ARTICLE AD BOX
ଭଦ୍ରକ/ଚରମ୍ପା: ଭଦ୍ରକ, ଭଦ୍ରକ ଗ୍ରାମାଞ୍ଚଳ ଓ ଆଖପାଖ ଅଞ୍ଚଳରେ ଯେପରି ଧୀରେ ଧୀରେ ରାତିରେ ଶୀତ ବଢ଼ୁଛି, ସେହିଭଳି ଚୋରଙ୍କ ଉତ୍ପାତ ବଢ଼ିବାରେ ଲାଗିଛି। ପୁଲିସର ଶିଥିଳତାକୁ ଖୋଲା ଚାଲେଞ୍ଜ କରି ଗତକାଲି ଓ ଆଜି ଏକାଧିକ ସ୍ଥାନରେ ଚୋରି ହୋଇଛି।
Controversy in Bhadrak Over Police Banner ପୁଲିସର ଅପରାଧୀ ଚିହ୍ନଟ ବ୍ୟାନରରେ ସାଧାରଣ ବ୍ୟକ୍ତିଙ୍କଫଟୋକୁ ନେଇ ଭଦ୍ରକ ଥାନାରେ ଉତ୍ତେଜନା
ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାମରାଇପୁର ମୌଜାର ସତ୍ୟସ୍ବରୂପ ଜେନାଙ୍କ ଘରେ କେହି ନଥିବା ବେଲେ ଘରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ନଗଦ ୪୮ ହଜାର ଟଙ୍କା ସହ ବିଭିନ୍ନ ସୁନା ଅଳଙ୍କାର ଚୋରି କରିନେଇଛନ୍ତି। ଏପରିକି ଘରେ ଲାଗିଥିବା ସିସିଟିଭି କ୍ୟାମେରା, ଡିଭିଆର୍ ଓ ରାଉଟର ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି। ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ୩୦ ମଧ୍ୟରେ ଏହି ଚୋରି ଘଟିଥିବା ଅନୁମାନ କରାଯାଉଛି।
ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏଫ୍ଆଇଆର୍ ନମ୍ବର ୮୦୦/୨୬ରେ ମାମଲା ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୧(୪) ଓ ୩୦୫(ଏ) ଅନୁଯାୟୀ ପୁଲିସ ତଦନ୍ତ ଆରମ୍ଭ କରିଛି। ଥାନା ଅଧିକାରୀ ସୁବ୍ରତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଏଏସ୍ଆଇ ସୁଜିତ କୁମାର ରାଉତ ଘଟଣାର ତଦନ୍ତ ଭାର ଗ୍ରହଣ କରିଛନ୍ତି।
ଆଜି ଶେଷ ଦିନରେ ମହାଲକ୍ଷ୍ମୀ ବେଶରେ ପୂଜା ପାଇଲେ ମା ଭଦ୍ରକାଳୀ
ଅନ୍ୟ ଏକ ଘଟଣାକ୍ରମେ, ଭଦ୍ରକ ଟାଉନ୍ ଥାନା ଅନ୍ତର୍ଗତ ବାଗୁଡ଼ି ଆଦିବାସୀ କଲୋନୀ ନିକଟରେ ମେଘନା ପ୍ରଧାନଙ୍କ ସ୍ବାମୀଙ୍କୁ ଆକ୍ରମଣ କରି ଏକ ଆଇଫୋନ୍ ୧୬ ପ୍ରୋ ମ୍ୟାକ୍ସ, ଏଟିଏମ୍ କାର୍ଡ, ପାନ୍ କାର୍ଡ, ୧୦ ଓ ୫ ଗ୍ରାମର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା ନେଇଯାଇଥିବା ଭଦ୍ରକ ଟାଉନ୍ ଥାନାରେ ଏତଲା ହୋଇଛି। ଏହି ଘଟଣାରେ ଭଦ୍ରକ ଟାଉନ୍ ଥାନା ପୁଲିସ କେସ୍ ନଂ ୦୬୯୬,/୨୬ରେ ବିଏନ୍ଏସ୍ର ଧାରା ୧୦୯(୧), ୧୧୫(୨), ୧୧୮(୧), ୨୯୪, ୩(୫), ୩୦୩(୨) ଓ ୩୫୧(୩)ରେ ମାମଲା ରୁଜୁ କରିଛି। ଏସ୍ଆଇ ପ୍ରବୀଣ କୁମାର ଗିରି ଘଟଣାର ତଦନ୍ତ କରୁଛନ୍ତି।
Crime: ଡକାୟତଙ୍କ ଟାର୍ଗେଟ୍ରେ ଭଦ୍ରକ ସହର! ଅନ୍ଧାରରେ ଚାଲିଥିଲା ଲୁଟ୍ର ମସୁଧା, ୭ ଗିରଫ
ସେହିଭଳି, ତିହିଡ଼ି ବ୍ଲକ ଆଚକ ମୋହରମପୁର ଗ୍ରାମର ପ୍ରକାଶ କୁମାର ବଇୟାରୀ ନିଜ ବାଇକ୍ (ନଂ- ଓ ଡି ୨୨ ଏଚ - ୦୧୬୧) ଯୋଗେ ବିଶାଳ ମେଗାମାର୍ଟ ଆସିଥିଲେ। ବାଇକ୍ଟିକୁ ମଲ୍ ସମ୍ମୁଖରେ ପାର୍କିଂ କରି ସପିଂ ପାଇଁ ଭିତରକୁ ଯାଇଥିଲେ। ମାତ୍ର ସପିଂ ସାରି ଫେରିବା ବେଳକୁ ତାଙ୍କ ବାଇକ୍ର କୌଣସି ପତ୍ତା ମିଳିନଥିଲା। ଜନଗହଳିପୂର୍ଣ୍ଣ ସ୍ଥାନରୁ ଏଭଳି ବାଇକ୍ ଗାଏବ ହେବା ତାଙ୍କୁ ଚକିତ କରିଦେଇଥିଲା। ଅଭିଯୋଗ ଆଧାରରେ ଭଦ୍ରକ ଟାଉନ୍ ଥାନା ପୋଲିସ କେସ୍ ନଂ ୬୯୮/୨୦୨୬, ବିଏନ୍ଏସ୍ର ଧାରା ୩୦୩(୨)ରେ ମାମଲା ରୁଜୁ କରିଛି। ଏସ୍ଆଇ ଏ.ପି. ମହାପାତ୍ର ମାମଲାର ତଦନ୍ତ କରୁଛନ୍ତି।
Accident: ମୋବାଇଲ ଚୋର ଧରିବାକୁ ଭଦ୍ରକ ଆସିଥିଲେ ୩ ପୁଲିସ କର୍ମଚାରୀ, ଚଢ଼ିଗଲା ଦ୍ରୁତଗାମୀ ଟ୍ରକ୍
ଚରମ୍ପାରେ, ସନ୍ଧ୍ୟା ପ୍ରାୟ ୫ଟା ୨୫ ମିନିଟ୍ ସମୟରେ ଚଢ଼େଇଆ ଗ୍ରାମର ମାନସୀ ଜେନା ଚରମ୍ପା ନିକଟସ୍ଥ ଓଏସ୍ଆର୍ଟିସି କାଳୀମେଢ଼ ନିକଟରେ ଥିବା ବେଳେ ତାଙ୍କ ଭ୍ୟାନିଟି ବ୍ୟାଗରୁ ଜୋରଜବରଦସ୍ତି ୧,୦୦୦ ଟଙ୍କା ଛଡ଼ାଇ ନିଆଯାଇଥିଲା। ଘଟଣା ସମ୍ପର୍କରେ ମାନସୀ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ଭଦ୍ରକ ଟାଉନ୍ ଥାନା କେସ୍ ନମ୍ବର- ୭୦୦/୨୬ରେ ମାମଲା ରୁଜୁ କରାଯାଇଛି।

23 minutes ago
1


