Assam Rifles attack: ଭାରତ-ମ୍ୟାଁମାର ସୀମାରେ ଆସାମ ରାଇଫଲ୍ସ ଯବାନ ସହିଦ, ୪ ଆହତ

35 minutes ago 1
ARTICLE AD BOX

ଇଟାନଗର: ଅରୁଣାଚଳ ପ୍ରଦେଶର ଚାଙ୍ଗଲାଙ୍ଗ ଜିଲ୍ଲାରେ ଭାରତ-ମ୍ୟାଁମାର ସୀମା ନିକଟରେ ମଙ୍ଗଳବାର ସକାଳେ ସନ୍ଦିଗ୍ଧ ଉଗ୍ରବାଦୀ ଆକ୍ରମଣରେ ଆସାମ ରାଇଫଲ୍ସର ଜଣେ ଯବାନ ସହିଦ ହୋଇଛନ୍ତି। ଆକ୍ରମଣରେ ଅନ୍ୟ ୪ ଜଣ ଯବାନ ଆହତ ହୋଇଛନ୍ତି। ସୀମା ନିକଟରେ ୨୧ ଆସାମ ରାଇଫଲ୍ସର ଯବାନମାନେ ପାଟ୍ରୋଲିଂ କରୁଥିଲେ ଓ ସୀମାରେ ତାରବାଡ଼ କାମ ଚାଲିଥିଲା।

ସୂଚନା ଅନୁଯାୟୀ ଘଟଣାଟି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଚାଙ୍ଗଲାଙ୍ଗ ଜିଲ୍ଲାର ନାମପୋଙ୍ଗ ସର୍କଲର ନାମପୋଙ୍ଗ ଡ୍ରେନ୍ ନିକଟରେ ଘଟିଥିଲା। ପାଟ୍ରୋଲିଂ କରୁଥିବା ଯବାନଙ୍କ ଉପରେ ସନ୍ଦିଗ୍ଧ ଉଗ୍ରବାଦୀ ଅଚାନକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୪୨ ବର୍ଷୀୟ ହାବିଲଦାର ଜାନଖୋକାଇ କୁକିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଚାରି ଜଣ ସୈନିକ ଆହତ ହୋଇଥିଲେ। ଆହତ ସୈନିକଙ୍କର ସାମରିକ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଆକ୍ରମଣ ପରେ ସୁରକ୍ଷା ବାହିନୀ ଅଞ୍ଚଳରେ ସନ୍ଧାନ ଓ କମ୍ବିଂ ଅପରେସନକୁ ତୀବ୍ର କରିଛନ୍ତି। 

Attack in Manipur: ଉଗ୍ରବାଦୀଙ୍କ ଆକ୍ରମଣରେ ଦୁଇ ମହିଳା ସମେତ ୪ ଜଣଙ୍କ ମୃତ୍ୟୁ

ଚାଙ୍ଗଲାଙ୍ଗ ଜିଲ୍ଲା ମ୍ୟାଁମାର ସହିତ ଅନ୍ତର୍ଜାତୀୟ ସୀମାରେ ଅବସ୍ଥିତ ଓ ଅନେକ ସ୍ଥାନରେ ସୀମା ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ବାଡ଼ ଦିଆଯାଇ ନାହିଁ। ପ୍ରାରମ୍ଭିକ ସୂଚନା ଅନୁଯାୟୀ ଏନ୍‌ଏସ୍‌ସିଏନ୍‌ (କେ-ୱାଇଏ), କିମ୍ବା ୟୁଙ୍ଗ ଅଙ୍ଗ ଗୋଷ୍ଠୀର ଆତଙ୍କବାଦୀମାନେ ଏଥିରେ ସାମିଲ ଥିବା ସୂଚିତ ହେଉଛି। କିଛି ରିପୋର୍ଟରେ ଉଲ୍‌ଫା-ଆଇର ସମ୍ପୃକ୍ତି ମଧ୍ୟ ଉଲ୍ଲେଖ ଅଛି, କିନ୍ତୁ ଏହା ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ ହୋଇନାହିଁ। ଆସାମ ରାଇଫଲ୍ସ ସହିଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.