୍ଠାନ

3 days ago 1
ARTICLE AD BOX

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷ, ମହାନଗର ନିଗମ ଏବଂ ଅନ୍ୟାନ୍ୟ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଗୁଡ଼ିକରେ ଅନଲାଇନ୍ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ବ୍ୟବସ୍ଥା  ମାଧ୍ୟମରେ ଗୃହ ନିର୍ମାଣ ଅନୁମତି ପାଇଁ ପଡ଼ିରହିଥିବା ଆବେଦନଗୁଡ଼ିକର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅନୁମତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଜି (ଶୁକ୍ରବାର) ଏନେଇ ହୋଇଥିବା ଏକ ସମୀକ୍ଷା ବୈଠକ ପରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ବିଭାଗୀୟ ଅଧିକାରୀଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି। 

Building plan approval: ମିଳୁନି ବିଲ୍ଡିଂ ପ୍ଲାନ୍‌ ମଞ୍ଜୁରି: ମନ୍ତ୍ରୀ, ବିଧାୟକଙ୍କ କଥା ବି ଶୁଣୁନାହାନ୍ତି
ଖାରବେଳ ଭବନଠାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଶ୍ରୀମତୀ ପାଢ଼ୀ ବକେୟା ଆବେଦନଗୁଡ଼ିକର ସ୍ଥିତି, ପ୍ରକ୍ରିୟାଗତ ସମସ୍ୟା ଏବଂ ଯୋଜନା ଅନୁମୋଦନ କ୍ଷେତ୍ରରେ ହେଉଥିବା ବିଳମ୍ବର ସମୀକ୍ଷା କରିଥିଲେ । ଗୃହ ନିର୍ମାଣ ଅନୁମତି ପ୍ରଦାନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଦକ୍ଷ ଓ ଜନସାଧାରଣଙ୍କ ପାଇଁ ସୁବିଧାଜନକ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ସମସ୍ତ ବକେୟା ଆବେଦନର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଫଇସଲା କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାଣିଶୁଣି କିମ୍ବା ଅଯଥାରେ ବିଳମ୍ବ କଲେ ଦାୟିତ୍ୱ ନିର୍ଦ୍ଧାରଣ ସହ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Urban Housing

ଡିଜିଟାଲ୍ ଫାଇଲ୍ ଟ୍ରାକିଂ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଆବଶ୍ୟକ ସ୍ଥଳେ ନିର୍ଦ୍ଧାରିତ ଦିନରୁ ଅଧିକ ସମୟ ଧରି ପଡ଼ିରହିଥିବା ଫାଇଲ୍‌ଗୁଡ଼ିକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇବା ପାଇଁ ଏକ ପ୍ରଭାବଶାଳୀ ବ୍ୟବସ୍ଥା ପ୍ରଚଳନ କରିବାକୁ ବୈଠକରେ କୁହାଯାଇଛି। ପ୍ରତ୍ୟେକ ସ୍ତରରେ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ସହ ଜାଣିଶୁଣି ଅବହେଳା ଏବଂ ଅଯଥା ବିଳମ୍ବ କରୁଥିବା ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି।  

Building plan: ମିଳୁନି ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ: ତଣ୍ଟିରେ କଣ୍ଟା ଭଳି ଲାଖିଛି ଗିଫ୍ଟ ଡିଡ୍‌ ଅଡ଼ୁଆ, ଅନୁମୋଦନ ଅପେକ୍ଷାରେ ଶହ ଶହ ଆବେଦନକାରୀ
ଏହି ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବା ପାଇଁ SUJOG ପ୍ଲାଟଫର୍ମରେ ଉନ୍ନତ ମନିଟରିଂ ଓ ଉତ୍ତରଦାୟିତ୍ୱ ବ୍ୟବସ୍ଥା ସାମିଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀମାନଙ୍କୁ ବାରମ୍ବାର ଅନାବଶ୍ୟକ ତଥ୍ୟ ମାଗିବାରୁ ବିରତ ରହିବା ସହ ଅନୁମୋଦନ ପାଇଁ ଆବଶ୍ୟକ କାଗଜପତ୍ର, ପ୍ରକ୍ରିୟା ଓ ସମୟସୀମା ସମ୍ପର୍କରେ ସ୍ପଷ୍ଟ ସୂଚନା ଦେବାକୁ ସେ ପରାମର୍ଶ ଦେଇଛନ୍ତି ।

ନୂତନ ଘର ନିର୍ମାଣ ଉପରେ ଆର୍‌ଏମ୍‌ସିର ନୂଆ ନିୟମ
ଖାରବେଳ ଭବନ ତୃତୀୟ ମହଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ନିର୍ଦ୍ଦେଶକ,ଟାଉନ ପ୍ଲାନିଙ୍ଗ ଶତ୍ରୁଘ୍ନ କର, ଅତିରିକ୍ତ ସଚିବ ଶ୍ରୀ ସୁଭେନ୍ଦୁ କୁମାର ସାହୁ, ସହକାରୀ ନଗର ଯୋଜନାକାରୀ ଏବଂ SUJOG ଟିମ୍‌ର ସଦସ୍ୟମାନେ ଉପସ୍ଥିତ ଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.