Environmental Warrior: ପରିବେଶ ଯୋଦ୍ଧା: ସ୍ୱଚ୍ଛତାର ପାଠ ପଢ଼ାଉଛନ୍ତି ବିନୟ

11 minutes ago 1
ARTICLE AD BOX

ପିଲାମାନଙ୍କ ହାତରେ ଖାତାକଲମ ରହିଲେ ସେମାନେ ନିଜ ଭବିଷ୍ୟତ ଗଢ଼ନ୍ତି, ଝାଡ଼ୁ ଓ କୋଦାଳ ଧରିଲେ ସମାଜକୁ ସ୍ୱଚ୍ଛ ରଖିବାର ଦାୟିତ୍ୱ ଶିଖନ୍ତି। କାରଣ, ଶିକ୍ଷା କେବଳ ବହି ଓ ଶ୍ରେଣୀଗୃହ ଭିତରେ ସୀମିତ ନୁହେଁ; ଏହା ଜଣେ ମଣିଷକୁ ଦାୟିତ୍ୱବାନ୍‌ ନାଗରିକ ଭାବେ ଗଢ଼ିତୋଳିବାର ମାଧ୍ୟମ ମଧ୍ୟ। ଏହାର ଉଦାହରଣ ହେଉଛନ୍ତି ଦିଲ୍ଲୀର ୱାଜିରପୁରର ଶିକ୍ଷକ ବିନୟ ଦାସ। ଗରିବ ଓ ପ୍ରବାସୀ ଶ୍ରମିକ ପରିବାରର ପିଲାମାନଙ୍କୁ ମାଗଣାରେ ଶିକ୍ଷାଦାନ କରିବାରୁ ଆରମ୍ଭ ହୋଇଥିବା ତାଙ୍କର ଉଦ୍ୟମ ଆଜି ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନର ରୂପ ନେଇଛି।

Women empowerment: ମଧୁମେହରେ ପୀଡ଼ିତ ସ୍ବାମୀଙ୍କ ଚିକିତ୍ସା ନେଇ ଚିନ୍ତିତ ଥିଲେ ମହିଳା; ପରିବା ଚାଷ କରି ‌ହେଲେ ସ୍ୱାବଲମ୍ବୀ

ବିନୟ ପିଲାବେଳେ ଆର୍ଥିକ ଅଭାବ ଓ ସଂଘର୍ଷର ସାମ୍ନା କରିଥିଲେ। ଏହି ଅନୁଭୂତି ତାଙ୍କୁ ଗରିବ ପିଲାଙ୍କ ଶିକ୍ଷା ପ୍ରତି ସହାନୁଭୂତିଶୀଳ କରିଥିଲା। ୨୦୧୩ରେ ସେ ଗରିବ ଓ ପ୍ରବାସୀ ଶ୍ରମିକ ପରିବାରର ପିଲାଙ୍କୁ ମାଗଣାରେ ପଢ଼ାଇବା ଆରମ୍ଭ କରିଥିଲେ। ଅଧ୍ୟାପକ ହେବାର ସୁଯୋଗ ଛାଡ଼ି ସେ ଶିକ୍ଷା ଓ ସମାଜସେବାକୁ ନିଜ ଲକ୍ଷ୍ୟ କରିଥିଲେ। ଏବେ ସେ ପ୍ରାୟ ୩୦୦ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ୨୦୧୮ରେ ବିନୟ ୧୫୦ ଜଣ ପିଲାଙ୍କୁ ନେଇ ୱାଜିରପୁରର ଏକ ଆବର୍ଜନାପୂର୍ଣ୍ଣ ପାର୍କ ସଫା କରିଥିଲେ। ଏହି ଛୋଟ ପଦକ୍ଷେପ ଆଜି ବଡ଼ ଅଭିଯାନରେ ପରିଣତ ହୋଇଛି। ଏବେ ପ୍ରାୟ ୧୬୦୦ ପିଲା ଏଥିରେ ଯୋଡ଼ି ହୋଇଥିବା ବେଳେ ପ୍ରତି ରବିବାର ୪୦ରୁ ୫୦ ଜଣ ପିଲା ପାର୍କ, ରାସ୍ତା ଓ ସାଧାରଣ ସ୍ଥାନ ସଫା କରୁଛନ୍ତି। ଏଯାଏଁ ପ୍ରାୟ ୨୫୦ଟି ସ୍ଥାନ ସଫା କରାଯାଇଛି।

Weekly Horoscope 2026 November 15 to 21: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

ସ୍ୱଚ୍ଛତା ଅଭିଯାନ ଅଳିଆ ହଟାଇବା ସହ ସେହି ସ୍ଥାନରେ ଗଛ ଲଗାଉଛି ଏବଂ ସେଗୁଡ଼ିକର ଯତ୍ନ ନେଉଛି। ଏହା ସହ ରାସ୍ତାକଡ଼ ଓ ଗଛତଳେ ପଡ଼ିରହିଥିବା ପରିତ୍ୟକ୍ତ ଦେବଦେବୀଙ୍କ ମୂର୍ତ୍ତି ସଂଗ୍ରହ କରି ସେଗୁଡ଼ିକୁ ଉପଯୁକ୍ତ ଭାବେ ବିସର୍ଜନ କରୁଛି। ମୁନକ କେନାଲରୁ ୨୫୦୦ରୁ ଅଧିକ ପରିତ୍ୟକ୍ତ ମୂର୍ତ୍ତି ହଟାଇବା ସହ ପ୍ରାୟ ତିନି କିଲୋମିଟର ଅଞ୍ଚଳକୁ ସଫା କରିଛି। ପିଲାମାନଙ୍କ ଏହି ଉଦ୍ୟମକୁ ସୁସଂଗଠିତ କରିବା ପାଇଁ ବିନୟ ୨୦୨୪ ମସିହାରେ ‘ସ୍ୱସ୍ତି ଦାସ ସେବା ସମିତି’ ନାମରେ ଏକ ସଂସ୍ଥା ପଞ୍ଜୀକୃତ କରିଥିଲେ। ପିଲାଙ୍କ ପାଠପଢ଼ା, ସ୍ୱଚ୍ଛତା ଅଭିଯାନ ପାଇଁ ଆବଶ୍ୟକ ସାମଗ୍ରୀ ଓ ପାଠାଗାର ପ୍ରତିଷ୍ଠା ଭଳି କାର୍ଯ୍ୟ ପାଇଁ ସମ୍ବଳ ଯୋଗାଡ଼ କରିବା ଦିଗରେ ମଧ୍ୟ ଉଦ୍ୟମ ଜାରି ରହିଛି। ବିନୟଙ୍କ ଲକ୍ଷ୍ୟ କେବଳ ରାସ୍ତା ଓ ପାର୍କକୁ ସଫା ରଖିବା ନୁହେଁ; ବରଂ ପିଲାମାନଙ୍କ ମନରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ଦାୟିତ୍ୱବୋଧର ମୂଲ୍ୟବୋଧ ସୃଷ୍ଟି କରିବା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.