Thipakhole Waterfall ଥିପାଖୋଲ ଜଳପ୍ରପାତରେ ବୁଡ଼ି ଯୁବକ ନିଖୋଜ

1 hour ago 1
ARTICLE AD BOX

ନୂଆପଡ଼ା: ସିନାପାଲି ଅନ୍ତର୍ଗତ ଥିପାଖୋଲ ଜଳପ୍ରପାତରେ ଭାସି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ଯୁବକ ଜଣକ ଛତିଶଗଡ଼ର ଅମଲିପଦରର ବସନ୍ତ ଧରୁଆ (୨୯)। ସିନାପାଲି ପୁଲିସ ଓ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। 

Gundichaghagi Falls: ଗୁଣ୍ଡିଚାଘାଗି ଜଳପ୍ରପାତ: ସୌନ୍ଦର୍ଯ୍ୟୀକରଣକୁ ଗୁରୁତ୍ବ, ସୁରକ୍ଷା ଢିଲା, ଗଲାଣି ୧୦ରୁ ଅଧିକ ଜୀବନ
ପ୍ରାପ୍ତ ସୂଚନାନୁଯାୟୀ ବସନ୍ତ କିଛି ସାଙ୍ଗ ମାନଙ୍କ ସହ ଥିପାଖୋଲ ପର୍ଯ୍ୟଟନସ୍ଥଳୀକୁ ଆସିଥିଲେ। ସେଠାରେ ବୁଲାବୁଲି କରି  ଅପରାହ୍‌ଣ ପ୍ରାୟ ୪ଟା ସମୟରେ ୩ ଜଣ ପାଣି ଭିତରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ କୌଣସି ପ୍ରକାରେ ପାଣିରୁ ବାହାରି ଆସିବାରେ ସକ୍ଷମ ହୋଇଥିଲେ। କିନ୍ତୁ ବସନ୍ତ ଆଉ ବାହାରି ପାରିଲେ ନାହିଁ। ସାଙ୍ଗ ମାନେ  ଖବର  ଦେବା  ପରେ ଖବର ପାଇ ସିନାପାଲି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଛି। ହେଲେ ଖବର ଲେଖାହେବା ପର୍ଯ୍ୟନ୍ତ ସବିଶେଷ ତଥ୍ୟ ମିଳିପାରି ନାହିଁ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.