Excise Team Attacked ମଦ ଚଢ଼ାଉ ବେଳେ ଅବକାରୀ କର୍ମଚାରୀଙ୍କୁ ଆକ୍ରମଣ, ଭାଙ୍ଗିଲେ ଗାଡ଼ି, ଫିଙ୍ଗିଲେ ଢେଲା

39 minutes ago 1
ARTICLE AD BOX

ମହିଳା  ଏସ୍‌ଆଇ ଆହତ, ୫ ଗିରଫ, ୫ ବାଇକ୍ ଜବତ

ସୁନ୍ଦରଗଡ଼: ବେଆଇନ ମଦ କାରବାର ‌ଉପରେ  ଚଢ଼ାଉ ସମୟରେ ସୁନ୍ଦରଗଡ଼ ଅବକାରୀ ବିଭାଗର କର୍ମଚାରୀଙ୍କୁ ମଦମାଫିଆଙ୍କ ଗୁଣ୍ଡା ଆକ୍ରମଣ କରିଛନ୍ତି। ଆକ୍ରମଣରେ ଅବକାରୀ ବିଭାଗର ଗାଡ଼ି ଭାଙ୍ଗିରୁଜି ଯାଇଥିବା ବେଳେ ଜଣେ ଅବକାରୀ ଏଏସ୍‌ଆଇ ଆହତ ହୋଇଛନ୍ତି। ଏହାପରେ ପୁଲିସ ପଦକ୍ଷେପ ନେଇ ୫ଜଣଙ୍କୁ ଗିରଫ କରିଛି। 

ରାଇବୋଲ ଗାଁରେ ଅବକାରୀ ଚଢ଼ାଉ; ନକଲି ବିଦେଶୀ ମଦ ଜବତ, ଦୁଇ ଗିରଫ

ଗୁଇନ୍ଦା ସୂଚନା ଆଧାରରେ, ଗତକାଲି ଅପରାହ୍‌ଣରେ ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ଅଲଙ୍ଗପାଣି, ମାନମୁଣ୍ଡା ଓ ଧାଉଁଲାଖମାନ ଅଞ୍ଚଳରେ ଅବକାରୀ ଟିମ୍‌ ଚଢ଼ାଉ କରିବାକୁ ଯାଇଥିଲେ।

excise raid1

ଏହି ସମୟରେ ମଦମାଫିଆଙ୍କ ଗୁଣ୍ଡାମାନେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ। ଏହାର ପ୍ରତିରୋଧ କରିବାରେ ଠେଙ୍ଗା, ଢେଲା ଆଦିରେ ଆକ୍ରମଣ କରିଥିଲେ।  

excise raid

ଏହି ଘଟଣାରେ ଜଣେ ମହିଳା ଅବକାରୀ ଏସ୍‌ଆଇ ମଧ୍ୟ ଆହତ ହୋଇଛନ୍ତି।  ତାଙ୍କୁ ଚିକିତ୍ସା ପାଇଁ  ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। 

ବାଲେଶ୍ୱରରେ ଅବକାରୀ ଚଢ଼ାଉ: ୫୦୯୦ ଲିଟର ମଦ ସହ ବୋତଲ, ବାସନକୁସନ, କାଠ ଓ ଅନ୍ୟ ସାମଗ୍ରୀ ଜବତ ଓ ୭ ଅଭିଯୁକ୍ତ ଗିରଫ ।

ଆଜି(ମଙ୍ଗଳବାର) ଦୁଇ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ବାହିନୀ ସହ ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ର, ଧରୁଆଡିହି ଥାନା ଅଧିକାରୀ ଅଶୋକ କୁମାର ଦାସ, ଭସ୍ମା ଥାନା ଅଧିକାରୀ ଅମର ହୋତାଙ୍କ ସମେତ ଅବକାରୀ କର୍ମଚାରୀମାନେ ଚଢ଼ାଉ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ୫ଟି ମୋଟରସାଇକଲ ମଧ୍ୟ ଜବତ କରାଯାଇଛି। 

ଅବକାରୀ ଚଢ଼ାଉ: ୪୪୫୦ ଲିଟର ପୋଚ ନଷ୍ଟ, ୫୪୦ ଲିଟର ଦେଶୀ ମଦ ଜବତ

ତେବେ ଘଟଣାରେ ଆଉ କେତେଜଣଙ୍କ ସମ୍ପୃକ୍ତି ରହିଛି ଓ  ସେମାନେ କେଉଁଠାରେ ଅଛନ୍ତି, ସେନେଇ ପୁଲିସ ତନାଘନା  ଜାରି ରଖିଛି। ଆଗକୁ ଆହୁରି ଗିରଫହୋଇପାରନ୍ତି ବୋଲି ପୁଲିସ କହିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.