Cricket: ଗୁଜରାଟ ଟାଇଟନ୍ସକୁ ଗଲେ ହର୍ଷଲ

10 minutes ago 1
ARTICLE AD BOX

ନୂଆଦିଲ୍ଲୀ: ଆଇପିଏଲର ଆଗାମୀ ଋତୁରେ ସନରାଇଜର୍ସ ହାଇଦ୍ରାବାଦ ବଦଳରେ ଗୁଜରାଟ ଟାଇଟନ୍ସର ପ୍ରତିନିଧିତ୍ବ କରିବେ ଦ୍ରୁତ ବୋଲର ହର୍ଷଲ ପଟେଲ। ମଙ୍ଗଳବାର ବିସିସିଆଇ ପକ୍ଷରୁ ଏହି ଖେଳାଳି ଅଦଳବଦଳକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ୩୫ ବର୍ଷୀୟ ହର୍ଷଲ ୪ କୋଟି ଟଙ୍କାରେ ଗୁଜରାଟ ଦଳକୁ ଯାଇଛନ୍ତି। ୨୦୨୫ ନିଲାମରେ ତାଙ୍କୁ ହାଇଦ୍ରାବାଦ ୮ କୋଟି ଟଙ୍କାରେ କିଣିଥିଲା।

ହାଇଦ୍ରାବାଦ ପକ୍ଷରୁ ୫ଟି ମ୍ୟାଚ୍‌
ହର୍ଷଲ ଆଇପିଏଲ୍‌ରେ ୧୪ଟି ଋତୁ ଖେଳି ୧୨୪ଟି ମ୍ୟାଚ୍‌ରୁ ୧୫୧ଟି ୱିକେଟ୍‌ ନେଇଛନ୍ତି। ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଜାବ କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳିଛନ୍ତି। ୨୦୨୧ ଓ ୨୦୨୪ରେ ସର୍ବାଧିକ ୱିକେଟ୍‌ ନେଇ ଦୁଇଥର ବାଇଗଣି ଟୋପି ହାସଲ କରିଛନ୍ତି। ତେବେ ୨୦୨୬ ଋତୁରେ ସେ ହାଇଦ୍ରାବାଦ ପକ୍ଷରୁ ୫ଟି ମ୍ୟାଚ୍‌ ଖେଳି ଗୋଟିଏ ବି ୱିକେଟ୍‌ ନେଇପାରି ନଥିଲେ।

ନଭେମ୍ବର ୧୯ରୁ ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ

Read Entire Article
LEFT SIDEBAR AD

Hidden in mobile, Best for skyscrapers.