ARTICLE AD BOX
ବ୍ୟାଙ୍କକ୍ : ଥାଇଲାଣ୍ଡ୍ରେ ଆଜି ବୌଦ୍ଧ ଧର୍ମାବଲମ୍ବୀମାନଙ୍କର ଏକ ଶୋଭାଯାତ୍ରା ଚାଲିଥିବା ସମୟରେ ଜଣେ ୧୧ ବର୍ଷୀୟ ନାବାଳକ ତାଙ୍କ ବାପାଙ୍କ ଟ୍ରକ୍ ଚଳାଇ ଏହି ଶୋଭାଯାତ୍ରା ଉପରକୁ ମଡ଼ାଇ ଦେଇଥିଲା। ଫଳରେ ୮ ଜଣ ବୌଦ୍ଧ ସନ୍ନ୍ୟାସୀଙ୍କର ଏଥିରେ ମୃତ୍ୟୁ ହୋଇଯାଇଛି ଏବଂ ଅନ୍ୟ ୧୦ ଜଣ ଆହତ ହୋଇଛନ୍ତି। ଉତ୍ତରପୂର୍ବ ମୁକଦହନ ପ୍ରଦେଶରେ ଏକ ଶୋଭାଯାତ୍ରା ସମୟରେ ସାଧୁମାନଙ୍କର ଏକ ଗୋଷ୍ଠୀ ରାସ୍ତା କଡ଼ରେ ଚାଲୁଥିବାବେଳେ ସେମାନଙ୍କ ଉପରକୁ ଗାଡ଼ି ମାଡ଼ି ଯାଇଥିଲା। ଏହି ଘଟଣାରେ ଟିପ୍ପଣୀ ରଖି ମୁକଦହନ ପ୍ରାଦେଶିକ ପୁଲିସ କମାଣ୍ଡର ପୁଲିସ ମେଜର ଜେନେରାଲ୍ ପୈରୋଜ ଥାଇଫୁତ୍ସା କହିଛନ୍ତି ଯେ ମାମଲାରେ ଅଭିଯୁକ୍ତ ହେଉଛି ଜଣେ ନାବାଳକ ଏବଂ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଫରେନ୍ସିକ୍ ପରୀକ୍ଷା ପାଇଁ ନିଆଯାଇଛି।
ଆହୁରି ପଢ଼ନ୍ତୁ: Accused Convicted ନୟାଗଡ଼ର ଦୁଇଟି ପୃଥକ ଅପହରଣ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, କାରାଦଣ୍ଡ ଓ ଜରିମାନା
ପୁଲିସ କହିଛି ଯେ ପିଲାଟି ତା ବାପା ମା’ଙ୍କ ବିନା ଅନୁମତିରେ ପିକଅପ୍ ଟ୍ରକ୍ ନେଇ ବାହାରକୁ ଚାଲି ଆସିଥିଲା ଏବଂ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇ ଶୋଭାଯାତ୍ରା ଉପରେ ମଡ଼ାଇ ଦେଇଥିଲା। ୫ ସନ୍ନ୍ୟାସୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି। ଅନ୍ୟପକ୍ଷେ ଅନ୍ୟ ୧୦ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଜରୁରୀ ମେଡିକାଲ ଏବଂ ଉଦ୍ଧାରକାରୀ ଦଳ ଏବେ ଘଟଣାସ୍ଥଳରେ ମୁତୟନ ହୋଇଛନ୍ତି ଏବଂ ଆହତମାନଙ୍କୁ ମୁକଦହନ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

1 hour ago
1


