ARTICLE AD BOX
ଭୁବନେଶ୍ୱର: ସାହିତ୍ୟ-ରାଜନୀତି-ସାମ୍ବାଦିକତାର ସମନ୍ବିତ ସାଧକ ହେଉଛନ୍ତି ସୁରେନ୍ଦ୍ର ମହାନ୍ତି। ସାହିତ୍ୟିକ ଓ ସାମ୍ୱାଦିକମାନେ ଯେ ରାଜନୀତିରେ ସଂସ୍କାର ଆଣିପାରନ୍ତି, ସେ ହେଉଛନ୍ତି ତାର ଜ୍ୱଳନ୍ତ ଉଦାହରଣ। ଖବରକାଗଜ ସମ୍ପାଦନା କରିବା ସମୟରେ ନୂତନ ଶବ୍ଦ ପ୍ରୟୋଗକୁ ନେଇ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବା ପାଇଁ ସେ ପ୍ରୋତ୍ସାହିତ କରୁଥିଲେ। ତେଣୁ ଓଡ଼ିଆ ସାମ୍ବାଦିକତାକୁ ସେ ଏକ ନୂଆ ଦିଗ୍ବଳୟରେ ପହଞ୍ଚାଇଥିଲେ। ‘ସୁରେନ୍ଦ୍ର ମହାନ୍ତି ସ୍ମୃତି ନ୍ୟାସ’ ପକ୍ଷରୁ ବୁଦ୍ଧ ମନ୍ଦିରରେ ଆୟୋଜିତ ‘ସୁରେନ୍ଦ୍ର ସ୍ମୃତି ସନ୍ଧ୍ୟା’ରେ ଅତିଥିମାନେ ଏଭଳି କହିଛନ୍ତି। ଏହି ଅବସରରେ ‘ସାମ୍ୱାଦିକତା ଓ ସୁରେନ୍ଦ୍ର’ ଶୀର୍ଷକ ଆଲୋଚନାରେ ଭାଗନେଇ ବକ୍ତାମାନେ ସୁରେନ୍ଦ୍ର ମହାନ୍ତିଙ୍କ ସାମ୍ୱାଦିକତା ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।
Pakistan: ଲାହୋରରେ ଟ୍ୟୁସନ୍ ସେଣ୍ଟରର ଛାତ ଭୁଶୁଡ଼ି ୧୪ ପିଲାଙ୍କ ମୃତ୍ୟୁ, ୫ ଆହତ
ମୁଖ୍ୟବକ୍ତା କଥାକାର ଗୌରହରି ଦାସ କହିଲେ, ସୁରେନ୍ଦ୍ର ମହାନ୍ତିଙ୍କ ପାଇଁ ହିଁ ଓଡ଼ିଆ ସାମ୍ୱାଦିକତା ଏକ ନୂଆ ଦିଗ୍ବଳୟ ଦେଖିବାର ସୁଯୋଗ ପାଇଥିଲା। ସେ କହୁଥିଲେ ଯେ ସାଧାରଣ ଲୋକ ବୁଝିବେ ନାହିଁ ବୋଲି କେବଳ ତାଙ୍କରି ଭାଷାରେ ଲେଖିଲେ, ଭାଷାର ସମୃଦ୍ଧି ହେବ ନାହିଁ। ତେଣୁ ଭାଷାର ଅଭିବୃଦ୍ଧି ଦିଗରେ ସାମ୍ୱାଦିକମାନେ ଉଦ୍ୟମ କରିବା ଆବଶ୍ୟକ। ସେହିଭଳି ସାମ୍ୱାଦିକତାରେ ସତ୍ୟର ସାମ୍ନା ନକଲେ, ଠିକ୍ ଭାବରେ ବୃତ୍ତିକୁ ନ୍ୟାୟ ଦେଇ ହେବ ନାହିଁ। ସେ ତାଙ୍କ ନିରପେକ୍ଷ ଆଙ୍ଗୁଳି ଚାଳନା ଯୋଗୁ ଜେଲ ଯିବା ସହିତ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ ବୋଲି ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମର ସଭାପତି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ କହିଲେ ଯେ ସୁରେନ୍ଦ୍ର ମହାନ୍ତି ଏକ ଅଦ୍ଭୁତ ପ୍ରତିଭାର ଅଧିକାରୀ ଥିଲେ। ସାମ୍ବାଦିକତା, ସାହିତ୍ୟ ଓ ରାଜନୀତି; ଏହି ତିନିଟି କ୍ଷେତ୍ରରେ ସେ ଓଡ଼ିଶାର ଜନମାନସକୁ ପ୍ରଭାବିତ କରିଥିଲେ। ‘ସମ୍ବାଦ’ର ପ୍ରଥମ ସମ୍ପାଦକ ହୋଇ ସେ ବାଟ ଦେଖାଇଥିଲେ। ତାଙ୍କ ମାର୍ଗଦର୍ଶନରେ ‘ସମ୍ବାଦ’ ଓ ‘ସାହିତ୍ୟ’ ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନା ହୋଇପାରିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ସୁରେନ୍ଦ୍ର ମହାନ୍ତିଙ୍କ ଝିଅ ତଥା ନ୍ୟାସର ଅଧ୍ୟକ୍ଷା ଲୋପାମୁଦ୍ରା ମହାନ୍ତି, ବାପାଙ୍କ ସାମ୍ୱାଦିକତା ଓ ସାହିତ୍ୟ ଜୀବନରେ ଆସିଥିବା ବିଭିନ୍ନ ବାଧାବିଘ୍ନ ସମ୍ପର୍କରେ କହିଥିଲେ। ଭାଇ ସ୍ୱର୍ଗତ ପୁଷ୍ପମିତ୍ର ମହାନ୍ତି, ବାପାଙ୍କ ଶ୍ରୁତଲିଖନ କାର୍ଯ୍ୟରୁ ପ୍ରେରଣା ପାଇ ସାମ୍ୱାଦିକତା ବୃତ୍ତିକୁ ଆପଣାଇଥିଲେ ଏବଂ ବାପାଙ୍କ କୃତିକୁ ପ୍ରସାର କରିବା ପାଇଁ ଉଦ୍ୟମ କରୁଥିଲେ ବୋଲି କହିଥିଲେ।
The real-world Batman: କିମାଶ୍ଚର୍ଯ୍ୟମ୍: ଅସଲ ଦୁନିଆର ବ୍ୟାଟ୍ମ୍ୟାନ୍
କାର୍ଯ୍ୟକ୍ରମରେ କଣ୍ଠଶିଳ୍ପୀ ସୁବାସ ଦାଶ ଜଗନ୍ନାଥ ଭଜନ ପରିବେଷଣ କରିଥିଲେ। ‘ସମଦୃଷ୍ଟି’ର ସମ୍ପାଦକ ବିଘ୍ନେଶ୍ୱର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିବା ଅବସରରେ ସୁରେନ୍ଦ୍ର ମହାନ୍ତିଙ୍କ ସମ୍ପାଦକୀୟ ଓ ସାହିତ୍ୟ ବିଷୟରେ କହିଥିଲେ। ଅନ୍ୟତମ ଅତିଥି ଭାବେ ‘ପୌରୁଷ’ର ସମ୍ପାଦକ ଅସିତ୍ ମହାନ୍ତି, ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତି, ମିହିର ସାହୁ, ଗୋଦାବରୀଶ ମିଶ୍ର ପ୍ରମୁଖ ସୁରେନ୍ଦ୍ର ମହାନ୍ତିଙ୍କ ସ୍ମୃତିଚାରଣ କରିଥିଲେ। ନ୍ୟାସୀ ତଥା ଏସ୍ଏନ୍ଏମ୍ ଗ୍ରୁପର ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି ଧନ୍ୟବାଦ ଦେଇଥିଲେ।

3 hours ago
1


