Tennis: ଆନ୍ଦ୍ରିଭାଙ୍କୁ ଡବ୍‌ଲ୍ୟୁଟିଏ ଫାଇନାଲ୍ସ ମୁକୁଟ

18 hours ago 1
ARTICLE AD BOX

ଇଣ୍ଡିଆନ୍‌ୱେଲ୍ସ: ଚଳିତ ବର୍ଷର ଶେଷ ଟେନିସପ୍ରତିଯୋଗିତା ଡବ୍‌ଲ୍ୟୁଟିଏ ଫାଇନାଲ୍ସ ଏକକ ବର୍ଗରେ ୧୯ ବର୍ଷୀୟ ରୁଷୀୟ ତରୁଣୀ ମୀରା ଆନ୍ଦ୍ରିଭା ଟ୍ରଫି ହାତେଇଛନ୍ତି। ସୋମବାର ଫାଇନାଲ୍‌ରେ ଫ୍ରେଞ୍ଚ ଓପନ ବିଜୟିନୀ ଆନ୍ଦ୍ରିଭା ସିଧାସଳଖ ୭-୫, ୬-୩ ସେଟ୍‌ରେ ୟୁକ୍ରେନ୍‌ର ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଛନ୍ତି। ନୂଆ ଟେନିସ ରାଣୀ ଭାବେ ଉଭା ହୋଇଥିବା ଆନ୍ଦ୍ରିଭା ଏହି ପ୍ରତିଯୋଗିତାରେ ୫-୦ରେ ଅପରାଜେୟ ରହିବା ସହ ଡବ୍‌ଲ୍ୟୁଟିଏ ମାନ୍ୟତାରେ ଦ୍ବିତୀୟ ସ୍ଥାନକୁ ଉଠିଛନ୍ତି। 

ବିଜୟ ଉତ୍ସବର ମୁହୁର୍ତ୍ତକୁ ସ୍ମରଣୀୟ
ଡବ୍‌ଲ୍ୟୁଟିଏ ଫାଇନାଲ୍ସ ଟ୍ରଫି ସହ ଆନ୍ଦ୍ରିଭା ୩.୩୭ ନିୟୁତ ଡଲାର (ପ୍ରାୟ ୩୨ କୋଟି ଟଙ୍କା)ର ପୁରସ୍କାର ରାଶି ଏବଂ ଗାଢ଼ ବାଇଗଣୀ ରଙ୍ଗର ଏକ ମର୍ସିଡିଜ୍‌ ବେଞ୍ଜ କାର୍‌ ଉପହାର ପାଇଛନ୍ତି। ଇଣ୍ଡିଆନ୍ସଓେଲ୍ସ କୋର୍ଟକୁ କାର୍‌ଟି ଆସିବା ପରେ ସେ ଚାଳକ ସିଟ୍‌ରେ ବସି ନିଜର ଏହି ବିଜୟ ଉତ୍ସବର ମୁହୁର୍ତ୍ତକୁ ସ୍ମରଣୀୟ କରିଥିଲେ। ଯୁଗଳରେ ଚେକ୍‌ଗଣରାଜ୍ୟର କାଟେରିନା ସିନିଆକୋଭା ଓ ଆମେରିକାର ଟେଲର ଟାଉନସେଣ୍ଡ ବିଜୟିନୀ ହୋଇଛନ୍ତି। ଫାଇନାଲ୍‌ରେ ଚଳିତ ବର୍ଷ ଫ୍ରେଞ୍ଚ ଓ ୟୁଏସ୍‌ ଓପନ୍‌ ଜିତିଥିବା ଏହି ଚେକ୍‌-ଆମେରିକୀୟ ଯୋଡ଼ି ୬-୪, ୬-୩ ସେଟ୍‌ରେ ଇଟାଲିର ସାରା ଏରାନି ଓ ଯଶ୍ମିନ ପାଓଲିନଙ୍କୁ ହରାଇଥିଲେ।

Football: ଫୁଟ୍‌ବଲ୍‌କୁ ଫେରିଲେ ରୋନାଲ୍‌ଡିନୋ: ରେଭେନ୍ନାକୁ ଦେଲେ ବିଜୟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.