Tamil Nadu Gas Leak Tragedy ତାମିଲନାଡ଼ୁ ଗ୍ୟାସ୍‌ଲିକ୍‌ ଘଟଣା: ୧୪ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଦଲାଲ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

2 hours ago 1
ARTICLE AD BOX

କେନ୍ଦୁଝର (ଜିତେନ୍ଦ୍ର ପଟ୍ଟନାୟକ): ତାମିଲନାଡ଼ୁସ୍ଥିତ ଚିଙ୍ଗୁଡ଼ି କାରଖାନାରେ ଆମୋନିଆ ଗ୍ୟାସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ପ୍ରତିଦିନ ବଢିବାରେ ଲାଗିଛି। ଏବେ ସୁଦ୍ଧା କେନ୍ଦୁଝର ଜିଲ୍ଲାର ୧୩ଜଣ ଜୁଆଙ୍ଗ ଯୁବତୀ ଓ  ଅନୁଗୁଳ ଜିଲ୍ଲାର ଜଣେ ମୋଟ୍‌ ୧୪ଜଣ ଆଦିବାସୀ ଯୁବତୀଙ୍କର ମୃତ୍ୟୁ ହୋଇଛି। ଏହି ମର୍ମନ୍ତୁଦ ଘଟଣା ଶ୍ରମ ବିଭାଗ, ଆଦିବାସୀଙ୍କ ବିକାଶ ପାଇଁ  କାମ କରୁଥିବା ଆଇଟିଡ଼ିଏ, ଜେଡିଏ ଓ ପିଭିଟିଜିର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଅପର ପକ୍ଷରେ ଏହି ଆଦିମ ଅଧିବାସୀ ନାବାଳିକାମାନଙ୍କୁ ସାବାଳିକା ଦର୍ଶାଇ ଅଧାର କାର୍ଡ଼ରେ ଜାଲିଆତି କରି ଶ୍ରମିକ ସଜାଇଥିବା  ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ଉପରେ ମଧ୍ୟ ଅଦ୍ୟାବଦ୍ଧି କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଯାଇନାହିଁ। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। 

Tamil Nadu gas leak incident: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ୫ ଜୁଆଙ୍ଗ ଯୁବତୀଙ୍କ ମୃତ୍ୟୁ

କେନ୍ଦୁଝରରୁ ୧୩ଜଣଙ୍କୁ ମିଶାଇ ଅନୁଗୁଳର ଜଣେ, ସମୁଦାୟ ୧୪ ଜଣ ଜୁଆଙ୍ଗ ଯୁବତୀ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ଘଟିଥିବା ଶ୍ରମିକଙ୍କ ମଧ୍ୟରେ ୬ଜଣ ନାବାଳିକା ରହିଥିବା ଶ୍ରମ ଵିଭାଗ ସ୍ୱୀକାର କରିଛି। ତଥ୍ୟ ଅନୁଯାୟୀ ଆହୁରି ୮ଜଣରୁ ଊର୍ଦ୍ଧ୍ବ  ଯୁବତୀ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟର ଥିବାବେଳେ ୨୫ରୁ ଊର୍ଦ୍ଧ୍ୱ ଯୁବତୀ ଗୁରୁତର ଅବସ୍ଥାରେ ତାମିଲନାଡ଼ୁର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

Tamil Nadu Gas Leak: ଆଉ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୧୨କୁ ବୃଦ୍ଧି

କେନ୍ଦୁଝର ଅତିରିକ୍ତ ଶ୍ରମ କମିଶନର ସୂର୍ଯ୍ୟ ନାରାୟଣ ମାଳି କହିଛନ୍ତି, ଦୁର୍ଘଟଣା ହୋଇଥିବା ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିର ମାଲିକଙ୍କୁ ତାମିଲନା‌ଡ଼ୁ ସରକାର ଗିରଫ କରିଛନ୍ତି। ଦଲାଲ ଶ୍ରୀକାନ୍ତ ଜୁଆଙ୍ଗ ସମ୍ପର୍କରେ ତଥ୍ୟ ନାହିଁ। ତେବେ ଶ୍ରୀକାନ୍ତ ନାମ‌ରେ ତେଲକୋଇ ଥାନାରେ ଏତଲା କରିଛନ୍ତି। ଏବେ ସୁଦ୍ଧା  ମୃତ୍ୟୁବରଣ କରିଥିବା ଜୁଆଙ୍ଗ ଯୁବତୀମାନଙ୍କର ଘର କେନ୍ଦୁଝର ସଦର, ତେଲକୋଇ, ପଣ୍ଡାପଡ଼ା, ହରିଚନ୍ଦନପୁର ଥାନା ଅଞ୍ଚଳରେ ଜଣାପଡ଼ିଛି। ଏହି ୪ ଥାନା ବ୍ୟତୀତ ଦୈତାରୀ, କେନ୍ଦୁଝର ଟାଉନ୍ କାଞ୍ଜିପାଣି, ନୟାକୋଟ୍ ଥାନା ଅଞ୍ଚଳରୁ ମଧ୍ୟ ଦାଦନ ଶ୍ରମିକ ପଠାଇବାରେ ଶ୍ରୀକାନ୍ତର ଭୂମିକା ରହିଛି। ପ୍ରାୟ ୧୫୦ରୁ ଅଧିକ ଆଦିବାସୀ ଯୁବକଯୁବତୀଙ୍କୁ ଶ୍ରମିକ ଭାବେ ବିଭିନ୍ନ କାରଖାନାରେ କାମରେ ଲଗାଇ ଶ୍ରୀକାନ୍ତ ଭଲ ରୋଜଗାର କରୁଥିଲେ। ଏହି ଶ୍ରମିକମାନଙ୍କ ମଧ୍ୟରେ ଅନେକ ନାବାଳକ ଓ ନାବାଳିକା ରହିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.