Microfinance Loan Fraud: ମାଇକ୍ରୋଫାଇନାନ୍ସ ଋଣ ଜାଲିଆତି ଅଭିଯୋଗ

37 minutes ago 1
ARTICLE AD BOX

ଛତ୍ରପୁର: ବେଆଇନ ଘରୋଇ ମାଇକ୍ରୋଫାଇନାନ୍ସ ସଂସ୍ଥା ଓ ଦଲାଲଙ୍କ ଦ୍ୱାରା ଲକ୍ଷାଧିକ ଟଙ୍କାର ଋଣ ଜାଲିଆତି ଏବଂ ମହିଳାଙ୍କୁ ଧମକଚମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏନେଇ ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ କଉଡ଼ିଆ ଓ ଆଖପାଖ ଅଞ୍ଚଳର ମହିଳାମାନେ ଗଞ୍ଜାମ ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ କରିଛନ୍ତି।

ଉଚ୍ଚସ୍ତରୀୟ ତଦନ୍ତ ସହିତ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଅଭିଯୋଗ ଅନୁଯାୟୀ, ମହିଳାଙ୍କ ନାମରେ ବିଭିନ୍ନ ମାଇକ୍ରୋଫାଇନାନ୍ସ ସଂସ୍ଥାରୁ ଲକ୍ଷାଧିକ ଟଙ୍କାର ଋଣ ଉଠାଇ ଦଲାଲମାନେ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି। ମହିଳାମାନେ ଋଣ ନେଇ ନଥିଲେ ମଧ୍ୟ କିସ୍ତି ପୈଠ ପାଇଁ ସଂସ୍ଥାର କର୍ମଚାରୀମାନେ ଘରକୁ ଆସି ଧମକଚମକ ଦେଉଥିବା ସେମାନେ ଅଭିଯୋଗ କରିଛନ୍ତି।ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଫେରାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ସମ୍ପୃକ୍ତ ଅନ୍ୟମାନଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ, ଋଣ ଆଦାୟ ନାମରେ ଧମକଚମକ ବନ୍ଦ ଏବଂ  ମହିଳାଙ୍କ ଉପରେ କୌଣସି ଚାପ ନଦେବାକୁ ସେମାନେ ଦାବି କରିଛନ୍ତି।

ଭାରତ-ମ୍ୟାଁମାର ସୀମାରେ ଆସାମ ରାଇଫଲ୍ସ ଯବାନ ସହିଦ, ୪ ଆହତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.