Three Advanced Diagnostic Laboratories ଏମ୍ସ ଭୁବନେଶ୍ୱରରେ ଆରମ୍ଭ ହେଲା ତିନି ଅତ୍ୟାଧୁନିକ ପରୀକ୍ଷାଗାର

8 minutes ago 1
ARTICLE AD BOX

ଭୁବନେଶ୍ୱର:  ମଧୁମେହ, ଗର୍ଭକାଳୀନ ଓ ନବଜାତ ଶିଶୁ ସ୍କ୍ରିନିଂ ନିର୍ଣ୍ଣୟ ବ୍ୟବସ୍ଥା, ତଥା ଅନ୍ୟାନ୍ୟ ରୋଗ ନିର୍ଣ୍ଣୟ ନିମନ୍ତେ ଏମ୍ସ ଭୁବନେଶ୍ୱର ବାୟୋକେମିଷ୍ଟ୍ରି ବିଭାଗ ପକ୍ଷରୁ ତିନିଟି ଅତ୍ୟାଧୁନିକ ପରୀକ୍ଷାଗାର ଆରମ୍ଭ ହୋଇଛି। ଓଡ଼ିଶାର ଅନ୍ୟ କୌଣସି ସରକାରୀ ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ବର୍ତ୍ତମାନ ଏହି ସୁବିଧା ଉପଲବ୍ଧ ନଥିବାରୁ ଏହି ପରୀକ୍ଷାଗାର ରୋଗ ନିଦାନରେ ଏକ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ।  

AIIMS Critical Care: ଝୁଲିଛି ଏମ୍‌ସ କ୍ରିଟିକାଲ୍‌ କେୟାର୍‌ ୟୁନିଟ୍‌ ଭାଗ୍ୟ: ବଢ଼ୁନି ଶଯ୍ୟା, ରୋଗୀ କଲବଲ, ଟ୍ରମା ସେଣ୍ଟରକୁ ମାତ୍ରାଧିକ ଚାପ
ଗର୍ଭକାଳୀନ ଓ ନବଜାତ ଶିଶୁ (ଆଣ୍ଟିନେଣ୍ଟାଲ୍ ଏଣ୍ଡ୍ ନିୟୁବର୍ଣ୍ଣ) ସ୍କ୍ରିନିଂ ଲାବୋରେଟୋରୀ, ଇମ୍ୟୁନୋଲୋଜି ଲାବୋରେଟୋରୀ ଏବଂ ଏଚ୍ପିଏଲ୍ସି ଲାବୋରେଟୋରୀକୁ ଏମ୍ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ସିଇଓ ପ୍ରଫେସର ଡ ଆଶୁତୋଷ ବିଶ୍ବାସ ଉଦ୍‌ଘାଟନ କରିଛନ୍ତି। 

AIIMS: ଡାକ୍ତର ଅଭାବ ସମସ୍ୟାରୁ ମୁକୁଳିପାରୁନି ଏମ୍‌ସ: ୧୦ ଟଙ୍କାର ଓପିଡି ଟିକଟ, ଗଣୁଛନ୍ତି ୪ ହଜାର!
ଏନେଇ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ ବିଶ୍ୱାସ କହିଛନ୍ତି, ଏହି ଉନ୍ନତ ପ୍ଲାଟଫର୍ମ ମାଧ୍ୟମରେ ପରିସ୍ରା ଏବଂ ସେରେବ୍ରୋସ୍ପାଇନାଲ୍ ଫ୍ଲୁଇଡ୍ (ସିଏସ୍ଏଫ୍) ଭଳି ନମୁନାରେ ଅତ୍ୟନ୍ତ ସୂକ୍ଷ୍ମ ମାତ୍ରାରେ ଥିବା ପଦାର୍ଥଗୁଡ଼ିକୁ ଚିହ୍ନଟ କରାଯାଇପାରିବ, ଯାହା ରୋଗ ନିର୍ଣ୍ଣୟ କ୍ଷେତ୍ରରେ ନୂତନ ସମ୍ଭାବନା ସୃଷ୍ଟି କରିବ। ଦେଶରେ ଥିବା ସମସ୍ତ ଏମ୍ସ ମଧ୍ୟରେ ଏମ୍ସ ଭୁବନେଶ୍ୱର ହେଉଛି ପ୍ରଥମ ପ୍ରତିଷ୍ଠାନ ଯାହା ଏପରି ଉଚ୍ଚମାନର ବିଶ୍ଳେଷକ କ୍ରୟ କରିଛି। 

AIIMS in Sambalpur: ସମ୍ବଲପୁରରେ ଏମ୍‌ସ ପ୍ରତିଷ୍ଠା ପ୍ରସଙ୍ଗ: ଆର୍‌ଟିଆଇ ଖୋଲିଦେଲା ଗୁମର

ଏହି ଅବସରରେ ଡିନ୍ ଡ ଦିଲୀପ କୁମାର ପରିଡ଼ା, ମେଡିକାଲ୍ ଅଧୀକ୍ଷକ ଡ ପ୍ରଭାସ ରଞ୍ଜନ ତ୍ରିପାଠୀ ଓ ଡିନ୍ (ପରୀକ୍ଷା) ତଥା ବାୟୋକେମିଷ୍ଟ୍ରି ବିଭାଗୀୟ ମୁଖ୍ୟ ଡ ମନସ୍ୱିନୀ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.