ARTICLE AD BOX
ଜେରୁସାଲେମ: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇସ୍ରାଏଲୀ ସେନା ପୁଣି ଥରେ ଦକ୍ଷିଣ ଗାଜା ଷ୍ଟ୍ରିପରେ ଏକ ବଡ଼ ଟାର୍ଗେଟେଡ୍ ଆକ୍ରମଣ କରିଛି। ରବିବାର ହୋଇଥିବା ଏହି ଆକ୍ରମଣରେ ହମାସର ସଶସ୍ତ୍ର ଶାଖା ଅଲ୍-କାସାମ ବ୍ରିଗେଡର ବରିଷ୍ଠ କମାଣ୍ଡର ସମୀର ଆବୁ ୟୁନିସ ନିହତ ହୋଇଛନ୍ତି। ଇସ୍ରାଏଲୀ ପ୍ରତିରକ୍ଷା ବାହିନୀ ହମାସର ଶୀର୍ଷ ସାମରିକ କମାଣ୍ଡରଙ୍କୁ ଟାର୍ଗେଟ୍ କରିଥିବର ନିଶ୍ଚିତ କରିଛି। ଏହା ପରେ ହମାସର ସୂତ୍ର ମଧ୍ୟ ଆବୁ ୟୁନିସ୍ଙ୍କ ମୃତ୍ୟୁ ନିଶ୍ଚିତ କରିଛି।
ହମାସ ଏକ ବିବୃତି ଜାରି କରି କହିଛି ଯେ, ରବିବାର ଅପରାହ୍ନରେ ଖାନ ୟୁନିସରେ ଆବୁ ୟୁନିସଙ୍କ ଅନ୍ତିମ ସଂସ୍କାର କରାଯିବ। ରଏଟର୍ସର ଏକ ରିପୋର୍ଟ ଅନୁଯାୟୀ, ଦକ୍ଷିଣ ଗାଜାର ଖାନ ୟୁନିସର ମୱାସି ଅଞ୍ଚଳରେ ଏକ ସଡ଼କକୁ ଲକ୍ଷ୍ୟ କରି କରାଯାଇଥିବା ଏୟାର ଷ୍ଟାଇକ୍ରେ ୫୩ ବର୍ଷୀୟ ସମୀର ଅବୁ ୟୁନିସଙ୍କ ମୃତ୍ୟୁ ହୋଇଛି। ବିମାନ ଆକ୍ରମଣରେ ଆବୁ ୟୁନିସ ଘଟଣାସ୍ଥଳେ ମୃତ୍ୟୁବରଣ କରିଥିଲେ, ଯେତେବେଳେ ନିକଟରେ ଥିବା ଅନ୍ୟ ଅନେକ ଲୋକ ଆହତ ହୋଇଥିଲେ। ଆବୁ ୟୁନିସ ୧୯୯୧ ମସିହାରୁ ଅଲ-କାସାମ ବ୍ରିଗେଡର ଜଣେ ସକ୍ରିୟ ସଦସ୍ୟ ଥିଲେ ଏବଂ ରାଫା ଅଞ୍ଚଳରେ ଅନେକ ପ୍ରମୁଖ ଅପରେସନରେ ଭୂମିକା ଗ୍ରହଣ କରିଥିଲେ। ସେ ହମାସର ଶକ୍ତିଶାଳୀ ରାଫା ବ୍ରିଗେଡର କମାଣ୍ଡିଂ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ।
US Iran tensions: ହର୍ମୁଜରେ 'ଘେରାବନ୍ଦୀ'; ଏଫ୍-୧୬ ଲଢ଼ୁଆ ବିମାନ ମୁତୟନ
ପାଞ୍ଚ ଜଣ ଇସ୍ରାଏଲ ସୈନିକ ପ୍ରାଣ ହରାଇଛନ୍ତି
ଅକ୍ଟୋବର ୨୦୨୫ରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ଅସ୍ତ୍ରବିରତି ଚୁକ୍ତିନାମା ବଡ଼ ଧରଣର ଯୁଦ୍ଧକୁ ବନ୍ଦ କରିଥିଲା। କିନ୍ତୁ ଏହା ଇସ୍ରାଏଲର ସାମରିକ ଆକ୍ରମଣକୁ ବନ୍ଦ କରିପାରିନଥିଲା। ଗାଜା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୨୦୨୫ରେ ଅସ୍ତ୍ରବିରତି କାର୍ଯ୍ୟକାରୀ ହେବା ପରଠାରୁ ଇସ୍ରାଏଲର ସେନାର ବିଭିନ୍ନ କାର୍ଯ୍ୟାନୁଷ୍ଠାନରେ ୧,୬୦୦ ପାଲେଷ୍ଟାଇନୀଙ୍କ ମୃତ୍ୟୁ ଘଟିଛି। ସଂଘର୍ଷ ଏବଂ ଅପରେସନରେ ପାଞ୍ଚ ଜଣ ଇସ୍ରାଏଲ ସୈନିକ ମଧ୍ୟ ପ୍ରାଣ ହରାଇଛନ୍ତି।

25 minutes ago
1


