Supreme Court: ଡାକ୍ତରଙ୍କୁ ଆକ୍ରମଣ କରିବା ଚଳିବ ନାହିଁ: ସୁପ୍ରିମ୍‌କୋର୍ଟ

1 hour ago 1
ARTICLE AD BOX

ନୂଆଦିଲ୍ଲୀ: ଡାକ୍ତର ଓ ଚିକିତ୍ସାକର୍ମୀଙ୍କୁ ଆକ୍ରମଣ କରାଯାଇପାରିବ ନାହିଁ ବୋଲି ସ୍ପଷ୍ଟ କରି ଶିବସେନାର କଲ୍ୟାଣ-ଡୋମ୍ବିଭାଲି ମହାନଗର ନିଗମର କର୍ପୋରେଟର ରମେଶ ମହାତ୍ରେଙ୍କୁ ବମ୍ବେ ହାଇକୋର୍ଟ ଦେଇଥିବା ଜାମିନକୁ ସୁପ୍ରିମ୍‌କୋର୍ଟ ସୋମବାର ବାତିଲ କରିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଜାମିନ ବାତିଲ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍‌ ବିକ୍ରମ ନାଥ ଓ ଜଷ୍ଟିସ୍‌ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ମହାତ୍ରେଙ୍କୁ ୩ ଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ କହିଛନ୍ତି।

ଖଣ୍ଡପୀଠ କହିଛନ୍ତି, ଚିକିତ୍ସା କ୍ଷେତ୍ରରେ କାମ କରୁଥିବା ଲୋକେ ସାଧାରଣ ଲୋକଙ୍କ ସେବା କରୁଛନ୍ତି। ତେଣୁ ଡାକ୍ତର ଓ ଚିକିତ୍ସାକର୍ମୀଙ୍କୁ ଏଭଳି ଆକ୍ରମଣ କରାଯାଇପାରିବ ନାହିଁ। ଏ ସମ୍ପର୍କରେ ସ୍ପଷ୍ଟ ବାର୍ତ୍ତା ଯିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି। ମହାରାଷ୍ଟ୍ର ସରକାରଙ୍କ ଆବେଦନକୁ ଶୁଣାଣି ପାଇଁ ଗ୍ରହଣ କରି କୋର୍ଟ ବମ୍ବେ ହାଇକୋର୍ଟଙ୍କ ଜାମିନ ଆଦେଶ ଉପରେ ରୋକ ଲଗାଇଛନ୍ତି।

୩ ଦିନ ମଧ୍ୟରେ ଆତ୍ମସମର୍ପଣ ନିର୍ଦ୍ଦେଶ

ଘଟଣାଟି ଚଳିତ ବର୍ଷ ଜୁଲାଇ ୬ ତାରିଖରେ ଥାଣେ ଜିଲ୍ଲାର ଡୋମ୍ବିଭାଲିସ୍ଥିତ ଶାସ୍ତ୍ରୀନଗର ମ୍ୟୁନିସିପାଲ ହସ୍ପିଟାଲରେ ଘଟିଥିଲା। ଜଣେ ଗର୍ଭବତୀ ମହିଳାଙ୍କ ଚିକିତ୍ସାକୁ ନେଇ ପରିବାର ସଦସ୍ୟଙ୍କ ସହ ହସ୍ପିଟାଲର ଡାକ୍ତରଙ୍କ ବିବାଦ ହୋଇଥିଲା। ହସ୍ପିଟାଲରେ ନିଓନାଟାଲ୍‌ ଇଣ୍ଟେନ୍‌ସିଭ୍‌ କେୟାର ୟୁନିଟ୍‌ (ଏନ୍‌ଆଇସିୟୁ)ରେ ଶଯ୍ୟା ନ ଥିବାରୁ ମହିଳାଙ୍କୁ ଅନ୍ୟ ହସ୍ପିଟାଲକୁ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଏହାକୁ ନେଇ ମହାତ୍ରେ ଓ ତାଙ୍କ ସହଯୋଗୀମାନେ ହସ୍ପିଟାଲରେ ପହଞ୍ଚି ଡାକ୍ତର ଓ ନର୍ସଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ମହାତ୍ରେଙ୍କ ସମେତ ପ୍ରମୋଦ ନିକମ୍‌, ରମେଶ ପାୱାର, ଅକ୍ଷୟ କରାଣ୍ଡେ ଓ ସାଧନା କରାଣ୍ଡେଙ୍କ ବିରୋଧରେ ମାମଲା ହୋଇଛି। ପ୍ରଥମେ ଜୁଲାଇ ୧୪ରେ ନିମ୍ନ ଅଦାଲତ ମହାତ୍ରେଙ୍କୁ ଜାମିନ ଦେଇଥିଲେ। ଜୁଲାଇ ୧୮ରେ ବମ୍ବେ ହାଇକୋର୍ଟ ନିଜ ଆଡୁ ମାମଲା ଗ୍ରହଣ କରି ସେହି ଜାମିନ ଉପରେ ରୋକ ଲଗାଇଥିଲେ। ପରେ ଅଗଷ୍ଟ ୭ରେ ହାଇକୋର୍ଟ କଡ଼ା ସର୍ତ୍ତରେ ମହାତ୍ରେଙ୍କୁ ଜାମିନ ଦେଇ ମାମଲାର ଶୀଘ୍ର ବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏବେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ ପରେ ତାଙ୍କୁ ପୁଣି ଆତ୍ମସମର୍ପଣ କରିବାକୁ ପଡ଼ିବ।

Modern Education: ବଦଳୁଛି ଶ୍ରେଣୀଗୃହ, ବଢ଼ୁଛି ଶିକ୍ଷକଙ୍କ ଚାପ, ପାଠପଢ଼ା ସହ ଅଭିଭାବକଙ୍କ ଚାପ

Read Entire Article
LEFT SIDEBAR AD

Hidden in mobile, Best for skyscrapers.