ARTICLE AD BOX
ଛତ୍ରପୁର: ଜାତୀୟ ସ୍ତରର ତାଇକୋଣ୍ଡୋ ପ୍ରତିଯୋଗିତାରେ ନିଜର ଅସାଧାରଣ କ୍ରୀଡ଼ାପ୍ରତିଭା ପ୍ରଦର୍ଶନ କରି ବ୍ରହ୍ମପୁର ତଥା ଗଞ୍ଜାମଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ସିଦ୍ଧିକ୍ଷା ମଲ୍ଲ। ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ଇନ୍ଡୋର ଷ୍ଟାଡିୟମ୍ରେ ଆୟୋଜିତ ଏହି ଜାତୀୟସ୍ତରୀୟ ପ୍ରତିଯୋଗିତାରେ ବିଭିନ୍ନ ଅଞ୍ଚଳରୁ ବହୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ସିଦ୍ଧିକ୍ଷା ଚମତ୍କାର ପ୍ରଦର୍ଶନ କରି ମୋଟ ତିନୋଟି ପଦକ ହାସଲ କରିଛନ୍ତି। ସେ ଇଣ୍ଡିଭିଜୁଆଲ୍ ତାଇକୋଣ୍ଡୋ ପୁମ୍ସେ ଓ ସ୍ପିଡ୍ କିକିଂ ବିଭାଗରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ କ୍ୟୁରୋଗୀ ବିଭାଗରେ ରୌପ୍ୟ ପଦକ ହାସଲ କରି ନିଜର କ୍ରୀଡ଼ା ଦକ୍ଷତାର ପରିଚୟ ଦେଇଛନ୍ତି।
ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି
ସିଦ୍ଧିକ୍ଷା ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ କନ୍ୟା। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଏହି ସଫଳତାର ଶ୍ରେୟ ସେ ନିଜ ପରିବାରବର୍ଗ ଏବଂ ପ୍ରଶିକ୍ଷକ ରୋହନ ସାର୍ଙ୍କୁ ଦେଇଛନ୍ତି। ସିଦ୍ଧିକ୍ଷାଙ୍କ ଏହି ସଫଳତା ଗଞ୍ଜାମ ଜିଲ୍ଲାର ଯୁବ କ୍ରୀଡ଼ାବିତ୍ମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିବା ବେଳେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ବହୁ ଶୁଭେଚ୍ଛା ଜଣାଯାଇଛି।

20 minutes ago
1


