ARTICLE AD BOX
କୋଲକାତା: ବିବାଦରୁ ହେଲା ବ୍ରେକଅପ | ପୁଣି ଥରେ ସମ୍ପର୍କ ଯୋଡିବାକୁ ମନା କରିଦେଲା ପ୍ରେମିକା | ଆଉ ପ୍ରେମିକା ଉପରେ ପ୍ରତିଶୋଧ ନେବାକୁ ଯାଇ ତାଙ୍କର ଦୁଇ ପୋଷା କୁକୁରକୁ ହତ୍ୟା କରିଦେଲେ ପ୍ରେମିକ | ଏଭଳି ଏକ ଲୋମହର୍ଷକ ଘଟଣା ପଶ୍ଚିମବଙ୍ଗର ଯାଦବପୁରର ବିକ୍ରମଗଡ଼ ଅଂଚଳରେ ଦେଖିବାକୁ ମିଳିଛି | ଏହି ଘଟଣାକୁ ନେଇ ଶେଷରେ ପୁଲିସ ପ୍ରେମିକାଙ୍କୁ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ସଞ୍ଜୀବ ଭଟ୍ଟାଚାର୍ଯ୍ୟ ଏବଂ ତାଙ୍କ ପ୍ରେମିକା ପରୀ ଏକାଠି ଏକ ଭଡ଼ାଘରେ ଲିଭ୍-ଇନ୍ରେ ରହୁଥିଲେ। କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ମତାନ୍ତର ଓ ଲାଗି ରହିଥିଲା। ଏହାକୁ ନେଇ ଗତ ଶୁକ୍ରବାର ଦିନ ପରି ପରୀ ସଞ୍ଜୀବଙ୍କ ସହ ସମ୍ପର୍କ ଛିନ୍ନ କରି ଘରୁ ଚାଲିଯାଇଥିଲେ।
ଆହୁରି ପଢନ୍ତୁ: Tamilnadu: ମହିଳା ଜିଲ୍ଲାପାଳଙ୍କୁ ଅଶ୍ଳୀଳ ମେସେଜ ପଠାଇ ଫସିଲେ ବିଧାୟକ
ପ୍ରେମିକା ଚାଲିଯିବାରୁ କ୍ଷୁବ୍ଧ ହୋଇ ସଞ୍ଜୀବ ଏହି ଜଘନ୍ୟକାଣ୍ଡ ଘଟାଇଥିଲା। ଶନିବାର ଦିନ ସଞ୍ଜୀବ ତାଙ୍କ ପ୍ରେମିକାଙ୍କୁ ଏକ ଭିଡିଓ କଲ୍ କରିଥିଲା। କଲ୍ରେ ପ୍ରେମିକା ଦେଖିବାକୁ ପାଇଲେ ଯେ ତାଙ୍କର ଦୁଇ ପୋଷା କୁକୁରଙ୍କୁ ସଞ୍ଜୀବ ମାରିଦେଇଛନ୍ତି | ଏହା ଦେଖି ସେ ଭୟଭୀତ ହୋଇପଡ଼ିଥିଲେ ଏବଂ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କୁ ସେହି ଫ୍ଲାଟକୁ ପଠାଇଥିଲେ। ସେଠାରେ ପହଞ୍ଚି ଲୋକମାନେ ଦେଖିଥିଲେ ଯେ ଫ୍ଲାଟର ଚାରିଆଡ଼ ରକ୍ତାକ୍ତ ହୋଇପଡ଼ିଛି ଏବଂ ଦୁଇଟି ଯାକ କୁକୁର ମୃତ ଅବସ୍ଥାରେ ପଡ଼ିଛନ୍ତି।
ଆହୁରି ପଢନ୍ତୁ: Road Accident: ପଞ୍ଜାବରେ ଭୟଙ୍କର ସଡ଼କ ଦୁର୍ଘଟଣା: ପିକ୍ଅପ୍-ଏସ୍ୟୁଭି ଧକ୍କାରେ ୫ ମୃତ, ୧୧ ଆହତ
ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଏବଂ ପଶୁପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ପରେ ଯାଦବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସଞ୍ଜୀବକୁ ଗିରଫ କରିଥିଲା। ପରୀଙ୍କ ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ଗତ ୬-୭ ମାସ ହେବ ତାଙ୍କୁ ବିଭିନ୍ନ ପ୍ରକାରେ ହଇରାଣ ହରକତ ଓ ମାରପିଟ ମଧ୍ୟ କରୁଥିଲା। ପ୍ରାଥମିକ ତଦନ୍ତରୁ ପୁଲିସ ଅଭିଯୁକ୍ତଙ୍କ ମାନସିକ ସ୍ଥିତି ସଠିକ୍ ନଥିବା ନେଇ ସନ୍ଦେହ ପ୍ରକାଶ କରିଛି।

17 minutes ago
1


