ARTICLE AD BOX
ତେହେରାନ: ଇରାନର ଇସଲାମିକ୍ ରିଭଲ୍ୟୁସନରୀ ଗାର୍ଡ କର୍ପସ (ଆଇଆରଜିସି)ଦାବି କରିଛନ୍ତି ଯେ, ହର୍ମୁଜ୍ ପ୍ରଣାଳୀ ଏବଂ ଏହାର ଆଖପାଖରେ ତିନୋଟି ତେଲ ଟ୍ୟାଙ୍କର ସମୁଦ୍ର ମାଇନ୍ସ ଧକ୍କା ହେବା ଯୋଗୁଁ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହା ଦ୍ବାରା ତେଲ ଟ୍ୟାଙ୍କରଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଇରାନୀ ସେନା ଜାହାଜଗୁଡ଼ିକୁ ନିଷିଦ୍ଧ ସାମୁଦ୍ରିକ ଅଞ୍ଚଳରେ ପ୍ରବେଶ ନକରିବାକୁ ଚେତାବନୀ ଦେଇଥିଲା। ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଏହି ଘଟଣା ଘଟିଛି।
ଇରାନର ସରକାରୀ ଗଣମାଧ୍ୟମ, ଇସଲାମିକ୍ ରିପବ୍ଲିକ୍ ଅଫ୍ ଇରାନ୍ ବ୍ରଡକାଷ୍ଟିଂ ଅନୁଯାୟୀ, ଆଇଆରଜିସିର ନୌସେନା ଏକ ବିବୃତିରେ କହିଛି ଯେ, ଦୁଇଟି ତେଲ ଟ୍ୟାଙ୍କର ଅନୁମତି ବିନା ହର୍ମୁଜ୍ ପ୍ରଣାଳୀ ପାର କରିବାକୁ ଚେଷ୍ଟା କରୁଥିଲେ। ସେମାନେ ନାଭିଗେସନ୍ ଏବଂ ସ୍ୱୟଂଚାଳିତ ଚିହ୍ନଟ ପ୍ରଣାଳୀକୁ ବନ୍ଦ କରି ଗୁପ୍ତ ଭାବରେ ରଣନୈତିକ ଗୁରୁତ୍ୱପୂର୍ଣ୍ଣ ଜଳପଥରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ମାତ୍ର ସମୁଦ୍ର ମାଇନ୍ସରେ ଧକ୍କା ହେବା ଯୋଗୁ ବିସ୍ଫୋରଣ ହୋଇଥିଲା ଏବଂ ଟ୍ୟାଙ୍କରରେ ନିଆଁ ଲାଗିଯାଇଥିଲା। ଇରାନ ନୌସେନା ଏହା ମଧ୍ୟ ଦାବି କରିଛି ଯେ ଆଇଆରଜିସିର ନୌସେନା ଟ୍ରାଫିକ୍ ନିୟନ୍ତ୍ରଣ କେନ୍ଦ୍ରରୁ ଚେତାବନୀ ଦିଆଯିବା ପରେ ମଧ୍ୟ ଟ୍ୟାଙ୍କରଗୁଡ଼ିକ ଏହାକୁ ଅଣଦେଖା କରି ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିଲେ। ତେବେ ଚେତାବନୀ ପରେ ଅନ୍ୟ ଦୁଇଟି ଟ୍ୟାଙ୍କର ପଛକୁ ଫେରିଯାଇଥିଲେ।
ନିରୀକ୍ଷଣ ଏବଂ ଚିହ୍ନଟ ବ୍ୟବସ୍ଥା ବନ୍ଦ
ସେହିପରି ତୃତୀୟ ଟ୍ୟାଙ୍କରଟି ମଧ୍ୟ ସମୁଦ୍ର ମାଇନ୍ସ ସହିତ ଧକ୍କା ହୋଇ ଜଳିଯାଇଥିଲା। ପୂର୍ବ ଚେତାବନୀ ସତ୍ତ୍ୱେ ଟ୍ୟାଙ୍କର ନିଷିଦ୍ଧ ଅଞ୍ଚଳରେ ଆଗକୁ ବଢୁଥିଲା। ଏହାର ନିରୀକ୍ଷଣ ଏବଂ ଚିହ୍ନଟ ବ୍ୟବସ୍ଥା ମଧ୍ୟ ବନ୍ଦ କରିଦିଆଯାଇଥିଲା। ଆଇଆରଜିସିର ନୌସେନା ଚେତାବନୀ ଦେଇଛି ଯେ, ପ୍ରତିବନ୍ଧିତ ଜଳସୀମାରେ ପ୍ରବେଶ କରୁଥିବା ଅନ୍ୟ ଜାହାଜ ଚାଳକମାନେ ମଧ୍ୟ ସମାନ ପରିଣାମର ସମ୍ମୁଖୀନ ହେବେ।
Israel Airstrike: ଅସ୍ତ୍ରବିରତି ମଧ୍ୟରେ ଖାନ ୟୁନିସରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍: କମାଣ୍ଡର ଆବୁ ୟୁନିସ ମୃତ
ଟ୍ୟାଙ୍କର ମାଲିକମାନେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରତିଶ୍ରୁତି ଉପରେ ନିର୍ଭର କରି ନିଷିଦ୍ଧ ଅଞ୍ଚଳକୁ ସେଗୁଡ଼ିକ ପଠାଇଥିବା ଆଇଆରଜିସି କହିଛି। ବିବୃତିରେ ଆଇଆରଜିସି କହିଛି,ଟ୍ୟାଙ୍କର ମାଲିକମାନେ ଅନ୍ୟ ଉଲ୍ଲଂଘନକାରୀ ଜାହାଜର ଅବସ୍ଥାରୁ ଶିକ୍ଷା ଲାଭ ନକରି ଅପରାଧୀ ଆମେରିକା ରାଷ୍ଟ୍ରପତିଙ୍କ ଅର୍ଥହୀନ କଥା ଉପରେ ନିର୍ଭର କରିବାରୁ ଏଭଳି ପରିଣାମ ଭୋଗିଛନ୍ତି।

16 minutes ago
1


