Football: ୧୮ ମିନିଟ୍‌ରେ ୪ ଗୋଲ୍‌: ନେଦରଲାଣ୍ଡସକୁ ୫-୦ରେ ହରାଇଲା ଜର୍ମାନୀ

15 minutes ago 1
ARTICLE AD BOX

ବର୍ଲିନ: ୟୁଏଫା ନେସନ୍ସ ଲିଗ୍‌ରେ ସୋମବାର ଜର୍ମାନୀ ୫-୦ ଗୋଲ୍‌ରେ ନେଦରଲାଣ୍ଡ୍‌ସକୁ ପରାସ୍ତ କରିଛି। ଏହି ବିଜୟ ସହ ଜର୍ମାନୀ ଗ୍ରୁପ୍‌ ‘ଏ-୨’ ର ଶୀର୍ଷ ସ୍ଥାନ ହାସଲ କରି କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ତେବେ ଦ୍ବିତୀୟାର୍ଦ୍ଧରେ ଜର୍ମାନୀ ଯେପରି ଘନ ଘନ ଆକ୍ରମଣ କରି ମାତ୍ର ୧୮ ମିନିଟ୍‌ରେ ୪ଟି ଗୋଲ୍‌ ସ୍କୋର କରିଥିଲା ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି।

ଜର୍ମାନୀ ପକ୍ଷରୁ ଡେରି ସ୍କେରହାଣ୍ଟ ୪୧ତମ ମିନିଟ୍‌ରେ ଗୋଲ୍‌ ଦେଇ ଦଳର ଖାତା ଖୋଲିଥିଲେ। ଫ୍ଲୋରିଆନ୍‌ ୱିର୍ଜ ଦୁଇଟି ଗୋଲ୍‌ (୬୦ ଓ ୭୧ ତମ ମିନିଟ୍‌) ଦେଇଥିଲାବେଳେ ନିକୋ ସ୍କୋଲଟରବେକ୍‌ ( ୬୫ ମିନିଟ୍‌ ) ଓ ବ୍ରାଜାନ ଗ୍ରୁଡା (୭୭ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ତେବେ ପରାଜୟ ସତ୍ତ୍ୱେ ନେଦରଲାଣ୍ଡ୍‌ସ ଏହି ଗ୍ରୁପ୍‌ର ଦ୍ୱିତୀୟ ସ୍ଥାନରେ ରହି କ୍ୱାର୍ଟର ଫାଇନାଲ୍‌କୁ ଉନ୍ନୀତ ହୋଇଛି। ଅନ୍ୟ ଏକ ମ୍ୟାଚ୍‌ରେ ସ୍ୱିଜରଲାଣ୍ଡ ୪-୦ ଗୋଲ୍‌ରେ ସ୍କଟଲାଣ୍ଡକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ର ୨୨ତମ ମିନିଟ୍‌ରେ ସ୍କଟଲାଣ୍ଡର ଲୁଇସ୍‌ ଫର୍ଗୁସନ୍‌ ଆତ୍ମଘାତୀ ଗୋଲ୍‌ ଦେଇଥିଲେ।

Taekwondo Championship: ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ସିଦ୍ଧିକ୍ଷାଙ୍କ କମାଲ: ଦୁଇ ସ୍ୱର୍ଣ୍ଣ ସହ ହାସଲ କଲେ ତିନି ପଦକ

Read Entire Article
LEFT SIDEBAR AD

Hidden in mobile, Best for skyscrapers.