Stem Cell Therapy: ଅଣ-ଅନୁମୋଦିତ ଷ୍ଟେମ୍ ସେଲ୍ ଥେରାପି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶ

1 week ago 4
ARTICLE AD BOX

ନୂଆଦିଲ୍ଲୀ: ଅପ୍ରମାଣିତ ଏବଂ ଅଣ-ଅନୁମୋଦିତ ଷ୍ଟେମ୍ ସେଲ୍ ଥେରାପି (Stem Cell Therapy) ବ୍ୟବହାର କରୁଥିବା ଡାକ୍ତର ଏବଂ କ୍ଲିନିକାଲ୍ ସଂସ୍ଥାଗୁଡ଼ିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ରୋଗଗୁଡ଼ିକ ପାଇଁ ଏହି ଚିକିତ୍ସାର ପ୍ରଭାବ ବୈଜ୍ଞାନିକ ଭାବେ ପ୍ରମାଣିତ ହୋଇନାହିଁ, ସେଥିରେ ଷ୍ଟେମ୍ ସେଲ୍‌ର ଅସାଧୁ ବ୍ୟବହାରକୁ ରୋକିବା ପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି।

ସୁପ୍ରିମ୍ କୋର୍ଟଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ରାୟକୁ ଆଧାର କରି ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ନିୟମ ଉଲଂଘନ କରୁଥିବା ଡାକ୍ତରଙ୍କ ବିରୋଧରେ 'ଇଣ୍ଡିଆନ୍ ମେଡିକାଲ୍ କାଉନ୍ସିଲ୍'ର ପେସାଦାର ନୈତିକତା ନିୟମାବଳୀ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅପରପକ୍ଷରେ, ନିୟମ ମାନୁନଥିବା ହସ୍ପିଟାଲ୍ କିମ୍ବା କ୍ଲିନିକ୍‌ଗୁଡ଼ିକ ଉପରେ 'କ୍ଲିନିକାଲ୍ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ' ଅଧୀନରେ ଜରିମାନା ସହ ଲାଇସେନ୍ସ ବାତିଲ ଭଳି କଠୋର ଦଣ୍ଡବିଧାନ କରାଯିବ।

ଆହୁରି ପଢନ୍ତୁ: CCTV rule: ବର୍ତ୍ତମାନ ପ୍ରତ୍ୟେକ ମେଡିକାଲ୍ ଷ୍ଟୋରରେ ସିସିଟିଭି କ୍ୟାମେରା ବାଧ୍ୟତାମୂଳକ, ସରକାର ପ୍ରସ୍ତୁତ କଲେ ବଡ଼ ଯୋଜନା

କେବଳ ୧୮ଟି ରୋଗ ପାଇଁ ମିଳିଛି ଅନୁମୋଦନ
ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଷ୍ଟେମ୍ ସେଲ୍ ଥେରାପିକୁ ସବୁ ପ୍ରକାର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇପାରିବ ନାହିଁ। କେବଳ ନିର୍ଦ୍ଧାରିତ ବୈଜ୍ଞାନିକ ତାଲିକାରେ ଥିବା ଜଟିଳ ରୋଗ ପାଇଁ ହିଁ ଏହାର ଅନୁମତି ରହିଛି | ଅଟିଜିମ୍ (Autism) ଭଳି ସମସ୍ୟା ପାଇଁ ଏହି ଥେରାପିକୁ ମଞ୍ଜୁରୀ ମିଳିନଥିବାରୁ ଏହାକୁ ବେଆଇନ ଭାବେ ପ୍ରୟୋଗ କରୁଥିବା ସଂସ୍ଥାଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ଜିଲ୍ଲା ଓ ରାଜ୍ୟ ସ୍ତରୀୟ ନିୟାମକ ପ୍ରାଧିକରଣକୁ ନିର୍ଦ୍ଦେଶ ଦିଆଯାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.